Advertisment

ଅସ୍ତ୍ରୋପଚାରର ଦୁଇ ବର୍ଷ ପରେ ପେଟରୁ ବାହାରିଲା କଇଁଚି

ଅସ୍ତ୍ରୋପଚାର କରିବା ପରେ ମହିଳାଙ୍କ ପେଟ ଭିତରେ କଇଁଚି ଛାଡ଼ି ଦେଇଥିଲେ ଡାକ୍ତର। ଦୁଇ ବର୍ଷ ପରେ ଏହି କଇଁଚିକୁ ବାହାର କରାଯାଇଛି।

Kamala Bai and Scissor recovered from her stomach

Kamala Bai and Scissor recovered from her stomach

Advertisment

ରୋଗୀଙ୍କ ଚିକିତ୍ସା କରି ନୂଆ ଜୀବନ ଦେଉଥିବାରୁ ଡାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି ମାନନ୍ତି ଲୋକେ। ହେଲେ ବେଳେବେଳେ ସେହି ଡାକ୍ତରଙ୍କ ସାମାନ୍ୟ ଅବହେଳା କାରଣରୁ ନୀରିହ ଲୋକର ଜୀବନ ମଧ୍ୟ ଚାଲିଯାଏ। ତେବେ ମଧ୍ୟପ୍ରଦେଶରେ ଡାକ୍ତରଙ୍କ ଏଭଳି ଏକ ଚରମ ଅବହେଳା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଅସ୍ତ୍ରୋପଚାର କରିବା ପରେ ରୋଗୀଙ୍କ ପେଟ ଭିତରେ ଡାକ୍ତର କଇଁଚି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ମାସେ କି ବର୍ଷେ ନୁହେଁ, ଦୀର୍ଘ ଦୁଇ ବର୍ଷ ପରେ ଏହି କଇଁଚିକୁ ବାହାର କରାଯାଇଛି।

Advertisment

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ସୌନ୍ଧା ଗୋହଦରେ ରହୁଥିବା କମଲା ବାଇଙ୍କ ପେଟରେ ଗତ ଦୁଇବର୍ଷ ହେବ ଯନ୍ତ୍ରଣା ହେଉଥିଲା। ବାରମ୍ବାର ଡାକ୍ତର ଦେଖାଇ ଔଷଧ ଖାଇବା ପରେ ମଧ୍ୟ ତାଙ୍କର ଏହି ଯନ୍ତ୍ରଣା କମିନଥିଲା। ତେବେ ଗତ ମାସେ ହେବ ଏହି ଯନ୍ତ୍ରଣା ଅସହ୍ୟ ହୋଇଯାଇଥିଲା। ନିକଟରେ ଭିଣ୍ଡ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ସିଟି ସ୍କାନ କରିବା ପରେ ପେଟ ଯନ୍ତ୍ରଣାର ପ୍ରକୃତ କାରଣ ଜଣା ପଡ଼ିଥିଲା। କମଲା ବାଇଙ୍କ ପେଟ ଭିତରେ ଏକ କଇଁଚି ରହିଥିବା ଦେଖିବାକୁ ପାଇଥିଲେ ସ୍କାନ କରିଥିବା ଡାକ୍ତର। ପରେ ପୁଣିଥରେ ଅସ୍ତ୍ରୋପଚାର କରି ସୁର‍କ୍ଷିତ ଭାବେ ଏହି କଇଁଚିକୁ ପେଟରୁ ବାହାର କରାଯାଇଛି।

ଏହି ଘଟଣା ନେଇ ନିଜେ କମଲା ବାଇ କହିଛନ୍ତି ଯେ ୨୦୨୨ ଫେବୃଆରୀ ୨୦ ତାରିଖରେ ଗ୍ୱାଲିୟର ସରକାରୀ ଡାକ୍ତରଖାନାରେ ତାଙ୍କ ପେଟରେ କର୍କଟଜାତୀୟ ଏକ ଅସ୍ତ୍ରୋପଚାର ହୋଇଥିଲା। ଏହି ସମୟରେ ଅସ୍ତ୍ରୋପଚାର କରିଥିବା ଡାକ୍ତର ଅବହେଳା କରି ତାଙ୍କ ପେଟରେ ଏକ କଇଁଚି ଛାଡ଼ି ଦେଇଥିଲେ। ଅସ୍ତ୍ରୋପଚାର ପରେ ପେଟରେ ଯନ୍ତ୍ରଣା ଲାଗି ରହିଥିଲା। କଇଁଚି ପେଟ ଭିତରେ ଏପରି ଏକ ସ୍ଥାନରେ ଥିଲା ଯେ, ଯେତେ ପରୀକ୍ଷା ନୀରିକ୍ଷା କଲେ ମଧ୍ୟ ପେଟର ଯନ୍ତ୍ରଣା ଜଣାପଡ଼ୁନଥିଲା। ତେବେ ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଏଭଳି ଜଘନ୍ୟ ଅବହେଳା କରିଥିବା ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କମଲାଙ୍କ ପରିବାର।

Advertisment
Madhya Pradesh News Operation Doctor Left Scissor In Stomach Scissor Left In Stomach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe