Advertisment

ଡାକ୍ତରଙ୍କ ହାବୁଡ଼ରେ ପତ୍ନୀଙ୍କ ପରକିୟା ପ୍ରୀତି; ଦୁଇ ଯୁବକଙ୍କ ସହ ହୋଟେଲ ରୁମ୍‌ରୁ ଉଦ୍ଧାର

ଉତ୍ତରପ୍ରଦେଶର ଜନପଦ କାସଗଞ୍ଜ ଅଞ୍ଚଳରେ ଏକ ହାଇଭୋଲଟେଜ ଡ୍ରାମା ସାମନାକୁ ଆସିଛି। ପଦାରେ ପଡ଼ିଛି ଏକ ବଡ଼ ଘରର ବଡ଼ ଗୁମର କଥା। ଜଣେ ଡାକ୍ତରଙ୍କ ହାବୁଡ଼ରେ ପଡ଼ି ଯାଇଛି ପତ୍ନୀଙ୍କ ପରକିୟା ପ୍ରୀତି ।

author-image
Niharika Rout
Hotel Room

Hotel Room

ଉତ୍ତରପ୍ରଦେଶର ଜନପଦ କାସଗଞ୍ଜ ଅଞ୍ଚଳରେ ଏକ ହାଇଭୋଲଟେଜ ଡ୍ରାମା ସାମନାକୁ ଆସିଛି। ପଦାରେ ପଡ଼ିଛି ଏକ ବଡ଼ ଘରର ବଡ଼ ଗୁମର କଥା। ଜଣେ ଡାକ୍ତରଙ୍କ ହାବୁଡ଼ରେ ପଡ଼ି ଯାଇଛି ପତ୍ନୀଙ୍କ ପରକିୟା ପ୍ରୀତି ।  ନିଜ ଦୁଇ ପ୍ରେମିକଙ୍କ ସହ ଡାକ୍ତରଙ୍କ ପତ୍ନୀ ହୋଟେଲ ରୁମ୍‌ରେ ଅସଂଯତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ କାବୁ କରିଛନ୍ତି ଡାକ୍ତର ଓ ତାଙ୍କ ପରିବାର ଲୋକେ। ଏହାକୁ ନେଇ ମହାଭାରତ ସୃଷ୍ଟି ହୋଇଥିବା ବେଳେ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକଙ୍କୁ ଡାକ୍ତର ଓ ତାଙ୍କ ପରିବାର ଲୋକେ ନିର୍ଧୂମ ପିଟିଛନ୍ତି। ପୁଲିସ୍‌ ପହଞ୍ଚି ଡାକ୍ତରଙ୍କ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକଙ୍କୁ ଗିରଫ କରିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉଭୟ ପତିପତ୍ନୀ ଡାକ୍ତର ହୋଇଥିବା ବେଳେ ଗତ ୨ ବର୍ଷ ହେବ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଉଭୟ ପୃଥକ ଭାବେ ରହୁଥିଲେ। ମାତ୍ର ଡାକ୍ତର ନିଜ ପତ୍ନୀଙ୍କ ଉପରେ ନଜର ରଖିଥିଲେ।

କିଛି ଦିନ ତଳେ ମହିଳାଜଣକ ଦୁଇ ଯୁବକଙ୍କ ସହ ଏକ ହୋଟେଲରେ ପ୍ରବେଶ କରିଥିଲେ । ଖବର ପାଇ ଡାକ୍ତରଜଣକ ନିଜ ପରିବାର ସଦସ୍ୟଙ୍କ ସହ ସେଠାରେ ପହଞ୍ଚିଥିଲେ। ଏହାପରେ ରୁମ୍‌ରେ ଅସଂଯତ ଅବସ୍ଥାରେ ୩ ଜଣଙ୍କୁ ଦେଖି ସେମାନେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ। ଏହାପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଉକ୍ତ ୩ ଜଣଙ୍କୁ ପ୍ରବଳ ପିଟିଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା। ଏହାପରେ ଡାକ୍ତରଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ତାଙ୍କ ପତ୍ନୀ ଓ ତାଙ୍କ ଦୁଇ ପ୍ରେମିକଙ୍କୁ ଗିରଫ କରିଛି। ଏନେଇ ମହିଳା ଡାକ୍ତରଜଣକ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି।

ଡାକ୍ତରଙ୍କ କହିବାନୁଯାୟୀ, ସେମାନଙ୍କ ବିବାହ ୨୦୧୩ ମସିହାରେ ହୋଇଥିଲା। ମାତ୍ର ଏହାପରେ ବି ତାଙ୍କ ପତ୍ନୀ ବହୁ ପୁରୁଷଙ୍କ ସହ ସମ୍ପର୍କ ରଖୁଥିଲେ। ଏହାକୁ ଶାଶୁ ଘର ଲୋକେ ବିରୋଧ କରିବାରୁ ସେମାନଙ୍କୁ ମିଥ୍ୟା କେସ୍‌ରେ ଥାନାରେ ପଶାଇ ଦେବାର ଧମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସେ ପତ୍ନୀଙ୍କଠାରୁ ଅଲଗା ହୋଇଯାଇଥିବା ଡାକ୍ତର ପୁଲିସ୍‌ ସମ୍ମୁଖରେ କହିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକୃତ ଘଟଣା ଖୁବ୍‌ ଶୀଘ୍ର ସାମନାକୁ ଆସିବ ବୋଲି ଅଧିକାରୀ କହିଛନ୍ତି।

Uttar Pradesh