ଡାକ୍ତରଙ୍କ ହାତଗୋଡ଼ ବାନ୍ଧି ଗଳା କାଟିଦେଲେ ଦୁର୍ବୃତ୍ତ

ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଡାକ୍ତରଙ୍କ ଗଳା କାଟି ହତ୍ୟା କରାଯାଇଛି। ଡାକ୍ତରଙ୍କ ବାସଭବନରୁ ପୁଲିସ୍‌ ତାଙ୍କ ମୃତଦେହ ଉଦ୍ଧାର କରିଛି।

Murder

Representational Image

Niharika Rout
  • Published: Saturday, 11 May 2024
  • Updated: 11 May 2024, 09:35 AM IST

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଡାକ୍ତରଙ୍କ ଗଳା କାଟି ହତ୍ୟା କରାଯାଇଛି। ଡାକ୍ତରଙ୍କ ବାସଭବନରୁ ପୁଲିସ୍‌ ତାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଲୁଟ୍‌ପାଟ ଘଟଣାରୁ ଏପରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଛି।

ମୃତ ଡାକ୍ତରଜଣକ ହେଲେ ୬୩ ବର୍ଷୀୟ ଯୋଗେଶ ଚନ୍ଦ୍ର ପଲ । ସେ ସାଉଥ୍‌ ଦିଲ୍ଲୀରେ ରହୁଥିଲେ। ହଠାତ୍‌ ପୁଲିସ୍‌ ଏକ କଲ୍‌ ପାଇ ଡା. ପଲଙ୍କ ଘରେ ପହଞ୍ଚିଥିଲା। ଏହାପରେ ଯାହା ଦେଖିଲା ତାଜୁବ ହୋଇଗଲା। କାରଣ ରୋଷେଇ ଘରେ ଡାକ୍ତରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃଦେହ ପଡ଼ିଥିଲା। ତାଙ୍କ ହାତଗୋଡ଼ ବନ୍ଧା ଯାଇଥିବା ବେଳେ ଗଳା କଟା ଯାଇଥିଲା।

ପ୍ରାୟ ୩, ୪ ଲୁଟେରା ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶି ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘରର ଆସବାବପତ୍ର ଚାରି ଆଡ଼େ ବୀକ୍ଷିପ୍ତ ଭାବେ ପଡ଼ି ରହିଛି। ତେଣୁ ଲୁଟେରାମାନେ ଲୁଟ୍‌ ଉଦ୍ଦେଶ୍ୟରେ ପଶିଥିବା ବେଳେ ଡା. ପଲ ବିରୋଧ କରିବାରୁ ସେମାନେ ତାଙ୍କ ହତ୍ୟା କରିଥିବା ପୁଲିସ୍‌ ସୂଚନା ଦେଇଛି ।

Also Read

ଡା. ପଲଙ୍କ ପତ୍ନୀ ଦିଲ୍ଲୀ ସରକାରୀ ହସ୍ପିଟାଲରେ ଡାକ୍ତର ଥିବାରୁ ସେ ଘଟଣା ବେଳେ ଘରେ ଉପସ୍ଥିତ ନ ଥିଲେ। ଉକ୍ତ ସମୟରେ ଡା. ପଲଙ୍କ ପୋଷା କୁକୁର ଘରେ ଥିଲେ। ମାତ୍ର ଲୁଟେରାମାନେ ସେମାନଙ୍କୁ ଏକ ରୁମ୍‌ରେ ଲକ୍‌ କରି ଏହି ବୀଭତ୍ସ କାଣ୍ଡ ଘଟାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story