Advertisment

ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲା, ୪ ଯବାନ ଶହୀଦ

ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଧିକାରୀ ଓ ୩ ଯବାନ ଅଛନ୍ତି।

author-image
Niharika Rout
Army

Army

ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଧିକାରୀ ଓ ୩ ଯବାନ ଅଛନ୍ତି। ଆଉ ଜଣେ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ- ଇ- ମହମ୍ମଦ ସହ ଏହି ସଙ୍ଗଠନର ସମ୍ପର୍କ ଥିବା ଜଣାଯାଇଛି।

ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଟିମ୍‌ (SOG) ଅପରେସନ୍ ଆରମ୍ଭ କରିଥିଲେ । କିଛି ସମୟ ପରେ ସେଠାରେ ଲୁଚିକି ଥିବା କିଛି ଆତଙ୍କବାଦୀ ଦୌଡ଼ିବାକୁ ଲାଗିଲେ। ଯବାନମାନେ ସେମାନଙ୍କ ପିଛା କରି ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୯ଟାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଗୁଳି ବିନିମୟ ହୋଇଥିଲା।

Advertisment

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଭୋରୁ ଅଧିକାରୀଙ୍କ ସମେତ ୪ ଜଣ ଯବାନ ଆଖି ବୁଜି ଦେଇଛନ୍ତି। ଆଉ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମଗ୍ର ଅଞ୍ଚଳକୁ ସିଲ୍ କରି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଗତ କିଛି ଦିନ ହେଲା ଘାଟିରେ ଆତଙ୍କୀ ନିପାତ ଅଭିଯାନ ବେଳେ ସୁରକ୍ଷାକର୍ମୀ ସହ ଆତଙ୍କବାଦୀଙ୍କର ଗୁଳି ବିନିମୟ ହେଇଛି।

ଗତ କିଛି ଦିନ ମଧ୍ୟରେ ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ଭାରତୀୟ ସେନା ପକ୍ଷରୁ ଗତ ୧୪ ତାରିଖରେ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ରୋକିବାକୁ ଯାଇ ୩ ଜଣଙ୍କୁ ଗୁଳି କରି ମାରି ଦେଇଥିଲା। ଗତ ୮ ତାରିଖରେ ଆତଙ୍କବାଦୀମାନେ କଠୁଆଠୁ ୧୨୩ କିମି ଦୂରରେ ଥିବା ମାଚେଡି ଅଞ୍ଚଳରେ ସେନାର ଦୁଇଟି ଟ୍ରକ୍‌ ଉପରେ ହାମଲା କରିଥିଲେ, ଯେଉଁଥିରେ ୫ ଯବାନ ଶହୀଦ ହୋଇଥିବା ବେଳେ ବେଳେ ୫ ଜଣ ଯବାନ ଆହତ ହୋଇଥିଲେ। ।

ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ ଏବଂ ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି। ତେବେ ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସୂଚନା ମିଳିଥିଲା।

ଜମ୍ମୁ ଅଞ୍ଚଳରେ ଏହା ସପ୍ତମ ଆତଙ୍କବାଦୀ ଆକ୍ରମଣ ଘଟଣା। ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଜୁନ୍‌ ୧୧ ଓ ୧୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଜୁନ୍‌ ୧୧ରେ ଛତରଗାଲାର ମିଳିତ ଚେକ୍ ପୋଷ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ଜୁନ୍ ୧୨ ରେ ଗାନ୍ଧୋ ଅଞ୍ଚଳର କୋଟା ଟପ୍ ଠାରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୁଲିସ ଆହତ ହୋଇଥିଲେ। କିଛି ବର୍ଷ ପୂର୍ବେ ଏହି ଅଞ୍ଚଳ ଆତଙ୍କବାଦରୁ ମୁକ୍ତ ଥିବା ବେଳେ ଏବେ ଏହା ସମଗ୍ର ଜମ୍ମୁକୁ ବ୍ୟାପିଗଲାଣି। ଗତ ୩୨ ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ୪୮ ଜଣ ଯବାନ ଶହୀହ ହୋଇ ସାରିଲେଣି ।

Terror Attack Jammu Kashmir