Advertisment

କଂଗ୍ରେସ ଡିଏନ୍‌ରେ ହିଁ ପାକିସ୍ତାନ ରହିଛି: ଶିବରାଜ ସିଂହ

ସୋମବାର ଜମ୍ମୁରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ସାମିଲ ହୋଇଥିଲେ। ସେ ଏହି ସମୟରେ ସର୍ଜିକାଲ ଷ୍ଟ୍ରାଇକ୍‌ ଉପେର ପ୍ରମାଣ ମାଗିଥିଲେ।

author-image
Madhupriya Mistry
Shivraj Singh Chouhan

Shivraj Singh Chouhan

ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲଓ୍ୱାମା ଆକ୍ରମଣ ଉପେର କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦେଇଥିବା ବିବୃତ୍ତିକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜୀ। ତାଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଏହାରି ଭିତରେ ଦିଗ୍‌ବିଜୟ ସିଂହଙ୍କୁ ଟାର୍ଗେଟ୍‌ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ।

Advertisment

କଂଗ୍ରେସ ଡିଏନ୍‌ଏରେ ହିଁ ପାକିସ୍ତାନ ରହିଛି। କେତେବେଳେ ସର୍ଜିକାଲ ଷ୍ଟ୍ରଇକ୍‌କୁ ନେଇ ପ୍ରମାଣ ମାଗୁଛନ୍ତି ତ ଆଉ କେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ୱ ଓ ରାମ ସେତୁକୁ ନେଇ ପ୍ରମାଣ ମାଗୁଛନ୍ତି ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି।

କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି ଶିବରାଜ ସିଂହ ଆହୁରି କହିଛନ୍ତି, ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଦିଗବିଜୟ ସିଂହ ଚାଲୁଛନ୍ତି। ଆଉ ଏତିକି ବେଳେ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମଧ୍ୟ ମାଗୁଛନ୍ତି। ଏଭଳି ପ୍ରଶ୍ନ କରି ସେନାର ମନୋବଳକୁ ହ୍ରାସ କରିବା ଭଳି ସେ ପାପ କରୁଛନ୍ତି। ସେ ପାକିସ୍ତାନ ସହ ଠିଆ ହୋଇଥିବା ଦେଖାଉଛନ୍ତି। ଏହା କେମିତିକା ଭାରତ ଯୋଡୋ ଯାତ୍ରା ବୋଲି ଶିବରାଜ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି। ଦିଗବିଜୟ ସିଂହଙ୍କ ଶାସନ ବେଳେ ମଧ୍ୟପ୍ରଦେଶ ସିମିଙ୍କ ଗଡ଼ ଥିଲା ବୋଲି ସେ କହିଛନ୍ତି।  

Advertisment

ଉଲ୍ଲେଖେଯାଗ୍ୟ, ସୋମବାର ଜମ୍ମୁରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ସାମିଲ ହୋଇଥିଲେ। ସେ ଏହି ସମୟରେ ସର୍ଜିକାଲ ଷ୍ଟ୍ରାଇକ୍‌ ଉପେର ପ୍ରମାଣ ମାଗିଥିଲେ। ଏଥିସହ ବିଜେପି ବିରୋଧରେ ମିଛ ରାଜନୀତି କରୁଥିବା ଅଭିଯୋଗ ଆଣିଥିଲେ।

Congress Pakistan Shivraj Singh Chauhan