Advertisment

ଅଧିକ ସମୟ ଏସି ବ୍ୟବହାର କରନ୍ତୁ ନାହିଁ: ଅଗ୍ନିକାଣ୍ଡ ପରେ ଏମିତି ପରାମର୍ଶ ଦେଲେ ଅଧିକାରୀ

ଘରେ ଥିବା ଏସିର ନିୟମିତ ସର୍ଭିସ କରାନ୍ତୁ। ଏହା ଉପରେ ଅଧିକ ଚାପ ଦିଅନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହରେ ଅଧିକାଂଶ ଅଗ୍ନିକାଣ୍ଡ ଘଟଣା ଏସି ଯୋଗୁ ଘଟୁଛି।

AC

AC

Advertisment

ଚଳିତ ସପ୍ତାହରେ ନୋଏଡାରେ ଥିବା ଗୋଟିଏ ଆପାର୍ଟମେଣ୍ଟର ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଘରେ ଲାଗିଥିବା ସ୍ପିଲ୍ଟ ଏସିରେ ବିସ୍ଫୋରଣ ଯୋଗୁ ନିଆଁ ଲାଗି ଯାଇଥିଲା। ତେବେ ଘଟଣାରେ କେହି ବି ମୃତାହତ ହୋଇ ହୋଇ ନଥିଲେ।

Advertisment

ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଯାଉଥିବାରୁ ଅଧିକାଂଶ ଲୋକ ଏସିର ବହୁଳ ବ୍ୟବହାର କରୁଛନ୍ତି। ଏଥିଯୋଗୁ ଅନେକ ଦୁର୍ଘଟଣା ଘଟୁଥିବା ନୋଏଡାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ସୂଚନା ଦେଇଛନ୍ତି। ଏଥିସହ ସେ ଲୋକମାନଙ୍କୁ ୨୪ ଘଣ୍ଟା ଏସି ବ୍ୟବହାର ନ କରିବାରୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ଏସିରେ ବିସ୍ଫୋରଣ ଯୋଗୁ ଫ୍ଲାଟରେ ନିଆଁ ଲାଗିଥିଲା। ତେବେ ଆପାର୍ଟମେଣ୍ଟରେ ଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଭାବେ କାମ କରୁଥିବାରୁ ନିଆଁ ବ୍ୟାପୀ ନଥିଲା। କେବଳ ଗୋଟିଏ ଘରେ ଏହା ସୀମିତ ହୋଇ ରହିଥିଲା।

Advertisment

ଏବେ ବାହାରେ ପ୍ରାୟ ୫୦ ଡିଗ୍ରୀ ତାପମାତ୍ରା ରହୁଛି। ତେଣୁ ଲୋକମାନେ ଅଧିକ ମାତ୍ରାରେ ଏସିର ବ୍ୟବହାର କରୁଛନ୍ତି। ବିଜୁଳି ଚାହିଦା ମଧ୍ୟ ବଢ଼ିଛି। ମୁଁ ଲୋକମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେମାନେ ଦିନ ତମାମ ଘରେ ଏସିର ବ୍ୟବହାର କରନ୍ତୁ ନାହିଁ।

ଘରେ ଥିବା ଏସିର ନିୟମିତ ସର୍ଭିସ କରାନ୍ତୁ। ଏହା ଉପରେ ଅଧିକ ଚାପ ଦିଅନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହରେ ଅଧିକାଂଶ ଅଗ୍ନିକାଣ୍ଡ ଘଟଣା ଏସି ଯୋଗୁ ଘଟୁଛି। ତେଣୁ ଏଥିପ୍ରତି ଲୋକମାନେ ସତର୍କ ରୁହନ୍ତୁ।”

ଗୋଟିଏ ରିପୋର୍ଟରେ କୁହାଯଇଛି ଯେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ଦିନ ଠାରୁ ଦିଲ୍ଲୀରେ ଦୈନିକ ୨୦୦ ଅଗ୍ନିକାଣ୍ଡ ଘଟଣା ଘଟୁଛି। ଏହା ମଧ୍ୟରୁ ଅଧିକାଂଶ ଅଗ୍ନିକାଣ୍ତର କାରଣ ଏସି ଜନିତ।

Noida AC Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe