Advertisment

ସିପିଏମ୍‌ ସହ ମେଣ୍ଟରେ ରହିଲେ କଂଗ୍ରେସ ସାହାଯ୍ୟ ମାଗିବାକୁ ନଆସୁ : ମମତା

ବେଙ୍ଗଲରେ କଂଗ୍ରେସ ଓ ସିପିଏମ୍ ମେଣ୍ଟ ତୃଣମୂଳ କଂଗ୍ରେସ ଓ ବିଜେପି ବିରୋଧରେ ଲଢ଼ୁଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Chief Minister of West Bengal Mamata Banerjee

Chief Minister of West Bengal Mamata Banerjee

ଜୁନ୍‌ ୨୩ରେ ବିହାର ପାଟନା ଠାରେ ବିରୋଧୀ ଦଳର ନେତାମାନେ ଏକାଠି ହେବାକୁ ଯାଉଛନ୍ତି। ୨୦୨୪ ନିର୍ବାଚନରେ ବିଜେପି ସରକାର ବିରୋଧରେ ଏହି ବିରୋଧୀ ଦଳମାନେ ଏକାଠି ହୋଇ ଲଢ଼ିବାକୁ ଯୋଜନା କରୁଛନ୍ତି। ଠିକ୍ ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ଶବ୍ଦଭେଦି ତୀର ମାରିଛନ୍ତି। ସିପିଏମ୍‌ ସହ ଥିବା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କଂଗ୍ରେସକୁ କୌଣସି ପ୍ରକାର ସହାୟତା ମିଳିବା ଆଶା ରଖିବା ଉଚିତ୍ ନୁହେଁ ବୋଲି ସେ ଶୁକ୍ରବାର ଖୋଲାଖୋଲି କହିଛନ୍ତି।

Advertisment

ପଶ୍ଚିମବଙ୍ଗର କାକଡୱିପ୍‌ ଠାରେ ଏକ ସାଧାରଣ ସଭାରେ ସେ କହିଛନ୍ତି, କଂଗ୍ରେସ ବିଭିନ୍ନ ରାଜ୍ୟରେ ସରକାର କରିଥିବା ବେଳେ ସିପିଏମ୍‌ ଏହାର ବଡ଼ ସହଯୋଗୀ ହୋଇଛି। ଏହି ଦଳ ମଧ୍ୟ ବିଜେପିର ସହଯୋଗୀ ହୋଇଛି ଏବଂ ଲୋକସଭା ନିର୍ବାଚନ ଲଢ଼ିବାକୁ ତୃଣମୂଳ କଂଗ୍ରେସର ସହାୟତା ଚାହୁଁଛି। ବିଜେପିକୁ ବିରୋଧ ଜାରି ରହିଥିବାରୁ ବେଙ୍ଗଲରେ ସିପିଏମ୍‌ ସହ ରହିଲେ ତୃଣମୂଳ କଂଗ୍ରସ ଠାରୁ ସାହାଯ୍ୟ ମାଗିବାକୁ କଂଗ୍ରେସ ନଆସୁ।

ବିଜେପି ବିରୋଧୀ ସଂଗଠନ ଗଢ଼ିବାକୁ ଆଗକୁ ମମତା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ, ରହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ଭିତରେ ଭେଟଘାଟ ଆସନ୍ତା ସପ୍ତାହରେ ହେବାକୁ ଥିବା ବେଳେ ଏଭଳି ମେଣ୍ଟ ବେଙ୍ଗଲରେ କାମ କରି ପାରିବନି ବୋଲି ଏହି ମତ ଜରିଆରେ ମମତା ଚେତାଇ ଦେଇଛନ୍ତି।

Advertisment

ସେପଟେ ବେଙ୍ଗଲରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏଭଳି ବିଜେପି ବିରୋଧୀ ଦଳଙ୍କ ବୈଠକ ଅଲୋଚନାର ବିଷୟ ହୋଇଛି। ଏଠାରେ କଂଗ୍ରେସ ଓ ସିପିଏମ୍ ମେଣ୍ଟ ତୃଣମୂଳ କଂଗ୍ରେସ ଓ ବିଜେପି ବିରୋଧରେ ଲଢ଼ୁଛନ୍ତି। ସିପିଏମ୍‌ ୪୮ ହଜାର ୬୪୬ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୭ ହଜାର ୭୫୦ ଆସନରେ ପ୍ରାର୍ଥୀ ଦେଇଛି। ବିଜେପି ଏଠାରେ ୫୬ ହଜାର ୩୨୧ ପ୍ରାର୍ଥୀ ଦେଇଛି। ଯାହା କଂଗ୍ରେସ ଓ ସିପିଏମ୍ ପ୍ରାର୍ଥୀ ଠାରୁ ବହୁଗୁଣ ଅଧିକ।

Congress Mamata Banerjee Power Politics