Advertisment

ମେଡିକାଲ ଛାତ୍ରୀଙ୍କୁ ଅପହରଣ ପରେ ମାର୍‌ପିଟ୍‌, ଡାକ୍ତର ଗିରଫ

ହରିଆଣା ରୋହତକର ଏକ ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କୁ ଅପହରଣ ପରେ ମାର୍‌ପିଟ୍‌ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

Doctor Arrest

Doctor Arrest

Advertisment

ଥମୁନି ଡାକ୍ତରୀଛାତ୍ରୀଙ୍କୁ ମାର୍‌ପିଟ୍‌ ଘଟଣା। କୋଲକାତା ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ସହ ଦୁଷ୍କର୍ମ ଓ ହତ୍ୟାକୁ ନେଇ ପୂରା ଦେଶରେ ବିରୋଧ ଜାରି ରହିଛି। ଏହାରି ଭିତରେ ହରିଆଣା ରୋହତକର ଏକ ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କୁ ମାର୍‌ପିଟ୍‌ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

Advertisment

ହରିଆଣାର ରୋହତକରେ ଥିବା ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ର ଜଣେ ଛାତ୍ରୀଙ୍କୁ ମାର୍‌ପିଟ୍‌ କରାଯିବା ସହ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ରେସିଡାଣ୍ଟ ଡାକ୍ତରଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ରୋହତକର ଡେପୁଟି ପୁଲିସ ଅଧୀକ୍ଷକ ବୀରେନ୍ଦ୍ର ସିଂ କହିଛନ୍ତି ଯେ ପିଜିଏମଏସର ପ୍ରଥମ ବର୍ଷର ବିଡିଏ ଛାତ୍ରୀଙ୍କୁ ରବିବାର ରାତିରେ ଏମଡି (ଆନାଟୋମି) ଡାକ୍ତର ଅପହରଣ କରି ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଡାକ୍ତରକୁ ଗିରଫ କରାଯାଇଚି। ସେପଟେ ପୀଡିତାଙ୍କୁ ଉଦ୍ଧାର କରି ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ତାଙ୍କ ବୟାନ ରେକର୍ଡ କରାଯାଇଛି।

Advertisment

ସୂଚନା ମୁତାବକ, ଅଗଷ୍ଟ ୧୬ରେ ପୀଡିତାଙ୍କୁ ଅଭିଯୁକ୍ତ ଡାକ୍ତର ପିଜିଆଇଏମ୍‌ଏସ୍‌ରୁ ଅପହରଣ କରି ଅମ୍ବାଲା ଏବଂ ଚଣ୍ଡିଗଡ଼କୁ ନେଇ ସେଠାରେ ତାଙ୍କୁ ନିର୍ଯାତନା ଦେବା ସହ ମାର୍‌ପିଟ୍‌ କରିଥିଲା। ତେବେ ଯୌନ ଉତ୍ପୀଡ଼ନ କିମ୍ବା ଦୁଷ୍କର୍ମର କୌଣସି ପ୍ରମାଣ ପୀଡିତାଙ୍କ ବିବୃତି କିମ୍ବା ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରୁ ବାହାରି ନାହିଁ। ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜରି ରହିଛି। ପୋଲିସ ପୀଡିତା ଏବଂ ତାଙ୍କ ପରିବାର ସହିତ ନିରନ୍ତର ଯୋଗାଯୋଗରେ ଅଛି। ତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ପୁଲିସ କହିଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟ ପୀଡିତା ଛାତ୍ରୀ ଏବଂ ଅଭିଯୁକ୍ତ ଡାକ୍ତର PGIMS ର ଅଟନ୍ତି। ପୀଡିତା ଛାତ୍ରୀ ବିଡିଏ ଅଧ୍ୟୟନ କରୁଥିବାବେଳେ ଅଭିଯୁକ୍ତ ଡାକ୍ତର ଆନାଟୋମି ପଢ଼ାଉଥିଲା। ଉଭୟ ପ୍ରାୟ ୫ରୁ ୬ ମାସ ହେବ ପରସ୍ପରକୁ ଜାଣିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ୍‌ ହୋଇଥିବା ଏକ ଭିଡିଓରେ ମହିଳା ଜଣକ କାନ୍ଦୁଥିବା ଏବଂ ତାଙ୍କ ଦେହରେ ଥିବା କ୍ଷତକୁ ଦର୍ଶାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଦାବି କରିଛନ୍ତି ଯେ ଗତ ସାତ ମାସ ଧରି ରେସିଡେଣ୍ଟ୍‌ ଡାକ୍ତର ତାଙ୍କୁ ହଇରାଣ କରୁଛନ୍ତି। କେବଳ ସେତିକି ନୁହେଁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗ ନ ଉଠାଇବାକୁ ଡାକ୍ତର ବିଭିନ୍ନ ପ୍ରକାରର ଧମକ ମଧ୍ୟ ଦେଉଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

Doctor Arrest Rohtak Medical College Student Kidnap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe