Advertisment

ଆତଙ୍କବାଦୀ ପନ୍ନୁର ଚେତାବନୀ; ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନି

ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ।

ଅଦ୍ୟତନ ହୋଇଛି
Gurpatwant Singh Pannun

Gurpatwant Singh Pannun

Advertisment

ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଉ ଏକ ଚେତାବନୀ ଦେଇଛି। ନଭେମ୍ବର ୧-୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି ପନ୍ନୁ।

Advertisment

ଶିଖ୍ ହତ୍ୟାକାଣ୍ଡକୁ ୪୦ତମ ବାର୍ଷିକୀ ଅବସରରେ ଏୟାର ଇଣ୍ଡିଆ ବିମାନ ଉରେ ଆକ୍ରମଣ ହୋଇପାରେ ବୋଲି କହିଛି ଆତଙ୍କବାଦୀ ପନ୍ନୁନ। ଗତ ବର୍ଷ ମଧ୍ୟ ଏହି ସମୟରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଚେତାବନୀ ଦେଇଥିଲା ପନ୍ନୁ। 

ପନ୍ନୁନ ପାଖରେ କାନାଡା ଏବଂ ଆମେରିକାର ନାଗରିକତ୍ୱ ରହିଛି। ସେ ଶିଖ୍ ଫର୍ ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା। ୨୦୨୦ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ତାକୁ ଆତଙ୍କବାଦୀ ଭାବେ ଘୋଷିତ କରାଯାଇଥିଲା।

Advertisment

କିଛି ଦିନ ହେବ ଭାରତର ଅନେକ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳୁଛି। ଫଳରେ ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସପ୍ତାହ ମଧ୍ୟରେ ପାଖାପାଖି ୧୦୦ଟି ଭାରତୀୟ ବିମାନକୁ ବୋମା ଧମକ ମିଳି ସାରିଲାଣି।

ଉଡାଣ ଆରମ୍ଭର କିଛି ସମୟ ପରେ ଧମକ ମିଳୁଥିବାରୁ ଜରୁରୀ ଅବତରଣ କରାଯାଇ ଯାଞ୍ଚ କରାଯାଉଛି। ମାତ୍ର ସେପରି କୌଣସି ଆପତ୍ତିଜନକ ସାମଗ୍ରୀ ଠାବ ହେଉ ନାହିଁ। ପରେ ଏସବୁ ଫେକ୍ କଲ୍ ବୋଲି ଜଣାପଡୁଛି। ଏହି କାରଣରୁ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏସବୁ ମଧ୍ୟରେ ଏୟାର ଇଣ୍ଡିଆ ବିମାନକୁ ନୂଆ ଚେତାବନୀ ଦେଇଛି ପନ୍ନୁ। 

Air India Khalistani Terrorist Pannun Pannun Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe