/odisha-reporter/media/post_attachments/uploadimage/library/16_9/16_9_0/Goa_1699966543.jpg)
Goa
ବେଙ୍ଗାଲୁରୁରୁ ଆସୁଥିବା ଯାତ୍ରୀବାହୀ ବିମାନ ଗୋଆ ଏୟାରପୋର୍ଟରେ ଅବତରଣ କରିବାର ଥିଲା। ଅବତରଣ ପାଇଁ ମଧ୍ୟ ବିମାନକୁ ଅନୁମତି ମିଳିଥିଲା। କିନ୍ତୁ ଶେଷ ସମୟରେ ହଠାତ୍ ବିମାନବନ୍ଦର ରନୱେରେ ପଶିଗଲା କୁକୁର।
ଏହା ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ବିମାନକୁ ବିଳମ୍ବରେ ଅବତରଣ କରିବାକୁ କହିଥିଲେ। କିନ୍ତୁ ବିମାନ ପାଇଲଟ ଅପେକ୍ଷା କରିବା ପରିବର୍ତ୍ତେ ଲୋକଙ୍କୁ ଧରି ପୁଣି ବେଙ୍ଗାଲୁରୁ ଫେରି ଯାଇଛନ୍ତି।
ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗୋଆର ଡାବୋଲିମ ଏୟାରପୋର୍ଟକୁ ଆସୁଥିବା ଭିସ୍ତାରା ବିମାନ ସହ ଏପରି ଘଟଣା ଘଟିଛି। ଭିସ୍ତାରା ବିମାନରେ ୧୦୦ରୁ ଅଧିକ ଯାତ୍ରୀ ଥିବା ବେଳେ ସମସ୍ତେ ପୁଣି ବେଙ୍ଗାଲୁରୁ ଫେରି ଯାଇଛନ୍ତି। କିନ୍ତୁ ଏହି ସମୟରେ ଇଣ୍ଡିଗୋ କମ୍ପାନୀର ଦୁଇଟି ବିମାନ ଗୋଆ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିଥିଲେ। ଏହାକୁ ନେଇ ଭିସ୍ତାରା ବିମାନର ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗୋଆ ଏୟାରପୋର୍ଟର ନିର୍ଦ୍ଦେଶକ ଏସଭିଟି ଧନମଜୟା ରାଓ କହିଛନ୍ତି, ଭିସ୍ତାର ବିମାନ ୟୁକେ ୮୮୧ ଲ୍ୟାଣ୍ଡ କରିବାକୁ ଯାଉଥିବା ବେଳେ ରନୱେରେ ଗୋଟିଏ ବୁଲା କୁକରକୁ ଦେଖିବାକୁ ମିଳିଥିଲା। ତେଣୁ ପାଇଲଟଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ହେଲେ ସେ ସୁରକ୍ଷା ଦୃଷ୍ଟିରୁ ପୁଣି ବେଙ୍ଗାଲୁରୁକୁ ଚାଲି ଯାଇଥିଲେ।
ବିମାନଟି ବେଙ୍ଗାଲୁରୁରୁ ଦିନ ୧୨.୫୫ରେ ବାହାରିଥିଲା ଓ ଗୋଆରେ ଦିନ ୨ଟାରେ ପହଞ୍ଚିବାର ଥିଲା। କିନ୍ତୁ ବିଳମ୍ବ ଯୋଗୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବିମାନଟି ବେଙ୍ଗାଲୁରୁ ଫେରି ଯିବା ପରେ ପୁଣି ଲୋକଙ୍କୁ ଧରି ଗୋଆ ଆସିଥିଲା। ଅନୁଜ ମିଶ୍ରା ନାମକ ଜଣେ ଯାତ୍ରୀ କହିଛନ୍ତି, “କାହିଁକି ୟୁକେ ୮୮୧ ପାଇଁ ରନୱେରେ କଟକଣା ଲଗାଗଲା? କାହିଁକି ଏହାକୁ ଗୋଆର ମୋପା ଏୟାରପୋର୍ଟକୁ ଡାଇର୍ଭଟ କରାଗଲା ନାହିଁ। ଭିସ୍ତାରା ବିମାନକୁ ଅନୁମତି ମିଳି ନଥିବା ବେଳେ ଅହମଦାବାରୁ ଆସିଥିବା ୬ଇ୬୩୪୫ ଇଣ୍ଡିଗୋ ବିମାନକୁ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା। ଏହା ଅତ୍ୟନ୍ତ ଲଜ୍ଜାଜନକ।”
ଯାତ୍ରୀମାନଙ୍କ ଅସୁବିଧା ପାଇଁ ଭିସ୍ତାରା କ୍ଷମା ମାଗିଛି। ସଂସ୍ଥା କହିଛି ଯେ ରନୱେରେ ଅସୁବିଧା କାରଣରୁ ବେଙ୍ଗାଲୁରୁକୁ ଡାଇର୍ଭଟ ହୋଇଥିବା ବିମାନ ପୁଣି ୪.୫୫ ମିନିଟରେ ଉଡ଼ାଣ ଭରିଥିଲେ। ଏହା ସୁରକ୍ଷିତ ଭାବେ ସନ୍ଧ୍ୟା ୬.୧୫ରେ ଗୋଆର ଡାବୋଲିମ ଏୟାରପୋର୍ଟରେ ଅବତରଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
