Advertisment

ତାମିଲନାଡ଼ୁ ଶକ୍ତି ମନ୍ତ୍ରୀଙ୍କୁ ବାନ୍ଧିଲା ଇଡି, କାର୍‌ରେ କାନ୍ଦି କାନ୍ଦି ଗଡ଼ିଗଲେ

ଗତକାଲି ଇଡି ସେନଥିଲ୍‌ ବାଲାଜୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ମନ୍ତ୍ରୀ ନିଜ ବାସଭବନରେ ଉପସ୍ଥିତ ଥିଲେ। ଅପରାହ୍ନରେ ଗିରଫଦାରୀ ହେବା ନିଶ୍ଚିତ ନେଇ ମନ୍ତ୍ରୀ ଆଭାସ ପାଇବା ପରେ ଛାତି ଯନ୍ତ୍ରଣା ଅଭିଯୋଗ କରିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Senthil Balaji

Senthil Balaji

ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍‌ ବାଲାଜୀଙ୍କୁ ବାନ୍ଧିଲା ଇଡି। କ୍ୟାସ୍‌ ଫର ଜବ୍‌ ସ୍କାମରେ ଭି. ସେନଥିଲ୍‌ଙ୍କୁ ଇଡି ଗତକାଲି ବାନ୍ଧିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ହଠାତ୍‌ ଛାତି ଯନ୍ତ୍ରଣା ଅଭିଯୋଗ କରିବା ସହ ମନ୍ତ୍ରୀ ଗାଡ଼ିରେ କାନ୍ଦି କାନ୍ଦି ଗଡ଼ିଗଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ଗତକାଲି ଇଡି ସେନଥିଲ୍‌ ବାଲାଜୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ମନ୍ତ୍ରୀ ନିଜ ବାସଭବନରେ ଉପସ୍ଥିତ ଥିଲେ। ଅପରାହ୍ନରେ ଗିରଫଦାରୀ ହେବା ନିଶ୍ଚିତ ନେଇ ମନ୍ତ୍ରୀ ଆଭାସ ପାଇବା ପରେ ଛାତି ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଚେନ୍ନାଇର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହସ୍ପିଟାଲ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ସେ କାର୍‌ରେ ଥିବା ବେଳେ ଯନ୍ତ୍ରଣାରେ କାନ୍ଦି ଗଡ଼ି ଯାଇଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମତୟନ କରାଯାଇଛି।

Advertisment

ଗିରଫଦାରୀ ବେଳେ ବାଲାଜୀଙ୍କ ଚେତା ନ ଥିବା ବେଳେ ଇଡି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହା ସମ୍ପୂର୍ଣ୍ଣ ବେଆଇନ୍‌ ତଥା ଅସାମ୍ବିଧାନିକ ବୋଲି ବାଲାଜୀଙ୍କ ଓକିଲ କହିଛନ୍ତି। ଏଥିସହ ନ୍ୟାୟ ପାଇଁ ଆଇନ୍‌ର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି। ଏହା ବିରୋଧରେ ଜୋରଦାର ଆଇନଗତ ଲଢ଼େଇ ହେବ ବୋଲଇ ଡିଏମ୍‌କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି।

ଏହାକୁ ନେଇ ଇଡି ଉପରେ ବର୍ଷିଛନ୍ତି ତାମିଲନାଡ଼ୁର ଆଇନ ମନ୍ତ୍ରୀ ଏସ୍‌ ରଘୁପତି। ଏଥିସହ ସେ କହିଛନ୍ତି, ସେନଥିଲ ବାଲାଜୀଙ୍କୁ ଟାର୍ଗେଟ କରାଯିବା ସହ ନିର୍ଯାତନା ଦିଆଯାଉଛି। ଇଡି ତାଙ୍କୁ ଲଗାତାର ଭାବେ ୨୪ ଘଣ୍ଟା ପାଇଁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଛି। ଏହା ସମ୍ପୂର୍ଣ୍ଣ ଭାବେ ମାନବାଧିକ ବିରୋଧୀ।

ପୂର୍ବରୁ ଏଆଇଡିଏମ୍‌କେ ଥିବା ବାଲାଜୀ ୨୦୧୧ରୁ ୨୦୧୫ ମଧ୍ୟରେ ବାଲାଜୀ ପରିବହନ ମନ୍ତ୍ରୀ ଥିଲେ। ସେତେବେଳେ ତାଙ୍କ ନାଁରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ନିଜ ବାସଭବନରେ ବରିଷ୍ଠ ମନ୍ତ୍ରୀ ତଥା ଆଇନ ବିଶାରଦଙ୍କ ସହ ଏବ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିସହ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି।

ଇଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବାଲାଜୀଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଥିବା ବେଳେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । 

ED Raid Arrest DMK