Advertisment

ସୀମାରେ ଆତଙ୍କୀ ହମଲା; ୬ ଶ୍ରମିକଙ୍କ ସମେତ ଜଣେ ଡାକ୍ତର ମୃତ

ଗନ୍ଦେରବାଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲି ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ।

author-image
Debibandita Barick
A security personnel stands

A security personnel stands

ଜମ୍ମୁ-କଶ୍ମୀରରେ ପୁଣି ହମଲା କରିଛନ୍ତି ଆତଙ୍କବାଦୀ। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ 6 ଜଣ ଶ୍ରମିକଙ୍କ ସମେତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଗନ୍ଦେରବାଲ ଜିଲ୍ଲାରେ ଏହି ହମଲା ହୋଇଛି।

Advertisment

ସୂଚନା ଅନୁସାରେ, ଗନ୍ଦେରବାଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲିଥିଲା। ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି।

ଶ୍ରମିକମାନେ ପ୍ରବାସୀ ହୋଇ ଥିବାବେଳେ ଡାକ୍ତର ଜଣକ ଜମ୍ମୁ-କଶ୍ମୀରର। ହମଲା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି। ଏଥିସହ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି। 

Advertisment

ଏହି ହମଲାରେ ଦୁଇ ଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର ଆଇଜି ପୁଲିସ ଭି.କେ ବିର୍ଦିଙ୍କ ସମେତ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସେପଟେ ସଦ୍ୟତମ ଶପଥ ନେଇଥିବା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ନିରିହ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି। 

Jammu Kashmir Jammu & Kashmir Firing