Advertisment

‘ମୋ ବାପା କିଏ ଜାଣିଛ? ମୁଁ ତୁମକୁ କିଣିପାରିବି’

ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହିଲ ମଦ ପିଇଥିବା କଥା ମାନିଛନ୍ତି। ସେ ତାଙ୍କର ଜଣେ ସାଙ୍ଗ ଘରେ ପ୍ରଚୁର ମଦ ପିଇଥିଲେ।

ଅଦ୍ୟତନ ହୋଇଛି
Rahil and Rajashree

Rahil and Rajashree

Advertisment

‘ତୁମେ ଜାଣିଛ ମୋ ବାପା କିଏ? ତୁମେ କିଏ? ମୁଁ ତୁମକୁ କିଣି ପାରିବି। ତୁମେ କେତେ ଟଙ୍କା ଚାହଁ?’ ସୋଶାଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର ରାଜଶ୍ରୀଙ୍କ କାରକୁ ବାରମ୍ବାର ଧକ୍କା ଦେବା ପରେ ପ୍ରତିବାଦ କରିବାରୁ ଅଭିଯୁକ୍ତ ତଥା ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ଘନିଷ୍ଠ ସହଯୋଗୀ ଜାଭେଦ ଶେଖଙ୍କ ପୁଅ ରାହିଲ ତାଙ୍କୁ ଏମିତି ଢଙ୍ଗରେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। 

Advertisment

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜଶ୍ରୀ କହିଛନ୍ତି ଯେ ରାହିଲ ତାଙ୍କ କାରକୁ ବାରମ୍ବାର ଧକ୍କା ଦେଇଥିଲେ। ସେ ପ୍ରତିବାଦ କରିବାରୁ ରାହିଲ ତାଙ୍କୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲେ। ସେ ରାହିଲଙ୍କ କାରକୁ ଅଟକାଇଥିଲେ। କିନ୍ତୁ ରାହିଲ କାର ବାହାରକୁ ଆସିନଥିଲେ। ଯେତେବେଳେ ସେ କାର ବାହାରକୁ ଆସିଲେ ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ। ସେ ପ୍ରଚୁର ମଦ ପିଇଥିଲେ।

ରାଜଶ୍ରୀ ଦାବି କରିଛନ୍ତି ଯେ ରାହିଲ ବାରମ୍ବାର କହୁଥିଲେ ଯେ ତାଙ୍କ ବାପାଙ୍କ ନାଁ ଜାଭେଦ ଶେଖ। ଆମ ଭିତରେ ହୋଇଥିବା ଯୁକ୍ତିତର୍କ ବେଳେ ସେ ବାରମ୍ବାର କହିଥିଲେ ଯେ ତାଙ୍କ ବାପାଙ୍କ ନାଁ ଜାଭେଦ ଶେଖ।

Advertisment

ରାଜଶ୍ରୀ ଆହୁରି ଦାବି କରିଛନ୍ତି, ରାହିଲ ମୋତେ ରାଜ ଠାକରେଙ୍କ ଘରକୁ ଯାଇ କ୍ଷତିଗ୍ରସ୍ତ କାର ପାଇଁ ଟଙ୍କା ଆଣିବାକୁ କହିଥିଲେ। ତେବେ ମୁଁ ରାହିଲଙ୍କୁ କହିଥିଲେ ଯେ ମୋର ରାଜ ଠାକରେଙ୍କ ଘରକୁ ଯିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ମୋତେ କାହିଁକି ଟାର୍ଗେଟ କଲ ବୋଲି ମୁଁ ତାଙ୍କୁ ପଚାରିଥିଲି।

ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହିଲ ମଦ ପିଇଥିବା କଥା ମାନିଛନ୍ତି। ସେ ତାଙ୍କର ଜଣେ ସାଙ୍ଗ ଘରେ ପ୍ରଚୁର ମଦ ପିଇଥିଲେ। ତାଙ୍କ ମା’ ଫୋନ୍ କରି ତାଙ୍କୁ ତୁରନ୍ତ ଘରେ ପହଞ୍ଚିବା ପାଇଁ କହିଥିଲେ। ସେ ଘରକୁ ଫେରୁଥିବା ବେଳେ ଲୋଖଣ୍ଡାୱାଲା ନିକଟରେ ରାଜଶ୍ରୀଙ୍କ କାରକୁ ଧକ୍କା ଦେଇଥିଲେ। ତା’ସହିତ ରାଜଶ୍ରୀଙ୍କ ସହିତ ସେ ଦୁର୍ବ୍ୟବହାର କରିଥିଲେ।

mns social-media-influencer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe