Advertisment

ଗଣବଳାତ୍କାର ଉଦ୍ୟମ କରୁଥିଲେ ଡାକ୍ତର ଓ ସହଯୋଗୀ, ପ୍ରାଇଭେଟ ପାର୍ଟ କାଟିଦେଲେ ନର୍ସ

ନର୍ସଙ୍କୁ ଗଣବଳାତ୍କାର ଉଦ୍ୟମ କରି ଫସିଲେ ଡାକ୍ତର ଓ ତାଙ୍କ ଦୁଇ ସହଯୋଗୀ। ଭୋଗିଲେ ଭୟଙ୍କର ପରିଣାମ । ନିଜକୁ ବଞ୍ଚାଇବାକୁ ଯାଇ ନର୍ସଜଣକ ଡାକ୍ତରଙ୍କ ପ୍ରାଇଭେଟ ପାର୍ଟକୁ କାଟିଦେଇଥିବା ଜଣାଯାଇଛି ।

ଅଦ୍ୟତନ ହୋଇଛି
Nurse

Nurse

Advertisment

ନର୍ସଙ୍କୁ ଗଣବଳାତ୍କାର ଉଦ୍ୟମ କରି ଫସିଲେ ଡାକ୍ତର ଓ ତାଙ୍କ ଦୁଇ ସହଯୋଗୀ। ଭୋଗିଲେ ଭୟଙ୍କର ପରିଣାମ । ନିଜକୁ ବଞ୍ଚାଇବାକୁ ଯାଇ ନର୍ସଜଣକ ଡାକ୍ତରଙ୍କ ପ୍ରାଇଭେଟ ପାର୍ଟକୁ କାଟିଦେଇଥିବା ଜଣାଯାଇଛି । ଫଳରେ ପୁଲିସ୍‌ ଡାକ୍ତରଙ୍କୁ ବାନ୍ଧି ମେଡିକାଲରେ ଭର୍ତ୍ତି କରିଛି। ଏପରି ଏକ ସାଂଘାତିକ ଘଟଣା ବିହାରର ସମସ୍ତିପୁରରେ ଘଟିଛି।

Advertisment

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଡାକ୍ତର ଓ ତାଙ୍କର ଦୁଇ ସହଯୋଗୀ ଡାକ୍ତରଖାନା ଭିତରେ ପ୍ରଥମେ ମଦ ପିଇଥିଲେ। ଏହାପରେ ସେମାନେ ତାଙ୍କ ସହ ଜୋରଜବରଦସ୍ତି କରି ଗଣବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ତେଣୁ ନିଜକୁ ବଞ୍ଚାଇବାକୁ ପୀଡ଼ିତାଜଣକ ପାଖରେ ଥିବା ସର୍ଜିକାଲ ବ୍ଲେଡରେ ଡାକ୍ତରଙ୍କ ପ୍ରାଇଭେଟ ପାର୍ଟକୁ କାଟି ସେଠାରୁ ପଳାଇଥିଲେ।

ଏନେଇ ସେ ତୁରନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମେଡିକାଲରେ ପହଞ୍ଚି ଅଭିଯୁକ୍ତ ଡାକ୍ତର ଓ ତାଙ୍କ ଦୁଇ ସହଯୋଗୀଙ୍କୁ ବାନ୍ଧିଛି। ଏଥିସହ ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଛି।

Advertisment

ଏନେଇ ଡିଏସ୍‌ପି ସୂଚନା ଦେଇ କହିଛନ୍ତି, ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ମେଡିକାଲରୁ ମଦ ବୋତଲ, ବ୍ଲେଡ, ମୋବାଇଲ ଆଦି ଜବତ କରାଯାଇ ଫରେନସିକ ଲାବ୍‌କୁ ପଠାଯାଇଛି।

Doctor Bihar Gang Rape Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe