Advertisment

ଲୁଙ୍ଗି ଓ ନାଇଟୀ ପିନ୍ଧି ବୁଲିବା ଉପରେ ଲାଗିଲା କଟକଣା, ଲୋକଙ୍କ ଭିତରେ ଅସନ୍ତୋଷ

ଏଣିକି ହାଉସିଂ କମ୍ପ୍ଲେକ୍ସର ସର୍ବସାଧାରଣ ଅଞ୍ଚଳରେ କେହି ବି ଲୁଙ୍ଗି କିମ୍ବା ନାଇଟୀ ପିନ୍ଧି ବୁଲି ପାରିବେ ନାହିଁ ବୋଲି ନୋଟିସରେ କୁହାଯାଇଛି। ଜୁନ ୧୦ରେ ଏ ସଂକ୍ରାନ୍ତରେ ନୋଟିସ କରାଯାଇଛି।

Lungi

Lungi

Advertisment

ସର୍ବସାଧାରଣ ସ୍ଥାନରେ ଲୋକଙ୍କ ପାଇଁ ଡ୍ରେସ କୋଡ୍‌ର ବ୍ୟବସ୍ଥା କରିଛି ଗ୍ରେଟର ନୋଏଡା ସୋସାଇଟୀର ମାଲିକ ସଂଘ। ଗ୍ରେଟର ନୋଏଡା ଫେଜ ୨ରେ ଥିବା ହିମସାଗର ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ପାଇଁ ଜାରି ହୋଇଥିବା ନୋଟିସରେ ଲୁଙ୍ଗି ଓ ନାଇଟୀ ପିନ୍ଧିବା ଉପରେ କଟକଣା ଲାଗିଛି।

Advertisment

ଏଣିକି ହାଉସିଂ କମ୍ପ୍ଲେକ୍ସର ସର୍ବସାଧାରଣ ଅଞ୍ଚଳରେ କେହି ବି ଲୁଙ୍ଗି କିମ୍ବା ନାଇଟୀ ପିନ୍ଧି ବୁଲି ପାରିବେ ନାହିଁ ବୋଲି ନୋଟିସରେ କୁହାଯାଇଛି। ଜୁନ ୧୦ରେ ଏ ସଂକ୍ରାନ୍ତରେ ନୋଟିସ କରାଯାଇଛି।

ଲୁଙ୍ଗି ଓ ନାଇଟୀ ପିନ୍ଧି କେହି ବି ନିଜ ଫ୍ଲାଟରୁ ବାହାରି ପାରିବେ ନାହିଁ ବୋଲି ଏଥିରେ କୁହାଯାଇଛି। ଦୟା କରି ସମସ୍ତେ ନିଜର ଆଚାର ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ। ଏପରି କି ଆପଣଙ୍କ ପୁଅ ଓ ଝିଅମାନେ ମଧ୍ୟ ଆପଣଙ୍କ ଠାରୁ ଶିଖିବେ।

Advertisment

ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ କେହି ବି ଲୁଙ୍ଗି ଓ ନାଇଟୀ ଭଳି ଘରେ ପିନ୍ଧୁଥିବା ପୋଷାକ ପରିଧାନ କରି ବାହାରକୁ ଆସନ୍ତୁ ନାହିଁ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।

ତେବେ ଏହାକୁ ନେଇ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ପସନ୍ଦର ପୋଷାକ ପରିଧାନ ଉପରେ ଏହା ଏକ ଆକ୍ରମଣ ବୋଲି ଅନେକ କହିଛନ୍ତି।

Delhi Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe