Advertisment

ବୋହୂକୁ ଉଲଗ୍ନ କଲେ ଶାଶୁ ଘର ଲୋକେ; ଲୁହା ଚେଙ୍କ ଦେବା ସହ ପ୍ରାଇଭେଟ ପାର୍ଟରେ ପଶାଇଲେ ଲଙ୍କା ଗୁଣ୍ଡ

ସାମାନ୍ୟ ସନ୍ଦେହରୁ ବୋହୂ ପ୍ରତି କଲେ ପଶୁ ପରି ଆଚରଣ। ବୋହୂକୁ ଉଲଗ୍ନ କରି ରାତି ସାରା ପିଟିବା ସହ ତା’ ଦେହରେ ଲୁହା ରଡ ଚେଙ୍ଗ ଦେବାକୁ ପଛାଇଲେ ନାହିଁ ଶାଶୁ ଘର ଲୋକେ।

Victim

Victim

Advertisment

ସ୍ୱାମୀ ସମେତ ଶାଶୁ ଘର ଲୋକେ ପାଲଟିଗଲେ ନିଷ୍ଠୁର। ଟପିଗଲେ ବର୍ବରତାର ସବୁ ସୀମା। ସାମାନ୍ୟ ସନ୍ଦେହରୁ ବୋହୂ ପ୍ରତି କଲେ ପଶୁ ପରି ଆଚରଣ। ବୋହୂକୁ ଉଲଗ୍ନ କରି ରାତି ସାରା ପିଟିବା ସହ ତା’ ଦେହରେ ଲୁହା ରଡ ଚେଙ୍ଗ ଦେବାକୁ ପଛାଇଲେ ନାହିଁ। ସେତିକିରେ ମନ ଶାନ୍ତି ନ ହେବାରୁ ବୋହୂର ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିବା ପରି ହୀନ ଆଚରଣ ବି କଲେ। ଏପରି ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ମଧ୍ୟପ୍ରଦେଶରେ ଘଟିଥିବା ବେଳେ ଏନେଇ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ଘର ପାଖର ଜଣେ ଯୁବକ ଥରେ କିଛି ଜିନିଷ ମାଗିବାକୁ ଆସିଥିଲେ। ତାହାକୁ ଆଣିବାକୁ ଯାଇଥିବା ବେଳେ ଉକ୍ତ ଯୁବକଜଣକ ଘର ଭିତରେ ପଶି ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଉକ୍ତ ସମୟରେ ନଣନ୍ଦ ପଶି ଆସିବାରୁ ଯୁବକଜଣକ ଫେରାର ହୋଇଯାଇଥିଲେ।

ଏହାପରେ ଉକ୍ତ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଶାଶୁ, ଶ୍ୱଶୁର,  ସ୍ୱାମର ଓ ନଣନ୍ଦ ମୋତେ ପ୍ରବଳ ଗାଳିଗୁଲଜ କରିଥିଲେ । ଏହାପରେ ସେମାନେ ମୋତେ ଉଲଗ୍ନ କରି ରାତି ସାରା ବିଧା, ଗୋଇଠା ମାରିବା ସହ ବାଡ଼ିରେ ବି ପିଟିଥିଲେ। ଅତ୍ୟଧିକ ମାଡ଼ ଯୋଗୁ ମୁଁ ଅଚେତ ହୋଇ ପଡ଼ିଥିଲି। ତା’ ପରଦିନ ହୋସ୍‌ ଫେରିବା ପରେ ସେମାନେ ପୁଣି ଥରେ ମୋତେ ପିଟାପିଟି କରିବା ଆରମ୍ଭ କରି ଦେଇଥିଲେ।

Advertisment

ଏତିକିରେ ମନ ଶାନ୍ତି ନ ହେବାରୁ ଶାଶୁ, ଶ୍ୱଶୁର ସବୁ ସୀମା ପାର୍‌ କରିଗଲେ। ସେ ମୋ’ ପ୍ରାଇଭେଟ ପାର୍ଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଇଥିବା ବେଳେ ଶାଶୁ ଗରମ ଲୁହା ରଡରେ ଶରୀର ସାରା ଚେଙ୍କ ଦେଇଥିବା କୋହ ଭରା କଣ୍ଠରେ ପୁଲିସ୍‌ ସମ୍ମୁଖରେ କହିଛନ୍ତି ପୀଡ଼ିତା।

ଏହାପରେ ପୀଡ଼ିତା ଘର ବାହାରେ ଛଟପଟ ହେଉଥିବା ବେଳେ ଜଣେ ପଡ଼ୋଶୀ ବ୍ୟକ୍ତି ଦେଖି ତାଙ୍କ ବାପଘର ଲୋକଙ୍କୁ ସୂଚନା ଦେଇଥିଲେ। ଫଳରେ ତୁରନ୍ତ ବାପ ଘର ଲୋକେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତିକରିଥିଲେ। ସେଠାରୁ ଫେରିବା ପରେ ପୀଡ଼ିତାଜଣକ ଥାନାରେ ଏ ନେଇ ଅଭିଯୋଗ କରିଥିବା ଜଣାଯାଇଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Madhya Pradesh Women Torture
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe