Advertisment

Tamil Nadu: କଂଗ୍ରେସକୁ ମାତ୍ର ୩୨ଟି ଆସନ ଦେବାକୁ ଚାହୁଁଛି ଡିଏମକେ, ଚର୍ଚ୍ଚାରେ ବିଜୟଙ୍କ TVK

କଂଗ୍ରେସ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୪୦ଟି ଆସନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଥିବା ପ୍ରସ୍ତାବ ରଖିଥିଲା। ହେଲେ ଡିଏମକେ ଏଥିରେ ରାଜି ହୋଇ ନଥିଲା। ଡିଏମକେ ସହଯୋଗୀ କଂଗ୍ରେସକୁ ମାତ୍ର ୩୨ଟି ଆସନ ଦେବାକୁ ଚାହୁଁଛି।

Rahul-Gandhi

ରାହୁଲ ଗାନ୍ଧି ଓ ଏମକେ ଷ୍ଟାଲିନ

Advertisment

ଚଳିତ ବର୍ଷ ତାମିଲନାଡୁ(Tamil Nadu)ରେ ହେବ ବିଧାନସଭା ନିର୍ବାଚନ। ଏବେ ତାମିଲନାଡୁରେ କଂଗ୍ରେସ ଓ ଡିଏମକେ ଶାସନ ଚାଲିଛି। ଡିଏମକେ ବଡ଼ ଭାଇ ଭୂମିକାରେ ଥିବା ବେଳେ କଂଗ୍ରେସ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଆଗକୁ ନିର୍ବାଚନ ଆସୁଥିବାରୁ କଂଗ୍ରେସ ଓ ଡିଏମକେ ମଧ୍ୟ ସିଟ ଶେୟାରିଂ ଫର୍ମୂଲାକୁ ଚୂଡ଼ାନ୍ତ କରିବାକୁ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। 

Advertisment

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ କଂଗ୍ରେସ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୪୦ଟି ଆସନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଥିବା ପ୍ରସ୍ତାବ ରଖିଥିଲା। ହେଲେ ଡିଏମକେ ଏଥିରେ ରାଜି ହୋଇ ନଥିଲା। ଡିଏମକେ ସହଯୋଗୀ କଂଗ୍ରେସକୁ ମାତ୍ର ୩୨ଟି ଆସନ ଦେବାକୁ ଚାହୁଁଛି। ଡିଏମକେ ଏହି ଜିଦରେ ଅଟଳ ରହିବାରୁ କଂଗ୍ରେସ ୩୮ଟି ଆସନକୁ ଖସିଛି। ତଥାପି ଡିଏମକେ ୩୨ରୁ ଅଧିକ ଆସନ କଂଗ୍ରେସକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିବା ଜଣାପଡ଼ିଛି। 

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର ତାମିଲନାଡୁ ନେତୃବୃନ୍ଦ ଏବେ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ସେମାନେ ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ଟିଭିକେ ସହ ମେଣ୍ଟ ସପକ୍ଷରେ ରାହୁଲଙ୍କୁ ବୁଝାସୁଝା କରିଛନ୍ତି। ହେଲେ ରାହୁଲ ଗାନ୍ଧି ଟିଭିକେ ସହ ମେଣ୍ଟ ସପକ୍ଷରେ ନଥିବା ଜଣାପଡ଼ିଛି। 

Advertisment

କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି ଯେ ଦଳ କେବଳ ମେଣ୍ଟରେ ଆସନ ଚାହୁଁ ନାହିଁ, ବରଂ ମେଣ୍ଟ ଜିତିଲେ ସରକାରରେ ଭାଗ ମଧ୍ୟ ଚାହୁଁଛି। କଂଗ୍ରେସକୁ ବିଜୟଙ୍କ ଦଳ ପ୍ରାକୃତି ସହଯୋଗୀ କହିବା ପରେ ତାମିଲନାଡୁ ରାଜନୀତିରେ ବିଭିନ୍ନ ପ୍ରକାରର ସମୀକରଣର ଆକଳନ ଆରମ୍ଭ କରାଯାଇଛି। ହେଲେ ଦୁଇ ଦଳ ମେଣ୍ଟ କରିବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି। 

ଟିଭିକେ ମୁଖପାତ୍ର ଏଫ ଗେରାଲ୍ଡ କହିଛନ୍ତି ଯେ ବିଜୟ ଓ ରାହୁଲ ଗାନ୍ଧି ହେଉଛନ୍ତି ଦୁଇ ବନ୍ଧୁ। କଂଗ୍ରେସ ସହ ସମ୍ଭାବ୍ୟ ମେଣ୍ଟର ସମ୍ଭାବନା ଅଧିକ। କିନ୍ତୁ ତାମିଲନାଡୁ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ସ୍ୱାର୍ଥ ଆଲୋଚନାକୁ ବିଳମ୍ବିତ କରିପାରେ ବୋଲି ସେ ସତର୍କ କରାଇଛନ୍ତି। ଏସବୁ ଚର୍ଚ୍ଚା ଭିତରେ ଟିଭିକେ ନେତା ନିର୍ମଳ କୁମାରଙ୍କ କହିବା କଥା ଯେ ମେଣ୍ଟ ନିଷ୍ପତ୍ତି କେବଳ ଦଳର ମୁଖ୍ୟ ବିଜୟଙ୍କ ସହ ଆଲୋଚନା କରାଯିବା ପରେ ନିଆଯିବ। 

Tamil Nadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe