Advertisment

ଗୋଡ଼ ବଦଳରେ ୯ ବର୍ଷୀୟ ପିଲାର ଗୁପ୍ତାଙ୍ଗରେ ଅପରେସନ କରିଦେଲେ ଡାକ୍ତର

ସାଙ୍ଗମାନଙ୍କ ସହ ଖେଳିବା ବେଳେ ପିଲାଟିର ଗୋଡ଼ରେ ଗତ ମାସରେ ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ଜୁନ ୧୫ରେ ଶାହାପୁର ସ୍ଥିତ ଉପ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Doctor

Doctor

Advertisment

ଗୋଡ଼ର ଅପରେସନ ପାଇଁ ୯ ବର୍ଷୀୟର ପିଲାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମହାରାଷ୍ଟ୍ରର ଥାନରେ ଥିବା ଗୋଟିଏ ହସ୍ପିଟାଲର ଡାକ୍ତରମାନେ ଗୋଡ଼ ବଦଳରେ ପିଲାଟିର ଗୁପ୍ତାଙ୍ଗରେ ଅପରେସନ କରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

ସାଙ୍ଗମାନଙ୍କ ସହ ଖେଳିବା ବେଳେ ପିଲାଟିର ଗୋଡ଼ରେ ଗତ ମାସରେ ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ଜୁନ ୧୫ରେ ଶାହାପୁର ସ୍ଥିତ ଉପ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କିଛି ଦିନର ଚିକିତ୍ସା ପରେ ଡାକ୍ତର ତାଙ୍କର ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକ ମଧ୍ୟ ଏଥିରେ ରାଜି ହୋଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କର ଗୋଡ଼ର ଅପରେସନ କରିବା ବଦଳରେ ଗୁପ୍ତାଙ୍ଗର ଅପରେସନ କରି ଦେଇଛନ୍ତି। ଭୁଲବଶତଃ ସେମାନେ ପିଲାଟିର ଚୁଚୁନ୍ଦ୍ରୀ ଅପରେସନ ସେମାନେ କରି ଦେଇଥିବା ଜାଣିବା ପରେ ପୁଣି କିଛି ସମୟ ପରେ ତାଙ୍କ ଗୋଡ଼ର ମଧ୍ୟ ଅପରେସନ କରିଥିଲେ।

Advertisment

ତେବେ ପରିବାର ପକ୍ଷରୁ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଘଟଣାର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ଗଜେନ୍ଦ୍ର ପାୱାର ନାମକ ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଗୋଡ଼ ବ୍ୟତୀତ ପିଲାଟିର ଫିମୋସିସ(ସଶକ୍ତ ପୋରସ୍କିନ ବା ଗୁପ୍ତାଙ୍ଗ ଉପରେ ଚମଡ଼ା ଲାଗିବା ଓ ଏହା ଠିକ ସେ ନଖୋଲିବା) ସମସ୍ୟା ମଧ୍ୟ ରହିଥିଲେ। ତେଣୁ ହସ୍ପିଟାଲ ପକ୍ଷରୁ ଦୁଇଟି ଯାକ ଅପରେସନ କରି ଦିଆଯାଇଛି।

ଦ୍ୱିତୀୟ ଅପରେସନ କଥା ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା କି ପ୍ରଶ୍ନରେ ପାୱାର କହିଛନ୍ତି, ଡାକ୍ତରମାନେ ସମ୍ଭବତଃ ସେମାନଙ୍କୁ କହିବାକୁ ଭୁଲି ଯାଇଥିବେ ନଚେତ ରୋଗୀଙ୍କ କୌଣସି ସମ୍ପର୍କୀୟଙ୍କୁ କହିଥିବେ।

ଡାକ୍ତରମାନେ ଯାହା କରିଛନ୍ତି ପୂରା ଠିକ। ଏଥିରେ କୌଣସି ଭୁଲ ନାହିଁ। କିନ୍ତୁ ପିଲାଟିର ପରିବାର ଲୋକ ଡାକ୍ତରମାନଙ୍କ କଥା ବୁଝିବାକୁ ନାରାଜ ବୋଲି ସେ କହିଛନ୍ତି।

Maharashtra Surgery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe