Advertisment

'ମା ପରି କିଏ ହେବ...' ଛୁଆ ପାଇଁ ପୁଲିସ ନିକଟରେ କୁକୁରର କାକୁତି ମିନତି

ବନ୍ୟା ଆସି ଭସାଇ ନେବା ପୂର୍ବରୁ ଛୁଆଙ୍କୁ ସୁରକ୍ଷାର ପଣତ କାନିରେ ଢାଙ୍କି ଦେଇଛି ମା କୁକୁର। ପୁଲିସ ନିକଟରେ କାକୁତି ମୀନତି ହୋଇ ବଞ୍ଚାଇଲା ଛୁଆର ଜୀବନ।

ଅଦ୍ୟତନ ହୋଇଛି
Rescue Man And Dog

Rescue Man And Dog

Advertisment

ମା... ଏକ ଡାକ ନୁହେଁ, ଏକ ଆବେଗ-ଏକ ଅନୁଭବ...। ଆଉ ଏ ଅନୁଭବ କେବଳ ଯେ ମଣିଷ ପାଖରେ ଅଛି ତାହା ନୁହେଁ, ସ୍ରଷ୍ଟାଙ୍କ ସୃଷ୍ଟିରେ ଏହି ଅବାଗର କର୍ତ୍ତବ୍ୟ ନିଷ୍ଠା କୀଟ-ପତଙ୍ଗ, ପଶୁ-ପକ୍ଷୀଙ୍କ ପାଖରେ ବି ରହିଛି। ପଶୁ ହେଲେ ବି ପୁଲିସ ନିକଟରେ ଏକ ମା କୁକୁରର କାକୁତି ମୀନତି ଛଳଛଳ କରି ପକାଉଛି। ବନ୍ୟା ଆସି ଭସାଇ ନେବା ପୂର୍ବରୁ ଛୁଆଙ୍କୁ ସୁରକ୍ଷାର ପଣତ କାନିରେ ଢାଙ୍କି ଦେଇଛି। କଥା ନ କହି ପାରିଲା ତ କଣ ହେଲା, ଛୁଆ ପାଇଁ ତା ବିଚଳିତ ମନ କହି ଦେଉଛି, ମା ପରି କିଏ ହେବ...।

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଗତ କିଛି ଦିନ ହେବ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶ ସ୍ଥାନ ଜଳମଗ୍ନ। ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ସୁରକ୍ଷାକର୍ମୀ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏହି ସମୟରେ ଉଦ୍ଧାରକାରୀଙ୍କ ନିକଟରେ ପହଞ୍ଚିଥିଲା ଏକ କୁକର। ଏହି କୁକରଟି ବାହାରକୁ ଖାଦ୍ୟ ଅନ୍ୱେଷଣ ପାଇଁ ଯାଇଥିବା ସମୟରେ ତାର ଛୁଆ ରହୁଥିବା ସ୍ଥାନରେ ବନ୍ୟା ପାଣି ମାଡି ଯାଇଥିଲା। 

Rescue Man And Dogସୁରକ୍ଷାକର୍ମୀ ଏବଂ କୁକୁର

କୁକୁର ବସାକୁ ଫେରି ଦେଖେ ତ ସବୁଠି ପାଣି, ଛୁଆମାନଙ୍କୁ ଉଦ୍ଧାର କରିବା ପାଇଁ ଆପ୍ରାଣ ଉଦ୍ୟମ କଲା, ହେଲେ ବିଫଳ ହେଲା। ପିଲାମାନଙ୍କୁ ଉଦ୍ଧାର କରିନପାରିବାରୁ ପୁଲିସଙ୍କ ନିକଟରେ ପହଞ୍ଚିଲା। ସେଠାରେ ଥିବା ପୁଲିସଙ୍କୁ ଘେରିଯିବା ସହ ତାଙ୍କ ଗାଡିକୁ ମଧ୍ୟ ଯିବାକୁ ଦେଲା ନାହିଁ। ବହୁ ସମୟ ଧରି ସେମାନଙ୍କ ଗାଡିକୁ ଅଟକାଇ ରଖିଲା। ଜଣେ ପୁଲିସ କୁକରର ଏପରି ବିଚଳିତ ଭାବକୁ ବୁଝି ପାରିଲେ। କିଛି ଗୋଟେ ହୋଇଛି ବୋଲି ସନ୍ଦେହ କଲେ। ସେ କୁକୁର ଇସାର କରୁଥିବା ସ୍ଥାନରେ ଯାଇ ପହଞ୍ଚିଲେ।

Advertisment

ସେଠାରେ ଯାଇ ପହଞ୍ଚି ଦେଖନ୍ତି ତ, କିଛି ଛୁଆ କୁକୁର ଅଛନ୍ତି। କିନ୍ତୁ ଚାରି ପାଖରେ ପାଣି ମାଡି ଯାଇଛି। ପରେ ଉଦ୍ଧାରକାରୀଙ୍କୁ ଖବର ଦେଇ ଛୁଆ କୁକୁରମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସତରେ, ଏ ଭାବ କେବଳ ମାର। ମା ଯେ, ଛୁଆ ପାଇଁ କିଛି ବି କରିପାରେ ତାହା ଏଥିରୁ ସ୍ପଷ୍ଟ।   

Dog Save Her Children Andhra Pradesh Flood Dog News Andhra Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe