Advertisment

ଯେଉଁ ମହିଳା ଡାକ୍ତର ଚିକିତ୍ସା କରୁଥିଲେ, ତାଙ୍କୁ ହିଁ ନିର୍ମମ ଭାବେ ହତ୍ୟା କଲେ ସ୍କୁଲ ଶିକ୍ଷକ

ଗୋଡ଼ରେ ଆହତ ପାଇଥିବା ସ୍କୁଲ ଶିକ୍ଷକ ଜଣକ ହେଲେ ସନ୍ଦୀପ। ପରିବାର ଲୋକଙ୍କ ସହ ଝଗଡ଼ା କରି ତାଙ୍କ ଗୋଡ଼ରେ କ୍ଷତଚିହ୍ନ ସୃଷ୍ଟି ହୋଇଥିଲା। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଡ୍ରେସିଂ ପାଇଁ ହସ୍ପିଟାଲକୁ ଆଣିଥିଲା। ଏଠାରେ ଡାକ୍ତର ବନ୍ଦନା ଦାସ ତାଙ୍କ କ୍ଷତଚିହ୍ନ ଉପରେ ପଟି ଲଗାଉଥିଲେ।

author-image
Hemant Lenka
Doctor

Doctor

ହସ୍ପିଟାଲ ଭିତରେ ଯୁବ ମହିଳା ଡାକ୍ତରଙ୍କୁ ହତ୍ୟା। କେରଳର କୋଲ୍ଲାମ ଜିଲ୍ଲା କୋଟ୍ଟାରାକ୍କାରାରେ ଥିବା ଗୋଟିଏ ହସ୍ପିଟାଲରେ ମହିଳା ଡାକ୍ତର ଜଣଙ୍କ ଯେଉଁ ଆହତ ସ୍କୁଲ ଶିକ୍ଷକଙ୍କ ଚିକିତ୍ସା କରୁଥିଲେ ସେ ହିଁ ତାଙ୍କୁ ହତ୍ୟା କରିଛନ୍ତି। ଏହି ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ପୁଲିସ୍‌ ହସ୍ପିଟାଲକୁ ଆଣିଥିଲା। ହେଲେ ନିଶାସକ୍ତ ଅବସ୍ଥାରେ ଥିବା ବ୍ୟକ୍ତି ଜଣଙ୍କ କଇଁଚି ଓ ଅପରେସନ ପାଇଁ ବ୍ୟବହାର ହେଉଥିବା ଛୁରୀରେ ଆକ୍ରମଣ କରି ଡାକ୍ତରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।

Advertisment

ଗୋଡ଼ରେ ଆହତ ପାଇଥିବା ସ୍କୁଲ ଶିକ୍ଷକ ଜଣକ ହେଲେ ସନ୍ଦୀପ। ପରିବାର ଲୋକଙ୍କ ସହ ଝଗଡ଼ା କରି ତାଙ୍କ ଗୋଡ଼ରେ କ୍ଷତଚିହ୍ନ ସୃଷ୍ଟି ହୋଇଥିଲା। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଡ୍ରେସିଂ ପାଇଁ ହସ୍ପିଟାଲକୁ ଆଣିଥିଲା। ଏଠାରେ ଡାକ୍ତର ବନ୍ଦନା ଦାସ ତାଙ୍କ କ୍ଷତଚିହ୍ନ ଉପରେ ପଟି ଲଗାଉଥିଲେ।

ହେଲେ ଏହି ସମୟରେ ସନ୍ଦୀପ ଚିତ୍କାର କରି ଉଠିବା ସହ ବନ୍ଦନାଙ୍କ ସମେତ ସେଠାରେ ଥିବା ଅନ୍ୟ କର୍ମଚାରୀ ଓ ପୁଲିସ୍‌କୁ ମଧ୍ୟ ଆକ୍ରମଣ କରିଥିଲେ। ବୁଧବାର ସକାଳେ ଏହି ଘଟଣା ଘଟିଥିବା ବେଳେ ସନ୍ଦୀପଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବନ୍ଦନା ଦିନ ପ୍ରାୟ ୧୦ଟା ବେଳେ ଆଖିବୁଜିଛନ୍ତି।

Advertisment

ହସ୍ପିଟାଲରେ ଘଟିଥିବା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସନ୍ଦୀପଙ୍କ ଝଗଡ଼ା ପରିବାର ଲୋକଙ୍କ ସହ ହୋଇଥିଲା। ତାଙ୍କୁ ରକ୍ଷା କରିବା ପାଇଁ ସେ ପୁଲିସ୍‌କୁ ଫୋନ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସନ୍ଦୀପ ଆହତ ଅବସ୍ଥାରେ ଥିଲେ।

ତେଣୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ସେ ପ୍ରବଳ ମଦ ପିଇଥିବାରୁ ହସ୍ପିଟାଲ ନେବା ବେଳେ ସେ ଛାଟିପିଟି ହେଉଥିଲେ। ହସ୍ପିଟାଲରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ତାଙ୍କ କ୍ଷତଚିହ୍ନର ଡ୍ରେସିଂ ଆରମ୍ଭ କରିଥିଲେ। ଉକ୍ତ ରୁମ ବାହାରେ ପୁଲିସ ରହିଥିଲା।

ହଠାତ୍‌ ରୁମ ଭିତରୁ ଚିତ୍କାର ଶୁଭିଥିଲା। ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ସନ୍ଦୀପ ମଧ୍ୟ ହାତରେ କଇଁଛି ଓ ଗୋଟିଏ ସର୍ଜରୀ ଛୁରୀ ଧରି ‘ମୁଁ ତୁମମାନଙ୍କୁ ମାରି ଦେବି’ ବୋଲି କହି ଚିତ୍କାର କରିବାରେ ଲାଗିଥିଲେ। ତେବେ ସେ କ’ଣ ପାଇଁ ଏମିତି ରାଗିବା ସହ ଡାକ୍ତରଙ୍କୁ ଆକ୍ରମଣ କଲେ, ସେକଥା ଜଣାପଡ଼ିନି।

ରୁମ ବାହାରେ ଥିବା ପୁଲିସ୍‌ କର୍ମଚାରୀମାନେ ଏପରି ଆଚରଣ ଦେଖି ସନ୍ଦୀପଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ପୁଲିସ୍‌ କର୍ମଚାରୀମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ହସ୍ପିଟାଲରେ ଭଙ୍ଗାରୁଜୁ ମଧ୍ୟ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଡାକ୍ତର ବନ୍ଦନାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ପୁଲିସ୍‌ ବହୁତ କଷ୍ଟ କରି ସନ୍ଦୀପଙ୍କୁ କାବୁ କରିବା ସହ ଗିରଫ କରିଛି। ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏହି ଘଟଣାକୁ ନେଇ କେରଳ ବିଭିନ୍ନ ସ୍ଥାନରେ ଡାକ୍ତରମାନେ ବିକ୍ଷୋଭ କରିଛନ୍ତି। ସେହିପରି ସେମାନେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Doctor Kerala