Advertisment

ପରିବାର ସହ ଛୁଟି କାଟିବାକୁ ଗଲେ ଡାକ୍ତର, ଘରେ କଳାକନା ବୁଲାଇଲା ଚାକର

ନୂଆ ବର୍ଷ ପାଳିବାକୁ ନିଜ ପରିବାର ସହ ଯାଇଥିବା ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଚାକର । ସୁନା ଅଳଙ୍କାର ଓ ହୀରା ଖଚିତ ହାର ସହ ନଗଦ ଟଙ୍କା ମିଶାଇ ସମୁଦାୟ ସାଢେ ୮ ଲକ୍ଷ ଲୁଟିନେଲେ

Arrest

Arrest

Advertisment

ନୂଆ ବର୍ଷ ପାଳିବାକୁ ନିଜ ପରିବାର ସହ ଯାଇଥିବା ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଚାକର । ସୁନା ଅଳଙ୍କାର ଓ ହୀରା ଖଚିତ ହାର ସହ ନଗଦ ଟଙ୍କା ମିଶାଇ ସମୁଦାୟ ସାଢେ ୮ ଲକ୍ଷ ଲୁଟିନେଲେ। ପ୍ରଥମେ ପ୍ରଥମେ ଚୋରି ଘଟଣାକୁ ଅସ୍ୱୀକାର କରୁଥିବା ଘରୋଇ ସହାୟକ ପରେ ଏହା ସ୍ୱୀକାର କରିଥିଲେ। ମାତ୍ର ଚୋରି ଜିନିଷ ଫେରାଇବାକୁ ଅମଙ୍ଗ ହେଲେ। ଶେଷରେ ପୁଲିସ୍‌ ତାଙ୍କୁ ବାନ୍ଧିବା ସହ ଚୋରି ଜିନିଷ ଜବତ କରିଛି। ଏପରି ଏକ ଘଟଣା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟିଛ।

Advertisment

ମୁମ୍ବାଇରେ ଅନ୍ଧେରୀ ଅଞ୍ଚଳରେ ରହୁଥିବା ଜଣେ ୭୩ ବର୍ଷୀୟ ଡାକ୍ତର ନିଜ ପରିବାର ସହ ଛୁଟି କାଟିବାକୁ ଗତ ୨୫ ତାରିଖରୁ ଲୋନାୱାଲା ଯାଇଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ଆଲମାରୀରୁ ନଗଦ ୪ ଲକ୍ଷ ଟଙ୍କା ଓ ୪ ଲକ୍ଷ ଟଙ୍କାର ସୁନା ଓ ହୀରା ଖଚିତ ହାର ଗାଏବ ହୋଇଯାଇଥିବା ଜାଣିବାକୁ ପାଇଲେ।

ଏନେଇ ପରିବାର ଲୋକେ ଘରେ କାମ କରୁଥିବା ସୁଧାଂଶୁ ଯାଦବଙ୍କୁ ପଚରାଉଚରା କରିବାରୁ ସେ ଚୋରି କରିଥିବା ସ୍ୱୀକାର କରିଥିଲେ। ମାତ୍ର ଚୋରି ଜିନିଷ ଦେବାକୁ ରାଜି ହୋଇ ନ ଥିଲେ। ତେଣୁ ପରିବାର ଲୋକେ ଏ ନେଇ ପୁଲିସ୍‌କୁ ସୂଚନା ଦେଇଥିଲେ।

Advertisment

ପୁଲିସ୍‌ ପହଞ୍ଚି ସୁଧାଂଶୁଙ୍କୁ ଗିରଫ କରିବା ସହ ତାଙ୍କୁ ପଚରାଉଚରା କରି ଚୋରି ଜିନିଷ ଉଦ୍ଧାର କରି ସମ୍ପୃକ୍ତ ଡାକ୍ତରଙ୍କ ପରିବାରକୁ ଦେଇଛି।

Mumbai Doctor Maharashtra Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe