Advertisment

ନାଗା ଆଦିବାସୀଙ୍କୁ ହଇରାଣ ନ କରିବାକୁ ସତର୍କ କଲା ବିଦ୍ରୋହୀ ସଂଗଠନ

ରାଜ୍ୟରେ ରହୁଥିବା ବିଭିନ୍ନ ସଂଖ୍ୟାଲଘୁ ଆଦିବାସୀ ସଂଗଠନର ସୁରକ୍ଷାକୁ ନେଇ ଏନଏସ୍‌ସିଏନ-ଆଇଏମ ଚିନ୍ତା ପ୍ରକଟ କରିଛି। ନାଗା ଆଦିବାସୀଙ୍କୁ କୌଣସି ପ୍ରକାରରେ ହଇରାଣ ନ କରିବାକୁ ସଂଗଠନ ପକ୍ଷରୁ ସତର୍କ କରାଯାଇଛି।

undefined

insurgent groups

Advertisment

ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ସ୍ଥିତି ସୁଧିରିବାର ନାଁ ଧରୁନି। ଏସବୁ ଭିତରେ ରାଜ୍ୟର ସବଠାରୁ ବଡ଼ ବିଦ୍ରୋହୀ ସଂଗଠନ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲ୍ୟାଣ୍ଡ(ଇସାକ-ମୁଇଭାହ) ବା ଏନଏସ୍‌ସିଏନ-ଆଇଏମ ସତର୍କ ସୂଚନା ଜାରି କରିଛି।

Advertisment

ରାଜ୍ୟରେ ରହୁଥିବା ବିଭିନ୍ନ ସଂଖ୍ୟାଲଘୁ ଆଦିବାସୀ ସଂଗଠନର ସୁରକ୍ଷାକୁ ନେଇ ଏନଏସ୍‌ସିଏନ-ଆଇଏମ ଚିନ୍ତା ପ୍ରକଟ କରିଛି। ନାଗା ଆଦିବାସୀଙ୍କୁ କୌଣସି ପ୍ରକାରରେ ହଇରାଣ ନ କରିବାକୁ ସଂଗଠନ ପକ୍ଷରୁ ସତର୍କ କରାଯାଇଛି।

ମୈତୈ ଓ କୁକିସ ସଂପ୍ରଦାୟ ମଧ୍ୟରେ ନିକଟରେ ଘଟିଥିବା ସଂଘର୍ଷକୁ ଏନଏସ୍‌ସିଏନ-ଆଇଏମ ଅମାନବୀୟ ଓ ଘୃଣ୍ୟ ବୋଲି ଅବିହିତ କରି ଏନଏସ୍‌ସିଏନ-ଆଇଏମ କହିଛି ଯେ ନାଗା ଆଦିବାସୀ ଯଥା ଅମିମୋର, ଚିରୁ, ଚୋଥେ, ଖାରାମ, କୋଇରେଙ୍ଗ ଓ କୋମ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ।

Advertisment

ଆମର ମୈତୈ ଓ କୁକି ଭାଇମାନେ ସେମାନଙ୍କୁ ଅଲଗା ଭାବେ ବିଚାର ନ କରନ୍ତୁ ଓ ସେମାନଙ୍କୁ କୌଣସି ବି ପରିସ୍ଥିତିରେ ହଇରାଣ ନ କରନ୍ତୁ। କୁକି ଆତଙ୍କବାଦୀମାନେ କାଙ୍ଗାଥେଇ ଅଞ୍ଚଳରେ ଥିବା ଗୋଟିଏ କୋମ ଗାଁରେ ଆକ୍ରମଣ କରିଛନ୍ତି। ସେଠାରେ ରହୁଥିବା ଲୋକଙ୍କୁ ବଳପୂର୍ବକ ବିଦା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଂଗଠନ କହିଛି। ବିଶ୍ୱ ବିଜେତା ଭାରତୀୟ ବକ୍ସର ମ୍ୟାରୀକମ ମଧ୍ୟ ସମାନ ଆଦିବାସୀ ସଂପ୍ରଦାୟର।

କୋମ ଗାଁରେ ଘଟିଥିବା ଘଟଣା ବିଷୟରେ ଉଗ୍ରବାଦୀ ସଂଗଠନ କହିଛି ଯେ “ଏପରି ହିଂସାତ୍ମକ କାର୍ଯ୍ୟକଳାପ କେବଳ ସ୍ଥିତିକୁ ଆହୁରି ଭୟଙ୍କର କରିବ। ତେଣୁ ମାନବିକତା ଓ ଭାଇଚାରା ପାଇଁ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ନିଆଁ ଲଗାଇ ଅପବିତ୍ରକରଣ ସହ ସମାନ। ଏହାକୁ ସମସ୍ତେ ବୁଝିବା ଦରକାର ବୋଲି ସଂଗଠନ କହିଛି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe