Advertisment

୨୭ ଦିନରେ ୬୪ କିମି ରାସ୍ତା ଅତିକ୍ରମ କରି ପୁରୁଣା ମାଲିକଙ୍କ ପାଖରେ ପହଞ୍ଚିଲା କୁକୁର

ଏପ୍ରିଲ ୧ରେ କୁପର ନିଖୋଜ ହୋଇଥିବା ଖବର ମିଳିଥିଲେ। ଏହାପରେ ସଂସ୍ଥା ପକ୍ଷରୁ କୁକୁରଟିକୁ ଠାବ କରିବା ପାଇଁ ନିଜର ନେଟୱର୍କକୁ ଆକ୍ଟିଭେଟ କରାଯାଇଥିଲା।

Golden Retriever

Golden Retriever

Advertisment

କୁକୁର ସବୁଠାରୁ ବିଶ୍ୱସ୍ତ। କୁକୁର ଯେଉଁ ଭଳି ଭଲ ପାଏ ସମ୍ଭବତଃ ସେଭଳି ଭଲ ପାଇବା ଆଉ କେହି ଦେଇ ପାରିବେ ନାହିଁ। ଏସବୁ ଉକ୍ତି ଏବେ ସତ ପ୍ରମାଣିତ ହୋଇଛି। କାରଣ ଗୋଲ୍ଡେନ ରିଟ୍ରାଇଭର ବ୍ରିଡ୍‌ର ଗୋଟିଏ କୁକୁର ନିଜର ନୂଆ ଘରେ ସମସ୍ତଙ୍କୁ ଚକମା ଦେଇ ପୁରୁଣା ମାଲିକଙ୍କ ପାଖରେ ପହଞ୍ଚିଛି। ସେ ୨୭ ଦିନ ଧରି ଦୀର୍ଘ ୬୪ କିମି ରାସ୍ତା ବିନା କୌଣସି ସହାୟତାରେ ଅତିକ୍ରମ କରି ନିଜ ପୁରୁଣା ମାଲିକଙ୍କ ପାଖରେ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି।

Advertisment

ମେଟ୍ରୋରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୁକୁରଟିର ନାଁ କୁପର। ତାକୁ ନର୍ଦ୍ଦନ ଆୟର୍ଲ୍ୟାଣ୍ଡର ଟୟାରୋନ କାଉଣ୍ଟିକୁ ଅଣାଯାଇଥିଲା। ତେବେ ସେ ନୂଆ ମାଲିକଙ୍କ କାର୍‌ରୁ ଓହ୍ଲାଇବା କ୍ଷଣି ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲା। ପ୍ରାୟ ମାସେ ହେଲା ତା’ର କୌଣସି ପତ୍ତା ମିଳି ନଥିଲା। ହେଲେ ଏହି ସମୟରେ କୁପର ନିଜର ନୂଆ ଠିକଣା ଠାରୁ ୬୪ କିମି ଦୂର ଲଣ୍ଡନଡେରୀରେ ଥିବା ପୁରୁଣା ମାଲିକଙ୍କ ଘରେ ପହଞ୍ଚିବାକୁ ଅଭିଯାନ ଜାରି ରଖିଥିଲା। ଶେଷରେ ସେ ନିଜ ପୁରୁଣା ମାଲିକଙ୍କ ପାଖରେ ମଧ୍ୟ ପହଞ୍ଚି ଯାଇଛି।

ନିଖୋଜ ପୋଷା ପଶୁପକ୍ଷୀଙ୍କ ଚାରିଟି ଲଷ୍ଟ ପାୱସ ନି ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୧ରେ କୁପର ନିଖୋଜ ହୋଇଥିବା ଖବର ମିଳିଥିଲେ। ଏହାପରେ ସଂସ୍ଥା ପକ୍ଷରୁ କୁକୁରଟିକୁ ଠାବ କରିବା ପାଇଁ ନିଜର ନେଟୱର୍କକୁ ଆକ୍ଟିଭେଟ କରାଯାଇଥିଲା। ସେମାନେ ଏପ୍ରିଲ ୨୨ରେ କୁପର ଏକାଧିକ ପଡ଼ିଆ ଓ ଲୋକଙ୍କ ଘର ପାଖରେ ବୁଲୁଥିବାର ଖବର ପାଇଥିଲେ।

Advertisment

ଏହାର ୫ ଦିନ ପରେ ସଂସ୍ଥାକୁ ଜଣେ ଫୋନ କରି କହିଥିଲେ ଯେ କୁପର ତା’ ପୁରୁଣା ମାଲିକଙ୍କ ଘର ଆଡ଼େ ଯାଉଛି। ସେ ନିଛାଟିଆ ସ୍ଥାନ ଓ ମୁଖ୍ୟ ରାସ୍ତା ଅତିକ୍ରମ କରି ଆଗକୁ ଯାଉଛି। ବିଶେଷ କରି ରାତି ବେଳା ସେ ତା’ର ଯାତ୍ରା ଅଧିକ ଜୋରଦାର କରୁଛି। ଏପରି ଭାବେ ସେ ୨୭ ଦିନ ମଧ୍ୟରେ ତା’ର ପୁରୁଣା ମାଲିକଙ୍କ ପାଖରେ ପହଞ୍ଚି ଯାଇଥିବା ସଂସ୍ଥା କହିଛି।

ସଂସ୍ଥାର ଜଣେ ମୁଖପାତ୍ର କହିଛନ୍ତ, କୁପର ଜଣେ ଚତୁର ପିଲା। ସେ କେମିତି ଏତେ ବାଟ ଅତିକ୍ରମ କଲା, ତାହା ମୁଁ ଜାଣିନି। କିନ୍ତୁ ସେ ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି। ଯାତ୍ରା ସମୟରେ ସେ କିଛି ଖାଇବାକୁ ପାଇନି କିମ୍ବା କୌଣସି ସ୍ଥାନରେ ରହିନି। ସେ ବିନା କାହା ସାହାଯ୍ୟରେ ନିଜର ନାକର କ୍ଷମତା ବଳରେ ସେ ତା’ ପୁରୁଣା ମାଲିକଙ୍କ ଠିକଣାକୁ ଠାବ କରି, ସେଠାରେ ପହଞ୍ଚିଛି।

ଆମେ କୁପରକୁ ଏକାଧିକ ସ୍ଥାନରେ ଖୋଜିବା ସହ ତାକୁ ତା’ର ନୂଆ ଠିକଣାକୁ ଆଣିବାକୁ ଚେଷ୍ଟା କରିଥିଲୁ। ହେଲେ ଏହି ୨୭ ଦିନ ମଧ୍ୟରେ କୁପର ମୁଖ୍ୟ ଏ-ରୋଡ, ଜଙ୍ଗଲ, ପଡ଼ିଆ, କଣ୍ଟ୍ରୀ ରୋଡ ଇତ୍ୟାଦି ଅତିକ୍ରମ କରିଛି। ଏହା ସମସ୍ତଙ୍କୁ ଚକିତ କରିଛି। ତାକୁ ଠାବ କରିବା ପରେ ନୂଆ ଠିକଣାକୁ ଅଣାଯାଇଛି ବୋଲି ସେ କହିଛନ୍ତି। 

କୁପର ନୂଆ ମାଲିକ ନିଗେଲ ଫ୍ଲେମିଂ କହିଛନ୍ତି, କୁପର ଏବେ ସୁରକ୍ଷିତ। ସେ ନିଜର ଶକ୍ତି ବଢ଼ାଇବା ପାଇଁ ଧୀରେଧୀରେ ଖାଇବା ଆରମ୍ଭ କରିଛି। ସେ ଧୀରେଧୀରେ ଠିକ ହୋଇଯିବ। ସେ ନିଖୋଜ ଥିବାର ବେଳେ ମାନିବିକତା ଉପରେ ମୋ ବିଶ୍ୱାସ ଥିଲା। ତା’କୁ ସହଯୋଗ କରି ଏଠାକୁ ଆଣିଥିବା ଲୋକଙ୍କୁ ଧନ୍ୟବାଦ। ଏବେ ସେ ତା’ ଉଭଣୀ ମୋଲୀ ସହ ମୋ ସହ ରହିଛି ବୋଲି ପ୍ଲେମିଂ କହିଛନ୍ତି।

‌Dog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe