Advertisment

ପତ୍ନୀଙ୍କ ନିର୍ଯାତନା ସହି ହେଉନି ଲେଖି ଝୁଲି ପଡ଼ିଲେ ଡାକ୍ତର

‘ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହୋଇପଡ଼ିଲାଣି। ସବୁ କ୍ଷେତ୍ରରେ ତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ପାଗଳ ହେବା ପରି ଲାଗୁଛି। ସେ ମାନସିକ ଭାବେ ଖୁବ୍‌ ନିର୍ଯାତନା ଦେଉଥିବାରୁ ମୋ’ ଲାଇଫ୍‌ ପୂରା ଚେଞ୍ଜ ହୋଇଗଲାଣି।’

Doctor

Doctor

Advertisment

‘ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହୋଇପଡ଼ିଲାଣି। ସବୁ କ୍ଷେତ୍ରରେ ତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ପାଗଳ ହେବା ପରି ଲାଗୁଛି। ସେ ମାନସିକ ଭାବେ ଖୁବ୍‌ ନିର୍ଯାତନା ଦେଉଥିବାରୁ ମୋ’ ଲାଇଫ୍‌ ପୂରା ଚେଞ୍ଜ ହୋଇଗଲାଣି। ଏଥିରେ ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଛି। ସବୁବେଳେ ପତ୍ନୀଙ୍କ ଅଯଥା ସନ୍ଦେହ ମୋ’ ଜୀବନକୁ ନର୍କ କରି ସାରିଲାଣି। ଏପରି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ।’ ନିଜ ସୁଇସାଇଡ ନୋଟରେ ଏପରି କିଛି କୋହଭରା କଥା ଲେଖି ଝୁଲି ପଡ଼ିଛନ୍ତି ଜଣେ ଯୁବ ଡାକ୍ତର ।

Advertisment

ଏପରି ଏକ ଅସ୍ୱଭାବିକ ଘଟଣା ଉତ୍ତରପ୍ରଦେଶର ଗୋଡ଼ାରେ ଘଟିଛି। ମୃତକଜଣକ ୪୦ ବର୍ଷୀୟ ଡାକ୍ତର ଦେବୀ ଦୟାଲ ବୋଲି ଜଣାଯାଇଛି। ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିଜ କ୍ଲିନିକରେ ଝୁଲି ପଡ଼ିଛନ୍ତି। ଜ ମୃତ୍ୟୁ ପାଇଁ ସେ ପତ୍ନୀ, ଶାଳୀ ଓ ଶଳାଙ୍କୁ ଦାୟୀ କରିଥିବା ବେଳେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍‌।

ନିଜ କ୍ଲିନିକ୍‌ରେ ଏକୁଟିଆରେ ଥିବା ବେଳେ ଡାକ୍ତର ଦୟାଲ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ବହୁ ସମୟ ପର୍ଯ୍ୟନ୍ତ କବାଟ ଖୋଲା ନ ଯିବାରୁ ସ୍ଥାନୀୟ ଲୋକେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ କବାଟ ଭାଙ୍ଗି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି।

Advertisment

ମୃତ୍ୟୁ ପୂର୍ବରୁ ଡାକ୍ତର ଦୟାଲ ଭିଡିଓ ମେସଜ ସହ ସୁଇସାଇଡ ନୋଟ ବି ଛାଡ଼ି ଯାଇଛନ୍ତି। ସେଥିରେ ନିଜ ମୃତ୍ୟୁ ପାଇଁ ପତ୍ନୀ ପ୍ରିୟା ଯାଦବ, ଶାଳୀ ଭାରତୀ ଓ ଶଳା ରାଜୁଙ୍କୁ ଦାୟୀ କରିଛନ୍ତି। ଏହା ଜଣାପଡ଼ିବା ପରେ ଦୟାଲଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଉକ୍ତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। 

Uttar Pradesh Doctor Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe