Advertisment

ପ୍ରତି ୨ ଘଣ୍ଟାରେ ଦିଅ ରିପୋର୍ଟ, ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୁଡ୍‌ରେ ଅଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଜ ନିୟମକୁ କଡ଼ାକଡ଼ି କରିଛି।

ଅଦ୍ୟତନ ହୋଇଛି
Doctor Protest

Doctor Protest

Advertisment

କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୁଡ୍‌ରେ ଅଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଜ ନିୟମକୁ କଡ଼ାକଡ଼ି କରିଛି।

Advertisment

ଏଣିକି ସବୁ ରାଜ୍ୟ ପ୍ରତି ୨ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ୨ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ।

ଦେଶରେ ଡାକ୍ତରଙ୍କ ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ସବୁ ରାଜ୍ୟକୁ ଶୁକ୍ରବାର ଏଭଳି କିଛି ବାର୍ତ୍ତା ପଠାଯାଇଛି। ସବୁ ରାଜ୍ୟର ପୁଲିସକୁ ଫ୍ୟାକ୍ସ, ଇ-ମେଲ୍‌ କିମ୍ବା ହ୍ୱାଟସ୍‌ ଆପ୍‌ ଜରିଆରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ସ୍ଥାନରେ ଡାକ୍ତର ଓ ଅନ୍ୟ ଚିକିତ୍ସା କର୍ମଚାରୀ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲରେ ବିରୋଧ ଚାଲିଛି। ଶନିବାର ପଶ୍ଚିମବଙ୍ଗର ପ୍ରାୟ ସମସ୍ତ ହସ୍ପିଟାଲର ଚିକିତ୍ସକ ମଧ୍ୟ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଫଳରେ ପୂରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

MHA Doctor Protest Kolkata Rape-Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe