Advertisment

ଡାକ୍ତରଙ୍କ ପୁଅଙ୍କ କୋହଭରା କଥା - ନିଜକୁ ଓ ମାମାକୁ ବିଷ ଇଞ୍ଜେକସନ ଦେଇ ମୋତେ ଠକିଦେଲେ ବାପା

ପତ୍ନୀଙ୍କୁ ଭଲ କରିବାକୁ ଡା ଶର୍ମା ନିଜର ସବୁ ଟଙ୍କା ସାରି ଦେଇଥିବା ବେଳେ ଲକ୍ଷାଧୀକ ଟଙ୍କା କରଜ ବି କରି ଦେଇଥିଲେ । ତାହାକୁ ସେ ଶୁଝିପାରୁ ନଥିବା ବେଳେ ସବୁବେଳେ ମାନସିକ ଚାପରେ ରହୁଥିଲେ।

Police

Police

Advertisment

‘ମୋ’ ବାପା ସବୁବେଳେ ମୋ’ ହିରୋ। ଦୁନିଆରୁ ଯିବା ବେଳେ ବି ସେ ମୋ ଇଚ୍ଛା ପୂରଣ କରି ଦେଇ ଗଲେ। ହେଲେ ସେ ମୋତେ ଠକିଦେଲେ। ବିଷ ଇଞ୍ଜେକସନ ଦେଇ ବାପା ନିଜର ଓ ମାମାର ଜୀବନ ନେଇ ଯାଇଥିବା ବେଳେ ଜିଦ୍‌ ଧରିବାରୁ ମୋତେ ଖାଲି ଇଞ୍ଜେକସନ ଦେଇଦେଲେ।’ ଏପରି ଲୋମଟାଙ୍କୁରା କଥା କହି ଆଖିରୁ ଲୁହ ଗଡ଼ାଉଥିବା ନାବାଳକଜଣକ ଜଣେ ଡାକ୍ତରଙ୍କ ପୁଅ। ମା’ଙ୍କ ବେମାର ପାଇଁ ଦୟନୀୟ ଆର୍ଥିକ ସମସ୍ୟାରେ ଗତି କରୁଥିବା ଡାକ୍ତରଜଣକ କିପରି ଚରମ ପଦକ୍ଷେପ ନେଲେ ତାହା ତାଙ୍କ ପୁଅ ବଖାଣିଛନ୍ତି। ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଉତ୍ତରାଖଣ୍ଡର ଉଧମ ସିଂହ ନଗରରେ ଘଟିଛି।

Advertisment

ଡେରାଡୁନ ବାସିନ୍ଦା ଡା. ଇନ୍ଦ୍ରେଶ ଶର୍ମା ଉଧମ ସିଂ ନଗର ଜିଲ୍ଲାର କାଶୀପୁରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ପ୍ରାୟ ୧୦-୧୨ ବର୍ଷ ପୂର୍ବେ ସେ ପତ୍ନୀ ବର୍ଷା, ଝିଅ ଦେବାଂଶୀ ଓ ପୁଅ ଇଶାନଙ୍କ ସହ କାଶୀପୁରରେ ରହୁଥିଲେ। ମାତ୍ର ତାଙ୍କ ହସଖୁସିର ସଂସାରରେ କଳା ବାଦଲ ଘୋଟି ଆସିଲା, ଯେତେବେଳେ ତାଙ୍କ ପତ୍ନୀ କ୍ୟାନସର ତଥା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା।

ପତ୍ନୀଙ୍କୁ ଭଲ କରିବାକୁ ଡା ଶର୍ମା ନିଜର ସବୁ ଟଙ୍କା ସାରି ଦେଇଥିବା ବେଳେ ଲକ୍ଷାଧୀକ ଟଙ୍କା କରଜ ବି କରି ଦେଇଥିଲେ । ତାହାକୁ ସେ ଶୁଝିପାରୁ ନଥିବା ବେଳେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଏଥିସହ ପତ୍ନୀଙ୍କୁ ବାରମ୍ବାର ରକ୍ତ ଦେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟ ବି ଭଲ ରହୁ ନ ଥିଲା। ପତ୍ନୀଙ୍କୁ ବାରମ୍ବାର ମେଡିକାଲ ନେବାକୁ ଆଥିକ ସମ୍ବଳ ନ ଥିବାରୁ ସେ ନିଜେ ହିଁ ତାଙ୍କ ଚିକିତ୍ସା କରୁଥିଲେ।

