Advertisment

ନୃଶଂସ ଡାକ୍ତର ଦମ୍ପତି; ଦୁଇ ପୋଷ୍ୟ ସନ୍ତାନଙ୍କୁ ପିଟିବା ସହ ଦେଉଥିଲେ ସିଗାଟେର ଚେଙ୍କ

ଶିଶୁ ଦୁଇଜଣଙ୍କ ଶରୀର ସାରା ମାଡ଼ ଚିହ୍ନ ଥିବା ବେଳେ ଜଣଙ୍କ ଗୁପ୍ତାଙ୍ଗରେ ରହିଛି ସିଗାରେଟ ଚେଙ୍କ ଚିହ୍ନ ।

author-image
Niharika Rout
‌Doctor Couple

‌Doctor Couple

ଡାକ୍ତର ଦମ୍ପତି ପାଲଟିଗଲେ ନୃଶଂସ । ଯିଏ ଜୀବନ ଦେବାକୁ ଶପଥ ନେଇଥିଲେ, ସିଏ ଦେଇ ଚାଲିଲେ ଅକଥନୀୟ ନିର୍ଯାତନା। ତାହା ପୁଣି ୩ ବର୍ଷର ୨ ନିରୀହ ଯାଆଁଳା ଭଉଣୀଙ୍କୁ । ଏହି ୨ ଭଉଣୀଙ୍କୁ ଡାକ୍ତର ଦମ୍ପତି ମାସାଧୀକ କାଳ ନିଜ ଘରେ ବନ୍ଦୀ ରଖିବା ସହ ସେମାନଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇ ଚାଲିଥିଲେ। ଉଦ୍ଧାର ପରେ ସେମାନଙ୍କ ନିର୍ଯାତନାର କାହାଣୀ ଦେଖି ସମସ୍ତଙ୍କ ଲୋମ ଟାଙ୍କୁରି ଉଠୁଛି। ୨ ନିରୀହ ଶିଶୁଙ୍କ ଶରୀର ସାରା ମାଡ଼ ଚିହ୍ନ ଥିବା ବେଳେ ଏକ ଶିଶୁର ଗୁପ୍ତାଙ୍ଗରେ ରହିଛି ସିଗାରେଟ ଚେଙ୍କ ଚିହ୍ନ ।

Advertisment

ଏପରି ଅଭାବନୀୟ ଘଟଣା ଆସାମର ଗୌହାଟିରେ ଘଟିଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ଡାକ୍ତର ଦମ୍ପତିଙ୍କ ସମେତ ତାଙ୍କର ଜଣେ ଘରୋଇ ସହାୟକଙ୍କୁ ଗିରଫ କରିଛି। ୨ ନାବାଳିକା ଭଉଣୀଙ୍କ ଚିକିତ୍ସା ଚାଲିଛି। ଏହି ଡାକ୍ତର ଦମ୍ପତିଦ୍ୱୟ ହେଲେ ଡା. ୱାଲିୟୁଲ ଇସଲାମ ଓ ତାଙ୍କ ପତ୍ନୀ ଡା. ସଙ୍ଗୀତା ଦତ୍ତ ।

ପ୍ରାଥମିକ ତଦନ୍ତରୁ ଉଭୟ ଡାକ୍ତର ଏହି ୨ ଭଉଣୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଜଣାଯାଇଛି। ସେମାନେ ଏହି ୨ ଭଉଣୀଙ୍କୁ ନିଜ ଘରର ଚତୁର୍ଥ ମହଲାରେ ବନ୍ଦୀ ଭାବେ ରଖିଥିବା ବେଳେ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ଏପରିକି ଶିଶୁଙ୍କୁ ଟାଣ ଖରାରେ ଛାତରେ ବାନ୍ଧିକି ରଖା ଯାଉଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି। ଶିଶୁଙ୍କ କରୁଣ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୁଲିସ୍‌ ଓ ଚାଇଲଡ ଲାଇନ୍‌କୁ ଖବର ଦେଇଥିଲେ।

Advertisment

କିଛି ଦିନ ତଳେ ହଠାତ୍‌ ପୁଲିସ୍‌ ଓ ଚାଇଲଡ ଲାଇନ୍‌ କର୍ମଚାରୀ ଡା. ୱାଲିୟୁଲ ଇସଲାମଙ୍କ ଘରେ ଚଢ଼ାଉ କରି ୨ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଯାହା ଦେଖିଥିଲେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା। ଶିଶୁ ଦୁଇଜଣଙ୍କ ଶରୀର ସାରା ମାଡ଼ ଚିହ୍ନ ଥିବା ବେଳେ ଜଣଙ୍କ ଗୁପ୍ତାଙ୍ଗରେ ରହିଛି ସିଗାରେଟ ଚେଙ୍କ ଚିହ୍ନ ।

ଏହି ଅଭିଯୋଗରେ ପୁଲିସ୍‌ ଡାକ୍ତର ଦମ୍ପତିଙ୍କ ସମେତ ତାଙ୍କ ଘରୋଇ ସହାୟକଙ୍କୁ ବି ବାନ୍ଧିଛି। ଏହି ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ୍‌ ୨ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଗୌହାଟି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଉଭୟଙ୍କର ସେଠାରେ ଚିକିତ୍ସା ଚାଲିଛି।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋଣ ଧରିଥିବା ବେଳେ ଖୋଦ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାର ତଦନ୍ତ ନିମନ୍ତେ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତର ଦମ୍ପତି କାହିଁକି ଛୁଆ ୨ ଜଣଙ୍କୁ ଏପରି ଅକଥନୀୟ ନିର୍ଯାତନା ଦେଉଥିଲେ ସେ ନେଇ ପାଟି ଫିଟାଉ ନାହାନ୍ତି। ପୁଲିସ୍‌ ସେମାନ ବାପାମା’ଙ୍କୁ ସନ୍ଧାନ କରୁଛି।

Doctor