Advertisment

ୱାଶରୁମରେ ପେନ କ୍ୟାମେରା ଖଞ୍ଜି ଥିବା ଡାକ୍ତର ଧରାପଡ଼ିଲେ

ପୁଲିସ୍‌ ୱାଶରୁମ ଭିତରକୁ ଗୁପ୍ତ କ୍ୟାମେରା ଓ ଏହାର ମେମୋରୀ କାର୍ଡକୁ ଜବତ କରିଛି। ସେହିପରି ଏହି ଘଟଣାରେ ଡାକ୍ତର ଭେଙ୍କଟେଶଙ୍କୁ ଗିରଫ କରିଛି।

Doctor Arrested

Doctor Arrested

Advertisment

ସାମ୍ନାକୁ ଆସିଛି ଜଣେ ଯୁବ ଡାକ୍ତରଙ୍କ ସାଂଘାତିକ କାରନାମା। ଅନ୍ୟ ମହିଳା ଓ ପୁରୁଷ ଡାକ୍ତର ବ୍ୟବହାର କରୁଥିବା ୱାଶରୁମରେ ସେ ଲଗାଇଥିଲେ ପେନ କ୍ୟାମେରା।

Advertisment

ଦୀର୍ଘ ଦିନ ହେଲା ସେ ଏପରି କାଣ୍ଡ କରି ଚାଲିଥିବା ବେଳେ ନିକଟରେ ଏହାର ପର୍ଦ୍ଦାଫାସ ହୋଇଛି। ଜଣେ ମହିଳା ଡାକ୍ତର ୱାଶରୁମରେ ପେନ କ୍ୟାମେରାକୁ ଠାବ କରିବା ପରେ ପୁଲିସ୍‌କୁ ଜଣାଇଥିଲେ। ଏହାପରେ ପୁଲିସ ତାମିଲନାଡୁର କୋଏମ୍ବାଟୁରରୁ ଅଭିଯୁକ୍ତ ଡାକ୍ତରଙ୍କୁ ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ ୱାଶରୁମ ଭିତରକୁ ଗୁପ୍ତ କ୍ୟାମେରା ଓ ଏହାର ମେମୋରୀ କାର୍ଡକୁ ଜବତ କରିଛି। ସେହିପରି ଏହି ଘଟଣାରେ ଡାକ୍ତର ଭେଙ୍କଟେଶଙ୍କୁ ଗିରଫ କରିଛି।

Advertisment

୩୩ ବର୍ଷୀୟ ଭେଙ୍କଟେଶ କୋଏମ୍ବାଟୁର ମେଡିକାଲ କଲେଜରା ପୋଷ୍ଟ ଗ୍ରାଜ୍ୟୁଏଟ କରିବା ସହ ହସ୍ପିଟାଲରେ ମଧ୍ୟ ରୋଗୀ ସେବାର ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ୱାଶରୁମରେ ଗୁପ୍ତ କ୍ୟାମେରା ଲଗାଇବା ଭଳି ସାଂଘାତିକ କାଣ୍ଡ ରଚିଥିଲେ।

ପୁଲିସ୍‌ ଆଇଟି ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

Tamilnadu Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe