Advertisment

ପୁଣି ମମତାଙ୍କୁ ଅପେକ୍ଷା କରାଇଲେ ଆନ୍ଦୋଳନ କରୁଥିବା ଡାକ୍ତର

ଆଜି ମମତାଙ୍କ ବାସଭବନରେ ଆଲୋଚନା ପାଇଁ ଜୁନିୟର ଡାକ୍ତରୀ ଦଳର ଗୋଟିଏ ଟିମ ଆସିଥିଲା। ସେମାନେ ବାସଭବନ ଯାଏ ଆସିଥିବା ବେଳେ ସେମାନଙ୍କୁ ଭିତରକୁ ନେବା ପାଇଁ ନିଜେ ମମତା ଦୂଆର ମୁହଁ ଯାଏ ଆସିଥିଲେ।

Mamata

Mamata

Advertisment

କୋଲକାତା ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରମାନେ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନେ ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅପେକ୍ଷା କରାଇଛନ୍ତି।

Advertisment

ଆଜି ମମତାଙ୍କ ବାସଭବନରେ ଆଲୋଚନା ପାଇଁ ଜୁନିୟର ଡାକ୍ତରୀ ଦଳର ଗୋଟିଏ ଟିମ ଆସିଥିଲା। ସେମାନେ ବାସଭବନ ଯାଏ ଆସିଥିବା ବେଳେ ସେମାନଙ୍କୁ ଭିତରକୁ ନେବା ପାଇଁ ନିଜେ ମମତା ଦୂଆର ମୁହଁ ଯାଏ ଆସିଥିଲେ। ହେଲେ ଡାକ୍ତରମାନେ ଆଲୋଚନାର ସିଧାପ୍ରସାରଣ ଦାବିରେ ଭିତରକୁ ଯାଇ ନାହାନ୍ତି। ମମତା ସେମାନଙ୍କୁ ଅପେକ୍ଷା କରି ଛିଡ଼ା ହୋଇଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ମମତା ବାନାର୍ଜୀ ଆଜି ମଧ୍ୟାହ୍ନରେ ହଠାତ୍‌ ଆନ୍ଦୋଳନ ସ୍ଥଳରେ ପହଞ୍ଚିବା ସହ ଡାକ୍ତରମାନଙ୍କୁ ବୁଝାଇଥିଲେ। ଏଥିସହ ସେମାନଙ୍କୁ ବୈଠକ ପାଇଁ ଡାକିଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କ ଏପରି ଆଭିମୁଖ୍ୟକୁ ଆନ୍ଦୋଳନକାରୀ ସ୍ୱାଗତ କରିବା ସହ ବୈଠକରେ ସାମିଲ ହେବାକୁ ରାଜି ହୋଇଥିଲେ। ଏହିକ୍ରମରେ ଆଜି ଢୁଢୁ ବର୍ଷା ସତ୍ତ୍ୱେ ଡାକ୍ତରମାନଙ୍କ ଗୋଟିଏ ପ୍ରତିନିଧି ଦଳ ବସ୍‌ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଥିଲା।

Advertisment

ହେଲେ ସେମାନେ ଭିତରକୁ ଯାଇ ନାହାନ୍ତି। ସେମାନଙ୍କ ସହ ବୈଠକକୁ ଭିଡିଓ ଗ୍ରାଫରଙ୍କୁ ଛଡ଼ା ଯାଉ ନାହିଁ। ତେଣୁ ଡାକ୍ତରମାନେ ମଧ୍ୟ ମମତାଙ୍କ ସହ ବୈଠକ କରିବାକୁ ଯାଇ ନାହାନ୍ତି। ଡାକ୍ତରମାନଙ୍କ କହିବା କଥା ଯେ ଆଲୋଚନରର ଲାଇଭ ଷ୍ଟ୍ରମିଂ ପାଇଁ ସେମାନେ ଦାବି କରୁଛନ୍ତି। ହେଲେ ଏଥିପାଇଁ ଅନୁମତି ମିଳୁନି। ସିଧାପ୍ରସାରଣର ଅନୁମତି ନ ମିଳିବା ଯାଏ ଆଲୋଚନା ସମ୍ଭବ ନୁହେଁ ବୋଲି ସେମାନେ ଜିଦ ଧରି ରହିଛନ୍ତି।

ଦିନକ ପୂର୍ବରୁ ସମାନ ଦାବିରେ ଡାକ୍ତରମାନେ ମମତା ଡାକିଥିବା ବୈଠକକୁ ଆସି ନଥିଲେ। ସେମାନଙ୍କ ସହ ଆଲୋଚନା କରିବା ପାଇଁ ମମତା ନବାନ୍ନରେ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ଏପରି କି ସେ ୨ ଘଣ୍ଟା କାଳ ଆନ୍ଦୋଳନରତ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ। ସେମାନେ ନ ଆସିବାରୁ ମମତା ନିଜର ଅସନ୍ତୋଷ ପ୍ରକାଶ କରିବା ସହ ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଥିଲେ।

ଏସବୁ ଚର୍ଚ୍ଚା ଭିତରେ ଆଜି ମମତା ଡାକ୍ତରମାନେ ଆନ୍ଦୋଳନ କରୁଥିବା ସଲ୍ଟ ଲେକ ସ୍ଥିତ ବେଙ୍ଗଲର ସ୍ୱାସ୍ଥ୍ୟ ଭବନ ସାମ୍ନାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ। ତଥାପି ଏଯାଏ କୌଣସି ସୁଫଳ ମିଳିନି।

Mamata Banerjee Kolkata Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe