Advertisment

ମଝି ଆକାଶରେ ମାରପିଟ୍‌ ହେଲେ ସ୍ୱାମୀ-ସ୍ତ୍ରୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

ଝଗଡା ପରେ ଫ୍ଲାଇଟକୁ ଦିଲ୍ଲୀ ମୁହଁI କରିଥିଲେ ପାଇଲଟ।

author-image
Madhupriya Mistry
Fight in Flight

Fight in Flight

ବିମାନ ଭିତରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଓ ମାର୍‌ପିଟ୍‌ ଘଟଣା ପ୍ରାୟତଃ ସାମ୍ନା ଆସୁଛି। କିନ୍ତୁ ବିମାନ ଭିତରେ ଏବେ ଏକ ନୂଆ ଘଟଣା ଘଟିଛି। ମଝି ଆକାରେ ଝଗଡା ଲାଗିଛନ୍ତି ସ୍ୱାମୀ-ସ୍ତ୍ରୀ। କେବଳ ଝଗଡ଼ା ନୁହେଁ ମାର୍‌ପିଟ୍‌ ମଧ୍ୟ ହୋଇଛନ୍ତି। ଏହାପରେ ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡିଛି। ମ୍ୟୁନିଖରୁ ବ୍ୟାଙ୍କକ ଯାଉଥିବା ଏକ ଯାତ୍ରୀବାହୀ ଘଟିଛି ଏଭଳି କିଛି ଘଟଣା।

Advertisment

ବୁଧବାର ମ୍ୟୁନିଖରୁ ବ୍ୟାଙ୍କକ ଯିବା ପାଇଁ ଲୁଫଥାନ୍ସ ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିଥିଲା। ତେବେ ମଝି ଆକାଶରେ ଜଣେ ଜର୍ମାନୀର ଜଣେ ବ୍ୟକ୍ତିଙ୍କ ତାଙ୍କ ଥାଇଲାଣ୍ଡ ପତ୍ନୀଙ୍କ ସହ ଆରମ୍ଭ ହୋଇଯାଇଥିଲା ଝଗଡା। ପରେ ଏହି ଝଗଡ଼ା ବଢ଼ିବାକୁ ଲାଗିଥିଲା। ଏପରିକି ଦମ୍ପତିଙ୍କ ମଧ୍ୟରେ ମାର୍‌ପିଟ୍‌ ଯାଏଁ ମଧ୍ୟ କଥା ଯାଇଥିଲା। ଝଗଡା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ପାଇଲଟ ବାଧ୍ୟ ହୋଇ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ। ବୁଧବାର ସକାଳ ସାଢ଼େ ୧୦ଟାରେ ବିମାନଟିକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି) ରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ବୁଧବାର ଲୁଫଥାନ୍ସ ଏୟାରଲାଇନ୍ସର ବିମାନ ନମ୍ବର LH772 ମ୍ୟୁନିଖରୁ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଯାଉଥିଲା । ଝଗଡା ପରେ ଫ୍ଲାଇଟକୁ ଦିଲ୍ଲୀ ମୁହଁI କରିଥିଲେ ପାଇଲଟ। ଦିଲ୍ଲୀ ବିମାନବନ୍ଦର ସୂତ୍ର ଅନୁଯାୟୀ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ଏହି ଖବର ପାଇବା ମାତ୍ରେ ସୁରକ୍ଷା କର୍ମୀମାନେ ତୁରନ୍ତ ବିମାନବନ୍ଦରରେ ପହଞ୍ଚି ବିମାନ ଫାଟକ ଖୋଲିଥିଲେ। ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।

Advertisment

ତେବେ କେଉଁ କାରଣ ଯୋଗୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପତ୍ନୀ ଏକ ଭିନ୍ନ PNR ସହିତ ଟିକେଟ୍ ରେ ଯାତ୍ରା କରୁଥିଲେ ଏବଂ ସେ ବ୍ୟାଙ୍କକକ୍ ଯାତ୍ରା ଜାରି ରଖିବାକୁ ଚାହୁଁଥିଲେ। ପରେ ମହିଳା ଜଣକ ଲୁଫଥାନ୍ସ ବିମାନରେ ଉଡାଣ ମରିଥିଲେ। ସେହିପରି ପୁରୁଷ ଯାତ୍ରୀ ଜଣକ ନିଜ ଝଗଡା ପାଇଁ ବିମାନ କର୍ତ୍ତୁପକ୍ଷଙ୍କୁ କ୍ଷମା ମାଗିଥିଲେ। ଏହାପରେ ସେ ଲୁଫଥାନ୍ସ ଦ୍ୱାରା ବ୍ୟାଙ୍କକକୁ ଯିବା ପାଇଁ ଏୟାର ଇଣ୍ଡିଆ ବିମାନରେ ଟିକେଟ ପ୍ରଦାନ କରାଯାଇଥିଲା। ରାତି ପ୍ରାୟ ୩ ଟାରେ ସେ ବ୍ୟାଙ୍କକ ପାଇଁ ଉଡାଣ ଭରିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Emergency Landing Fight In Flight Munich