Advertisment

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା କ’ଣ ଭୁଲ : କେଜ୍ରିୱାଲ

ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଆଜି ନିନ୍ଦା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

author-image
Tapas Behera
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଆଜି ନିନ୍ଦା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ବିଷୟରେ ଆବେଦନ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ହୋଇଛି। କୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ପ୍ରକାଶ କରି କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତି ଯେ, ନିଜ ଦେଶର ନାଗରିକ ନିଜ ପ୍ରଧାନମନନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କଣ ଜାଣିବାର ଅଧିକାର ନାହିଁ। କୋର୍ଟରେ ସେମାନେ ପ୍ରମାଣପତ୍ର ଉପସ୍ଥାପନ କରିବାରେ ତୀବ୍ର ବିରୋଧ କରିଥିଲେ।

Advertisment

ହେଲେ କାହିଁକି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ଯେଉଁମାନେ ତାଙ୍କ ପ୍ରମାଣପତ୍ର ପାଇଁ ଦାବି କରୁଛନ୍ତି ସେମାନଙ୍କ ବିରୋଧରେ ଜରିମାନା ହେଉଛି । ଦେଶରେ କଣ ଚାଲିଛି ବୋଲି କେଜ୍ରିୱାଲ ପ୍ରକାଶ କରିଛନ୍ତି। ଶୁକ୍ରବାର ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା କମିସନ (ସିଆଇସି)ର ସାତ ବର୍ଷ ପୁରୁଣା ଆଦେଶକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିଷୟରେ କେଜ୍ରିୱାଲଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜଷ୍ଟିସ ବୀରେନ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ରୀୟ ସୂଚନା କମିସନଙ୍କ ରାୟକୁ ଖାରଜ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଏବଂ ଏହି ରାଶିକୁ ୪ ସପ୍ତାହ ମଧ୍ୟରେ ଗୁଜରାଟ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଜିଏସଏଲଏସଏ)ରେ ଟଙ୍କା ଜମା କରିବାକୁ କହିଛନ୍ତି।

Advertisment
India