Advertisment

ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ରାମ ମନ୍ଦିର କର୍ତ୍ତୃପକ୍ଷ

ଜାନୁଆରୀ ୨୨ରେ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ।

Ayodhya

Ayodhya

Advertisment

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇଗଲାଣି। ଏବେ ଅଯୋଧ୍ୟାର ଭିତ୍ତିଭୂମି ବଦଳାଇବାକୁ ପ୍ରୟାସ ଚାଲିଛି। କାରଣ ଆସନ୍ତା ମାସରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ହେବ।

Advertisment

ଜାନୁଆରୀ ୨୨ରେ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଉକ୍ତ ଐତିହାସିକ ଦିନର ମୁକସାଖୀ ବନିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଜାନୁଆରୀ ୨୨ରେ ଶ୍ରଦ୍ଧାଳୁମାନେ ଆଦୌ ଅଯୋଧ୍ୟା ଆସନ୍ତୁ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ତାଙ୍କ କହିବା କଥା ଯେ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହେବ। ଏଥିପାଇଁ ଗର୍ଭଗୃହ ପ୍ରସ୍ତୁତ ହୋଇ ସାରିଛି। କିନ୍ତୁ ମନ୍ଦିରକୁ ସଂପୂର୍ଣ୍ଣ ରୂପେ ଶେଷ କରିବାକୁ ଆଉ ୨ ବର୍ଷ ସମୟ ଲାଗିବ। ଏବେ ବି ମନ୍ଦିରର ଅନେକ କାମ ବାକି ରହିଛି। ପ୍ରାଣ ପ୍ରତିଷ୍ଠା ପରେ ମଧ୍ୟ ମନ୍ଦିର କାମ ଜାରି ରହିବ। କାମ ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି।

Advertisment

ପ୍ରାଣ ପ୍ରତିଷ୍ଠା ପାଇଁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଅଯୋଧ୍ୟା ଆସିବାକୁ ଚାହୁଁଛନ୍ତି। କିନ୍ତୁ ଶ୍ରୀ ରାୟ ଶ୍ରଦ୍ଧାଳୁଙ୍କୁ ଭିନ୍ନ ଗୋଟିଏ ବାର୍ତ୍ତା ଦେଇଛନ୍ତି। ଅଯୋଧ୍ୟାରେ ଭିଡ଼ ନିୟନ୍ତ୍ରଣ ପାଇଁ ସେ ଜାନୁଆରୀ ୨୨ରେ ଏଠାକୁ ନ ଆସିବାକୁ ଶ୍ରଦ୍ଧାଳୁମାନଙ୍କୁ କହିଛନ୍ତି। ଏଠାକୁ ଆସିବା ପରିବର୍ତ୍ତେ ଶ୍ରଦ୍ଧାଳୁମାନେ ସେମାନଙ୍କ ନିକଟସ୍ଥ ମନ୍ଦିରରେ ଆନନ୍ଦ ମହତ୍ସୋବ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ଜାନୁଆରୀ ୨୨ରେ ଅଯୋଧ୍ୟାକୁ ଆସନ୍ତୁ ନାହିଁ। ଆପଣମାନଙ୍କ ଘର ପାଖରେ ଥିବା ବଡ଼ କିମ୍ବା ଛୋଟ ମନ୍ଦିରରେ ଏକାଠି ହୁଅନ୍ତୁ। ଯେଉଁ ମନ୍ଦିର ଆପଣଙ୍କ ପାଇଁ ସୁବିଧା ହେଉଛି, ସେଠାକୁ ଯାଆନ୍ତୁ। ସେଠାରେ ଭିନ୍ନ ଦେବଦେବୀ ଥିଲେ ମଧ୍ୟ କିଛି ବି ଯାଏ ଆସେ ନାହିଁ। ଆପଣମାନେ ସେଠାରେ ଭବ୍ୟ ରାମ ମନ୍ଦିର ପାଇଁ ପୂଜାର୍ଚ୍ଚନ କରନ୍ତୁ।”

ଜାନୁଆରୀ ୨୨ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ତାଙ୍କ ସହ ଅନେକ ପଣ୍ଡିତ ମଧ୍ୟ ସାମିଲ ହେବେ। ପ୍ରାଣ ପ୍ରତିଷ୍ଠା ୨୨ ତାରିଖରେ ହେବାକୁ ଥିବା ବେଳେ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୬ରୁ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

Uttar Pradesh Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe