Advertisment

ଜଳ କଷ୍ଟ: 'ଓ୍ୱାର୍କ ଫ୍ରମ୍‌ ହୋମ୍‌ ନୁହେଁ ସମ୍ପୂର୍ଣ୍ଣ ଘରକୁ ପଳାଅ'

ପାଣି ସମସ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ଯୋଗୁ ଲୋକେ ଏବେ ଓ୍ୱାର୍କ ଫ୍ରମ ହୋମ୍‌ କରିବାକୁ ବିଚାର କରୁଛନ୍ତି। ସେହିପରି କିଛି ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ ନୁହେଁ ସମ୍ପୂର୍ଣ୍ଣ ଘରକୁ ଫେରିଯିବାକୁ ପ୍ରସ୍ତାବ ଦିଆଯାଇଛି।

author-image
Madhupriya Mistry
water-crisis-work-from-home

water-crisis-work-from-home

ରାସ୍ତା ଉପରେ ରଖାଯାଇଛି ଗରା ମାଠିଆ। ବାଲ୍ଟି ହାଣ୍ଡି ମାଠିଆ ଧରି ଠିଆ ହୋଇଛନ୍ତି ଲୋକେ। ପାଣି ଟ୍ୟାଙ୍କର ଆସିଲେ ପାଣି ବୋହି ନେବେ। ଯିଏ ଯେତେ ପାରିଲା ସେତେ ଅଧିକ ମାଠିଆ ପାଣି ବୋହି ନେବା ପାଇଁ ଲଗାଇଛନ୍ତି ଭିଡ। ଆମେ କୌଣସି ଗାଁ ଗହଳି କଥା ଏଠୁ କହୁ ନାହୁଁ। ହାଇଟେକ୍‌ ତଥା ଆଇଟି ସିଟି କୁହାଯାଉଥିବା ବେଙ୍ଗାଲୁରୁରେ ପ୍ରତିଦିନ ଏବେ ଦେଖିବାକୁ ମିଳୁଛି ଏଭଳି କିଛି ଦୃଶ୍ୟ।

Advertisment
water-crisisବେଙ୍ଗାଲୁରୁରେ ପାଣି ପାଇଁ ଲୋକେ ରାସ୍ତା ଉପରେ ଗରା ମାଠିଆ ଧରି ଠିଆ ହୋଇଛନ୍ତି।

ଖରା ଦିନ ଆରମ୍ଭ ନ ହେଉଣୁ ଏଠି ଦେଖାଦେଇଛି ଘୋର ଜଳ କଷ୍ଟ। ପାଣି ଅଭାବ ଯୋଗୁ ଛଟ ପଟ ହାଇଟେକ୍ ସିଟି। ବେଙ୍ଗାଲୁରୁରେ ଦିନକୁ ଦିନ ବଢ଼ି ଚାଲିଛି ଜଳ ସଙ୍କଟ। ଏଥି ଯୋଗୁ ବଞ୍ଚିବା ମୁସକିଲ ହୋଇଗଲାଣି। ଗାଧେଇବା ତ ଦୂରର କଥା ପିଇବା ପାଇଁ ମୁନ୍ଦାଏ ପାଣି ଲାଗି ଲୋକେ ନାହିଁ ନଥିବା ହାଇରଣ ହେଉଛନ୍ତି। ଜଳ ଅଭବା ଯୋଗୁ ଏଠି ଲୋକେ କମ୍‌ ପାଣି ବ୍ୟବହାର କରିବା ସହ ରିସାଇକ୍ଲିଂ ପଦ୍ଧତି ଆପଣାଇଛନ୍ତି।

ଆଇଟି ସିଟି ହୋଇଥିବା ଯୋଗୁ ବେଙ୍ଗାଲୁରୁରେ ବଡ ସଂଖ୍ୟା ଦେଶର ଅନ୍ୟ ଅଞ୍ଚଳରୁ ଲୋକେ ଆସି ଏଠି କାମ କରୁଛନ୍ତି। ତେବେ ପାଣି ସମସ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ଯୋଗୁ ଲୋକେ ଏବେ ଓ୍ୱାର୍କ ଫ୍ରମ ହୋମ୍‌ କରିବାକୁ ବିଚାର କରୁଛନ୍ତି। ସେହିପରି କିଛି ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ ନୁହେଁ ସମ୍ପୂର୍ଣ୍ଣ ଘରକୁ ଫେରିଯିବାକୁ ପ୍ରସ୍ତାବ ଦିଆଯାଇଛି।

Advertisment

ଏଠାକାର ଶ୍ରୁତି ନାମକ ଜଣେ ଇଂଜିନିୟରଙ୍କ କହିବା ମୁତାବକ, 'ଓ୍ୱାର୍କ ଫ୍ରମ ହୋମ୍‌ କରିବା ଏକ ଭଲ ବିକଳ୍ପ। କିନ୍ତୁ ଲକୋ ସମ୍ପୂର୍ଣ୍ଣ ଘରକୁ ପଳାଇଲେ ଭଲ ହେବ। ଜନସଂଖ୍ୟା କମ୍‌ ହେବ ଓ ପାଣି ସମସ୍ୟା ସାମାନ୍ୟ ସୁଧୁରିଯିବ ବୋଲି ସେ କହିଛନ୍ତି।'

ବେଙ୍ଗାଲୁରୁରେ ଜଳ ଯୋଗାଣ ମୁଖ୍ୟତଃ କାବେରୀ ନଦୀ ଏବଂ ଭୂତଳ ଜଳରୁ ଆସିଥାଏ। ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡିକରୁ ରିସାଇକ୍ଲିଂ ଜଳକୁ ଅଧିକାଂଶ ପାନୀୟ ଜଳ ପାଇଁ ବ୍ୟବହୃତ ହୁଏ। ତେବେ ଗତ କିଛି ଦିନ ହେବ ଏଠି ବର୍ଷା ଅଭାବରୁ ଜଳ ସ୍ତର ଢ଼େର ତଳକୁ ଖସି ଯାଇଛି। ବେଙ୍ଗାଲୁରୁକୁ ପ୍ରତିଦିନ ୨୬୦୦-୨୮୦୦ ମିଲିଅନ୍‌ ଲିଟର ଜଳ ଆବଶ୍ୟକ ପଡେ। କିନ୍ତୁ ବର୍ତ୍ତମାନ ଜଳ ଅଭାବ ଯୋଗୁ ଏହି ଆବଶ୍ୟକତା ମେଣ୍ଟାଇବା କଷ୍ଟ ହୋଇପଡିଛି।

ଏହି କାରଣରୁ ସହରର ଲୋକଙ୍କୁ ଜଳ ପାଇଁ ସଂଘର୍ଷ କରିବାକୁ ପଡୁଛି। ପାଣି ଟ୍ୟାଙ୍କର ଉପରେ ଲୋକ ଭରସା କରି ରହୁଛନ୍ତି। ପୁଳା ପୁଳା ଟଙ୍କା ଦେଇ ସୋସାଇଟି ଓ ଆପାର୍ଟମେଣ୍ଟ ତଥା କଲୋନୀ ଲୋକେ ପାଣି ଟ୍ୟାଙ୍କର କିଣୁଛନ୍ତି। ପାଣି ସମସ୍ୟାକୁ ଦେଖି ରାଜ୍ୟ ସରକାର ପାଣି ଟ୍ୟାଙ୍କରର ଦାମ୍‌ ମଧ୍ୟ କମାଇ ଦେଇଛନ୍ତି। ତେବେ ଏହା ପରେ ମଧ୍ୟ ସମସ୍ୟାରେ ସୁଧାର ଆସିନାହିଁ।

Bengaluru Water Crisis Bengaluru Water Crisis