Advertisment

ଇତି ମଧ୍ୟରେ କରୋନା ମହାମାରୀ ବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଗଲା। ଏପରିକି ତାଙ୍କୁ ନିଜ ପୁଅର ପାଠପଢ଼ା ବି ବନ୍ଦ କରିବାକୁ ପଡ଼ିଲା। ପୁଅ ବି ଘରର ସମସ୍ୟା ବିଷୟରେ ଭଲ ଭାବେ ଅବଗତ ଥିବାରୁ ଚୁପ୍ ରହୁଥିଲା।

ଏହାପରେ ଡା. ଶର୍ମା ସାଂଘାତିକ ପଦକ୍ଷେପ ଉଠାଇବାକୁ ଚିନ୍ତା କରି ଏଥିନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ସବୁଦିନ ପରି ଘଟଣା ଦିନ ସନ୍ଧ୍ୟାରେ ଘରକୁ ଫେରି ଭଲ ଭାବେ କଥା ହୋଇଥିଲେ। ସମସ୍ତେ ସାଙ୍ଗ ହୋଇ ରାତ୍ରି ଭୋଜନ କରିଥିଲେ। ଏହାପରେ ନିଜ ପୁଅ ସହ ଲୁଡୁ ଖେଳିଥିଲେ। ଏହି ସମୟରେ ଏକ ଇଞ୍ଜେକସନ ଦେଖାଇ ସମସ୍ତଙ୍କୁ ଲଗାଇବେ ବୋଲି କହିଥିବା ତାଙ୍କ ପୁଅ କହିଛନ୍ତି।

ଏହା ଦେଖି ପୁଅ ନିଜକୁ ପ୍ରଥମେ ଇଞ୍ଜେକସନ ଦେବାକୁ କହିଥିଲେ। ପୁଅକୁ ଇଞ୍ଜେକସନ ଦେବାରୁ ସେ ଶୋଇ ପଡ଼ିଥିଲା। ଏହାପରେ ଡା. ଶର୍ମା ନିଜ ପତ୍ନୀଙ୍କୁ ଓ ନିଜକୁ ବିଷ ଇଞ୍ଜେକସନ ଦେଇଥିଲେ। ପରଦିନ ସକାଳେ ପୁଅ ଉଠି ବାପାମା’ଙ୍କୁ ଡାକିବାକୁ କେହି ନ ଉଠିବାରୁ ସେ ଘଟଣା ସମ୍ପର୍କରେ ସାହି ପଡ଼ିଶାଙ୍କୁ ଜଣାଇଥିଲା। ଏହାପରେ ସେମାନେ ଉଭୟଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କଲେ।

ଡା. ଶର୍ମା ଶର୍ମା ନିଜ ଝିଅଙ୍କ ବିବାହ ଗତ ଜାନୁୟାରୀରେ କରି ସାରିଛନ୍ତି। ନିଜ ବାପାମା’ଙ୍କ ମୃତ୍ୟୁ ଖବର ଶୁଣି ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଘଟଣାର ତଦନ୍ତ କରୁଥିବା ଏସ୍‌ପି କହିଛନ୍ତି, ଘଟଣାସ୍ଥଳରୁ ସିରିଜ ଓ ସୁଇସାଇଡ ନୋଟ ମିଳିଛି। ଏଥିରେ ଡାକ୍ତର ନିଜ ଇଚ୍ଛା ଅନୁଯାୟୀ ଆତ୍ମହତ୍ୟା କରୁଥିବା ଲେଖିଛନ୍ତି। ଏଥିନିମନ୍ତେ ସେ କାହାକୁ ଦାୟୀ କରି ନାହାନ୍ତି। ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି।

Suicide Uttarakhand Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe