Advertisment

ଡାକ୍ତର ପାଲଟିଗଲେ ପିଶାଚ; ସାଥୀ ସହ ମିଶି ମହିଳା ରୋଗୀଙ୍କୁ କଲେ ଗଣବଳାତ୍କାର

ଚେତା ଫେରିବା ପରେ ମହିଳାଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଲେ। ଏନେଇ ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଲେ ଡାକ୍ତର ସାକିବ ।

ଅଦ୍ୟତନ ହୋଇଛି
GangRape

GangRape

Advertisment

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ରୋଗ ଭଲ କରିଦେବା ଆଶାରେ ରୋଗୀ ଡାକ୍ତରଙ୍କୁ ଆଖି ବୁଜି ବିଶ୍ୱାସ କରିଥାନ୍ତି। ମାତ୍ର ଜଣେ ମହିଳା ରୋଗୀଙ୍କ ବିଶ୍ୱାସରେ ବିଷ ମିଶାଇଲେ ଡାକ୍ତର। ଡାକ୍ତର ନାଁରେ ସାଜିଲେ ପିଶାଚ। ନିଶା ଇଞ୍ଜେକସନ ଦେଇ ନିଜ ସାଥୀ ଡାକ୍ତରଙ୍କ ସହ ମହିଳା ରୋଗୀଙ୍କୁ କଲେ ଗଣବଳାତ୍କାର। ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଡାକ୍ତରଙ୍କୁ ବାନ୍ଧିଥିବା ବେଳେ ତାଙ୍କ ସାଥୀ ଫେରାର ଅଛନ୍ତି। ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।

Advertisment

ଦିଲ୍ଲୀର ଜଣେ ମହିଳା ଦୀର୍ଘ ଦିନ ହେଲା ବେମାର ରହୁଥିଲେ। ବିଭିନ୍ନ ଆଡ଼େ ଚିକିତ୍ସା ପରେ ବି ସେ ସୁଫଳ ପାଇ ପାରୁ ନ ଥିଲେ। ଏହା ମଧ୍ୟରେ ସେ ଗାଜିଆବାଦରେ ଥିବା ଡାକ୍ତର ସାକିବଙ୍କ ସମ୍ପର୍କରେ ସୂଚନା ପାଇଲେ। ରୋଗ ଭଲ ହେବା ଆଶାରେ ସେ ତାଙ୍କୁ ଯୋଗାଯୋଗ କଲେ। ଏହାପରେ ଗତ ୭ ତାରିଖରେ ପ୍ରଥମ ଥର ସେ ତାଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର ସାକିବ ମହିଳାଙ୍କୁ କିଛି ମେଡିସିନ ଦେଇଥିଲେ। ମାତ୍ର ଏଥିରେ ତାଙ୍କ ରୋଗ ଭଲ ନ ହେବାରୁ ଗତ ୧୯ ତାରିଖରେ ସେ ପୁଣି ଥରେ ଉକ୍ତ କ୍ଲିନିକ୍‌କୁ ଯାଇଥିଲେ।

ସେତେବେଳେ ଚିକିତ୍ସା ନାଁରେ ଡାକ୍ତର ତାଙ୍କୁ ନିଶା ଇଞ୍ଜେକସନ୍‌ ଦେଇଥିଲେ। ଏହାପରେ ଡାକ୍ତର ସାକିବ ଓ ତାଙ୍କ ସାଥୀ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଚେତା ଫେରିବା ପରେ ମହିଳାଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଲେ। ଏନେଇ ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଲେ ଡାକ୍ତର ସାକିବ । ଏପରିକି ପୂର୍ବରୁ ବି ବହୁ ଯୁବତୀଙ୍କର ବଳାତ୍କାର କରି ସାରିଥିବା ସେ ମହିଳାଙ୍କ ସମ୍ମୁଖରେ କହିଥିଲେ।

Advertisment

ପ୍ରଥମେ ଲୋକଲଜ୍ଜା ଭୟରେ ଭୟଭୀତ ହୋଇଯାଇଥିବା ମହିଳାଜଣକ ପରେ କିନ୍ତୁ ସାହସ ଜୁଟାଇ ଏନେଇ ଥାନାରେ ଅଭିଯୋଗ କଲେ। ଏହାପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଡା. ସାକିବଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସାଥୀ ଫେରାର ଅଛନ୍ତି।

Doctor Uttar Pradesh Gang Rape Patient
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe