Advertisment

ମାତ୍ର ୨୦ ଟଙ୍କାରେ ଲୋକଙ୍କ ଚିକିତ୍ସା କରୁଥିବା ଡାକ୍ତର ପାଇବେ ପଦ୍ମଶ୍ରୀ

ଡାକ୍ତର ଡାୱାର ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା କରୁଥିବାରୁ ଭାରତ ସରକାରଙ୍କୁ ତାଙ୍କୁ ପଦ୍ମ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

author-image
Hemant Lenka
Dr M C Dawar

Dr M C Dawar

ମାତ୍ର ୨୦ ଟଙ୍କାରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ଚାଲିଥିବା ୭୭ ବର୍ଷୀୟ ଡାକ୍ତର ଏମସି ଡାୱାରଙ୍କୁ ମିଳିତ ପଦ୍ମଶ୍ରୀ ସମ୍ମାନ। ଡାକ୍ତର ଡାୱାର ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା କରୁଥିବାରୁ ଭାରତ ସରକାରଙ୍କୁ ତାଙ୍କୁ ପଦ୍ମ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ବୁଧବାର ସନ୍ଧ୍ୟାରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା। ମୋଟ ୧୦୬ ଜଣଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାର ମିଳିବ। ଏମାନଙ୍କ ମଧ୍ୟରୁ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ। ଏହି ୯୧ ଜଣଙ୍କ ମଧ୍ୟରେ ଡାକ୍ତର ଡାୱାର ଅଛନ୍ତି।

୧୯୪୬ ମସିହା ଜାନୁଆରୀ ୧୬ରେ ପାକିସ୍ତାନ କବଜାରେ ଥିବା ପଞ୍ଜାବ ପ୍ରଦେଶରେ ଡାକ୍ତର ଡାୱାର ଜନ୍ମ ଗ୍ରହଣ କରିଥିଲେ। ବିଭାଜନ ପରେ ସେ ଭାରତକୁ ଚାଲି ଆସିଥିଲେ। ୧୯୬୭ରେ ଜବଲପୁରରୁ ଏମବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ସେ ରୋଗୀ ସେବା ଆରମ୍ଭ କରିଥିଲେ। ୧୯୭୧ରେ ସେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଭାରତୀୟ ଆର୍ମି ପାଇଁ କାମ କରିଥିଲେ।

Advertisment

ଏହାପରେ ୧୯୭୨ରୁ ଜବଲପୁରରେ ସେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ମାତ୍ର ୨ ଟଙ୍କା ଫିସ ନେଉଥିଲେ। ଏବେ ଏହା ୨୦ ଟଙ୍କାରେ ପହଞ୍ଚିଛି। ସେ ଏହି ମହଙ୍ଗା ଯୁଗରେ ବି ମାତ୍ର ୨୦ ଟଙ୍କାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତାଙ୍କର ଏହି ମାନବସେବା ପାଇଁ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତି କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ପଦ୍ମଶ୍ରୀ ପାଇବାକୁ ଯାଉଥିବା ଡାକ୍ତର ଡୱାର କହିଛନ୍ତି, “କଠିନ ପରିଶ୍ରମକୁ ବେଳେବେଳେ ପୁରସ୍କାର ମିଳିବେ। ବିଳମ୍ବ ହେଲେ ମଧ୍ୟ କଠିନ ପରିଶ୍ରମ ବେକାର ଯାଏ ନାହିଁ। ଏହା ତା’ର ଫଳାଫଳ। ଲୋକଙ୍କ ଆଶୀର୍ବାଦ ଯୋଗୁ ମୋତେ ଆଜି ପୁରସ୍କାର ମିଳିଛି।”

ତାଙ୍କ ଅଭିଜ୍ଞତା ସମ୍ପର୍କରେ ସେ କହିଛନ୍ତି, “କମ ଫି’ ବାବଦରେ ଘରେ ବେଶ ଆଲୋଚନା ହୋଇଥିଲା। କିନ୍ତୁ ଏହାକୁ ନେଇ କେବେ ହେଲେ ବିବାଦ ସୃଷ୍ଟି ହୋଇନି। ଆମର ଗୋଟିଏ ଲକ୍ଷ୍ୟ ହେଲା ଲୋକଙ୍କ ସେବା କରିବା। ତେଣୁ ଆମେ ଫି’ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଥିଲୁ। ସଫଳତାର ମୂଳ ମନ୍ତ୍ରକୁ ପାଥେୟ କରି ଆମେ ଆଗକୁ ବଢ଼ି ଚାଲିଥିଲୁ। ଯଦି ଆପଣ ଧୈର୍ଯ୍ୟର ସହ କାମ କରିବେ, ତା’ହେଲେ ସଫଳତା ପାଇବେ। ସେହିପରି ସଫଳତାକୁ ସମ୍ମାନ ମଧ୍ୟ ମିଳିବ।”

ଡାକ୍ତର ଡାୱାରଙ୍କ ପୁଅ ଋଷି କହିଛନ୍ତି, “ଆମେ ଭାବୁଥିଲୁ ଯେ ରାଜନୀତିକ ଚିହ୍ନା ଥିଲେ ସମ୍ମାନ ମିଳେ। କିନ୍ତୁ ଏବେ ଏହି ଧାରଣା ବଦଳିଛି। କାରଣ ସରକାର ତୃଣମୂଳସ୍ତରରେ ଲୋକଙ୍କୁ ଖୋଜି ବାହାର କରୁଛନ୍ତି ଓ ସମ୍ମାନୀତ କରୁଛନ୍ତି। ଏହା ଗୋଟିଏ ଭଲ କଥା।”

Madhya Pradesh Padmashree Award Padma Shri