Advertisment

ଋଣ ଆଦାୟ ବେଳେ ନିର୍ଦ୍ଦୟ ନ ହେବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ

ସେମାନେ ଆଦୌ ନିର୍ଦ୍ଦୟ କିମ୍ବା କଠୋର ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ଖୋଦ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Bank

Bank

Advertisment

ଲୋକଙ୍କ ଠାରୁ ଋଣ ବାବଦ ଅର୍ଥ ଆଦାୟ ବେଳେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ବେଶ ସମ୍ବେଦନଶୀଳ ବ୍ୟବହାର କରନ୍ତୁ। ସେମାନେ ଆଦୌ ନିର୍ଦ୍ଦୟ କିମ୍ବା କଠୋର ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ଖୋଦ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି, “ କିଛି ବ୍ୟାଙ୍କ ଋଣ ଆଦାୟ ବେଳେ କେମିତି କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେ ବିଷୟରେ ମୁଁ ଅଭିଯୋଗ ପାଇଛି।

Advertisment

ଦେଶର ସମସ୍ତ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡ଼ିକ ଋଣ ଆଦାୟ ବେଳେ କୌଣସି ପ୍ରକାରର କଠୋର କିମ୍ବା ବଡ଼ ପଦକ୍ଷେପ ନ ନେବାକୁ କୁହାଯାଇଛି। ବ୍ୟାଙ୍କଗୁଡ଼ିକ ଲୋକଙ୍କ ପାଖକୁ ଯାଇ ପୂରା ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ମାନବୀୟ ଢଙ୍ଗରେ ସମାଧାନ କରନ୍ତୁ।” ଲୋକସଭାରେ ଗୋଟିଏ ପ୍ରଶ୍ନର ଉତ୍ତରର ଜବାବ ରଖିବା ବେଳେ ସୀତାରମଣ ଏପରି କହିଛନ୍ତି।

ଆରବିଆଇ ମଧ୍ୟ ଋଣ ଆଦାୟ ବେଳେ ବ୍ୟାଙ୍କ ଗୁଡ଼ିକ ନେଉଥିବା କଠୋର ପଦକ୍ଷେପ ବିରୋଧରେ ମତ ରଖିଥିଲା। ଏଥିସହ ଲୋକଙ୍କ ଠାରୁ ବଳପୂର୍ବକ ଋଣ ଆଦାୟ କରୁଥିବା ବ୍ୟାଙ୍କ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ମଧ୍ୟ ଦେଇଥିଲା।

Advertisment

ଗତବର୍ଷ ଅଗଷ୍ଟରେ ଋଣ ଆଦାୟ ପାଇଁ ବ୍ୟାଙ୍କଗୁଡ଼ିକ କ’ଣ ସବୁ ନିୟମ ପାଳନ କରିବ, ସେନେଇ ଗୋଟିଏ ଗାଇଡଲାଇନ ଆରବିଆଇ ଜାରି କରିଥିଲା। ଗାଇଡଲାଇନରେ ଋଣ ସଂଗ୍ରହ କରୁଥିବା ଏଜେଣ୍ଟମାନେ ଲୋକଙ୍କୁ ସକାଳ ୮ଟା ପୂର୍ବରୁ କିମ୍ବା ସନ୍ଧ୍ୟା ୭ଟା ପରେ ଟଙ୍କା ଫେରସ୍ତ ପାଇଁ ଫୋନ କରିପାରିବେ ନାହିଁ ବୋଲି କୁହାଯାଇଛି।

Monsoon Session FM Nirmala Sitharaman Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe