Advertisment

ଟ୍ରମ୍ପଙ୍କୁ ବଡ଼ ଝଟକା: ଲଢ଼ିପାରିବେନି ରାଷ୍ଟ୍ରପତି ନିର୍ବାଚନ !

୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ୍ ହିଂସାକୁ ଉସୁକାଇବା ଅଭିଯୋଗ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Donald-trump

Donald-trump

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିର୍ବାଚନ ଲଢ଼ିପାରିବେନି ଟ୍ରମ୍ପ। କ୍ୟାପିଟଲ୍ ହିଂସା ମାମଲାରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି କୋଲୋରାଡୋ କୋର୍ଟ।

Advertisment

ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଏହି ରାୟ ଦେଇଛନ୍ତି କୋର୍ଟ। ବିଦ୍ରୋହ ସଂପର୍କିତ ଏହି ଧାରାକୁ ବ୍ୟବହାର କରି କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମେରିକା ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯିବା ଆମେରିକା ଇତିହାସର ଏହା ପ୍ରଥମ ଘଟଣା।

୨୦୨୧ ଜାନୁଆରୀ ୬ରେ କ୍ୟାପିଟଲ୍ ହିଂସାକୁ ଉସୁକାଇବା ଅଭିଯୋଗ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଛି। ତେବେ କୋଲୋରାଡୋ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ

Advertisment

ଉଲ୍ଲେଖଯୋଗ୍ୟ, ୨୦୨୧ ଜାନୁଆରୀ ୬ ତାରିଖରେ ୱାଶିଂଟନ୍ ଡିସିର କ୍ୟାପିଟାଲ ହିଲ୍ ନିକଟରେ ହଜାର ହଜାର ଲୋକେ ଏକାଠି ହୋଇଥିଲେ। ଏହି ଲୋକଙ୍କ ମଧ୍ୟରେ ଅଧିକାଂଶ ଟ୍ରମ୍ପଙ୍କ ସମର୍ଥକ ଥିଲେ। ସମସ୍ତେ ୱାଶିଂଟନ ଡିସିର କ୍ୟାପିଟାଲ ହିଲ୍ ଉପରେ ଆକ୍ରମଣ କରିଥିଲେ। ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାଞ୍ଚ ପ୍ରକ୍ରିୟାରେ ଏମାନେ କଂଗ୍ରେସର ମିଳିତ ଅଧିବେଶନକୁ ବାଧା ଦେଇଥିଲେ। ଏହି ଘଟଣାରେ ପୁଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ।।  ଆମେରିକାର କ୍ୟାପିଟାଲ ବିଲ୍ଡିଂ ପରିସରେ ହୋଇଥିବା ହିଂସା ମାମଲାରେ ଟ୍ରମ୍ପଙ୍କୁ ଦାୟୀ କରିଥିଲା  ତଦନ୍ତ କମିଟି। 

 ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ । । ମାତ୍ର ସେ ନିଜ ହାର୍‌ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ଏପରିକି ସମଗ୍ର ଦେଶରେ ସେ ଜିତିଥିବା ନେଇ ମିଥ୍ୟା ପ୍ରଚାର କରାଇଲେ। ଏହାପରେ ୨୦୨୧ ଜାନୁୟାରୀରେ ଆମେରିକାର ରାଜଧାନୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ନିର୍ବାଚନ ଅଧିକାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ।

USA Donald Trump