Advertisment

ସର୍ଜରୀ ବେଳେ ଡାକ୍ତର ଛାଡ଼ିଥିଲେ କଇଁଚି, ୧୨ ବର୍ଷ ପରେ ମହିଳାଙ୍କ ତଳି ପେଟରୁ ବାହାରିଲା

ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୨ ବର୍ଷ ଧରି ତାଙ୍କୁ ଏପରି ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ଅନେକ ଡାକ୍ତରଙ୍କୁ ସେ ନିଜର ଚିକିତ୍ସା କରିବାକୁ କହିଥିଲ ହେଁ କିଛି ବି ଲାଭ ମିଳି ନଥିଲା।

Doctor

Doctor

Advertisment

ଭୋଗୁଥିବା ଯନ୍ତ୍ରଣାର ଉପଶମ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସର୍ଜରୀ ଦ୍ୱାରା ମହିଳାଙ୍କର ଆପେଣ୍ଡିକ୍ସ କାଢ଼ିଥିଲେ। ତେବେ ସିକ୍କିମର ମହିଳା ଜଣଙ୍କ ଅପରେସନ ପରେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇ ନଥିଲେ।

Advertisment

ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୨ ବର୍ଷ ଧରି ତାଙ୍କୁ ଏପରି ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ଅନେକ ଡାକ୍ତରଙ୍କୁ ସେ ନିଜର ଚିକିତ୍ସା କରିବାକୁ କହିଥିଲ ହେଁ କିଛି ବି ଲାଭ ମିଳି ନଥିଲା।

ତେବେ ଏହା ପଛର କାରଣ କ’ଣ? କାହିଁକି ଅନେକ ଚିକିତ୍ସା ପରେ ମଧ୍ୟ ମହିଳାଙ୍କୁ ମିଳୁ ନଥିଲା ଉପଶମ? ଏସବୁ ପ୍ରଶ୍ନର ଉତ୍ତର ଚଳିତ ମାସରେ ହିଁ ମିଳିଛି। ଡାକ୍ତର ତାଙ୍କ ଯନ୍ତ୍ରଣାର କାରଣ ଜାଣି ପାରିଛନ୍ତି। ଯନ୍ତ୍ରଣାର କାରଣ ଜାଣିବା ପରେ ମହିଳା ଓ ତାଙ୍କ ପରିବାର ସମେତ ସେ ଚିକିତ୍ସା ପାଇଁ ଯାଇଥିବା ଡାକ୍ତର ପୂରା ଚକିତ ହୋଇ ଯାଇଛନ୍ତି।

Advertisment

୪୫ ବର୍ଷୀୟ ମହିଳାଙ୍କ ତଳି ପେଟରୁ ବାହାରିଛି ଅପରେସନ ବେଳେ ବ୍ୟବହାର ହେଉଥିବା ଗୋଟିଏ କଇଁଚି। ୨୦୧୨ରେ ମହିଳାଙ୍କ ଅପରେସନ ଯେଉଁ ହସ୍ପିଟାଲର ଡାକ୍ତରମାନେ କରିଥିଲେ, ସେମାନେ ତାଙ୍କ ତଳି ପେଟରେ ଏହାକୁ ଛାଡ଼ି ଦେଇଥିଲେ। ସେବେଠାରୁ କଇଁଚିଟି ତାଙ୍କ ତଳି ପେଟରେ ରହିଥିଲା।

ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ୨୦୧୨ରେ ଗ୍ୟାଙ୍ଗଟକର ଏସଟିଏନଏମ ହସ୍ପିଟାଲରେ ଆପେଣ୍ଡିକ୍ସ ଅପରେସନ ହୋଇଥିଲା। ତଥାପି ତାଙ୍କ ପତ୍ନୀ ସବୁବେଳେ ତଳି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ୧୨ ବର୍ଷ ମଧ୍ୟରେ ସେ ଅନେକ ଡାକ୍ତରଙ୍କ ପରାମର୍ଶ ନେଇଥିବା ବେଳେ ସମସ୍ତେ ମେଡିସିନ ଦେଇଥିଲେ। ତଥାପି ସମୟକ୍ରମେ ଯନ୍ତ୍ରଣା ଅନୁଭବ ହେବାରେ ଲାଗିଥିଲେ।

ଶେଷରେ ଅକ୍ଟୋବର ୮ରେ ସେ ପୁଣି ପତ୍ନୀଙ୍କୁ ଧରି ଏସଟିଏନଏମ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଭଲ ଭାବେ ଏକ୍ସ ରେ କରାଯିବାରୁ ମହିଳାଙ୍କ ତଳି ପେଟରେ ଥିବା କଇଁଚି ସମ୍ପର୍କରେ ଜଣାପଡ଼ିଥିଲା।

ଏକଥା ଜଣାପଡ଼ିବା ପରେ ଗୋଟିଏ ବିଶେଷଜ୍ଞ ଟିମ ମହିଳାଙ୍କ ତଳି ପେଟରୁ ଅପରେସନ ଦ୍ୱାରା କଇଁଚିକୁ ବାହାର କରିଛନ୍ତି। ଏବେ ମହିଳାଙ୍କ ଅବସ୍ଥା ସ୍ଥିର ରହିଛି ଓ ସେ ସୁସ୍ଥ ମଧ୍ୟ ହେଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Doctor Sikkim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe