Advertisment

କଂଗ୍ରେସ ମୋ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଉ: ପରିଣତି କୌର

କଂଗ୍ରେସ ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେଇଛନ୍ତି ପଟିଆଲା ଏମପି ପରିଣତି କୌର।

author-image
Tapas Behera
Preneet Kaur

Preneet Kaur

କଂଗ୍ରେସ ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେଇଛନ୍ତି ପଟିଆଲା ଏମପି ପରିଣତି କୌର। କଂଗ୍ରେସ ଉପରେ ସେ ବର୍ଷିବା ସହ ତାଙ୍କ ବିରୋଧରେ କଂଗ୍ରେସ ଯାହା କାର୍ଯ୍ୟାନୁଷ୍ଠାନ ନେବା କୋ ନେଉ ବୋଲି ସେ କହିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ପରିଣତି କୌରଙ୍କୁ କଂଗ୍ରେସ ନିଲମ୍ବିତ କରିଛି। ପରିଣତି କୌର ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ। କଂଗ୍ରେସର ଶୃଙ୍ଖଳାଗତ କମିଟି ସିଦସ୍ୟ ସଚିବ ତାରିକ ଅନୱାରଙ୍କୁ ଟାର୍ଗେଟ କରି କୌର କରିଛନ୍ତି ଯେ, ଯିଏ ସୋନିଆ ଗାନ୍ଧିଙ୍କୁ ବିଦେଶୀ କହି ୧୯୯୯ରେ କଂଗ୍ରେସ ଛାଡ଼ିଥିଲେ ସେ ଏବେ ମୋତେ ଦଳ ବିରୋଧୀ ପ୍ରମାଣପତ୍ର ଦେଉଛନ୍ତି। ୨୦ ବର୍ଷ ଦଳ ବାହାରେ ରହିବା ପରେ ତାରିକ ଅନୱାର ୨୦୧୯ରେ ଦଳକୁ ଫେରିଥିଲେ। ଯାହାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଥିଲା, ସେ ଏବେ ମୋର ଦଳ ପ୍ରତି ଆନୁଗତ୍ୟକୁ ନେଇ ପ୍ରଶ୍ନନ ଉଠାଉଛନ୍ତି।

Advertisment

କୌର କହିଛନ୍ତି ଯେ ମୁଁ ଦଳରେ କୌଣସି ନୀତି ନିମୟ ଭାଙ୍ଗି ନାହିଁକି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ । ମୋ ବିରୋଧର ଦଳ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଉ ବୋଲି ସେ ପାଲଟା ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ପଞ୍ଜାବ କଂଗ୍ରେସର ପଟିଆଲାରୁ ଏମପି ଥିବା ପରିଣିତ କୌରଙ୍କୁ ଗତ ଶୁକ୍ରବାର ଦଳରୁ ନିଲମ୍ବିତ କରଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ପରିଣିତ କୌରଙ୍କ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସହଯୋଗ କରୁଥିବାର ଅଭିଯୋଗ ଆସିଥିଲା ।

କଂଗ୍ରେସର ଅନୁଶାସନ ସମିତି କାରଣ ଦର୍ଶାଅ ନୋଟିସ ଜାରି କରି ୩ ଦିନ ମଧ୍ୟରେ କୌର ଜବାବ ଦେବାକୁ ନୋଟିସ୍ ଜାରି କରାଯାଇଥିଲା। କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଥିଳା ଯେ, ପରିଣିତ କୌର ପାର୍ଟି ବିରୋଧି ଗତିବିଧିରେ ସାମିଲ ଅଛନ୍ତି ଓ ଭାଜପାକୁ ସାହାଯ୍ୟ କରୁଛନ୍ତି । ପଞ୍ଜାବ କଂଗ୍ରେସର କେତେଜଣ ଅନ୍ୟ ନେତା ମଧ୍ୟ ଏହି ଅଭିଯୋଗ ଆଣିଥିଲେ।

Advertisment
India