Advertisment

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା; ଗୋଟିଏ ପରିବାରର ୪ ଡାକ୍ତରଙ୍କ ସମେତ ଚାଲିଗଲା ୫ ଜୀବନ

ଏକ ଟ୍ରକ୍‌ ଓ ଏକ ଏସୟୁଭି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ରାଜସ୍ଥାନର ବିକାନରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ଏକ ଏସୟୁଭି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଡାକ୍ତର ଥିବା ବେଳେ ଆଉ ଜଣେ ଦେଢ ବର୍ଷର ଝିଅ ଥିବା ଜଣାଯାଇଛି।

Advertisment

ମୃତକମାନେ ହେଲେ ଡାକ୍ତର ପ୍ରତୀକ, ତାଙ୍କ ପତ୍ନୀ ଡାକ୍ତର ହେତଲ, ଡାକ୍ତର ପୂଜା ଓ ତାଙ୍କ ସ୍ୱାମୀ ଡାକ୍ତର କରଣ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିଶୁ ପୂଜା ଓ କରଣଙ୍କର ବୋଲି ଜଣାଯାଇଛି। ସେମାନେ ଗୁଜରାଟର କଚ୍ଛ ଅଞ୍ଚଳର ବାସିନ୍ଦା ।

ମୃତକ ୪ ଜଣ ଭିନ୍ନ ଭିନ୍ନ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ ନିୟୋଜିତ ଥିଲେ। ସେମାନେ ଜମ୍ମୁ- କଶ୍ମୀରଙ୍କୁ ଛୁଟି କାଟିବାକୁ ଯାଇଥିଲେ। ସେଠାର ଗୁଜରାଟ ଫେରୁଥିବା ବେଳେ ରାଜସ୍ଥାନର ନୌରାଙ୍ଗଡେଶର ନିକଟରେ ଏକ ଟ୍ରକ୍‌ ସହ ଧକ୍କ କାର୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏସୟୁଭି କାର୍‌ଟି ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତାରେ ଏଣେତେଣେ ପଡ଼ିଥିଲା।

Advertisment

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ସମସ୍ତ ୫ ଜଣ ଆଖି ବୁଜି ଦେଇଛନ୍ତି। ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ବି ସୂଚିତ କରାଯାଇଛି।

Accident Rajasthan