Advertisment

ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ଉଡ଼ିଲା ଡ୍ରୋନ୍‌, ସୁରକ୍ଷା କଡ଼ାକଡ଼ି

ଆଜି ଭୋର ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଏକ ଡ୍ରୋନ ଉଡ଼ୁଥିବା ଘଟଣା ସମ୍ପର୍କରେ SPG ଦିଲ୍ଲୀ ପୁଲିସ୍‌କୁ ସୂଚନା ଦେଇଥିଲା। ଏହାପରେ ତତ୍‌କ୍ଷଣାତ ଦିଲ୍ଲୀର ବହୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
PM Residence

PM Residence

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଚକ୍କର କାଟିଲା ଡ୍ରୋନ । କିଛି ସମୟ ମଧ୍ୟରେ ତାହା ଉଭାନ ହୋଇଗଲା। ଏହି ଖବର ପ୍ରଚାରିତ ହେବା ପରେ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଚାରିପଟେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି।

Advertisment

ଆଜି ଭୋର ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଏକ ଡ୍ରୋନ ଉଡ଼ୁଥିବା ଘଟଣା ସମ୍ପର୍କରେ SPG ଦିଲ୍ଲୀ ପୁଲିସ୍‌କୁ ସୂଚନା ଦେଇଥିଲା। ଏହାପରେ ତତ୍‌କ୍ଷଣାତ ଦିଲ୍ଲୀର ବହୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ପିଏମ୍‌ ଆବାସ ଚାରିପଟେ ବହୁ ସଂଖ୍ୟାରେ ସୁରକ୍ଷା ବଳ ଫୋର୍ସଙ୍କୁ ମୁତୟନ କରାଯାଇଛି।

ହେଲେ ୪ ଘଣ୍ଟା ପରେ ବି ଡ୍ରୋନ ସମ୍ପର୍କରେ କିଛି ସୂଚନା ମିଳିପାରିନି। ପିଏମ୍‌ ଆବାସ ଓ ଆଖାପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌ ହୋଇଥିବା ବେଳେ କିପରି ଏକ ଡ୍ରୋନ ସୁରକ୍ଷା ଭେଦ କରି ଆସି ଉଡ଼ିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିସହ ତାହାକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ପଠାଇଥିଲା ସେ ନେଇ ବି ଆରମ୍ଭ ହୋଇଛି ତଦନ୍ତ । ତେବେ ଏହି ସମୟରେ ବାସଭବନରେ ପ୍ରଧାନମନ୍ତ୍ରୀ ଥିଲେ ନା ନାହିଁ ସେ ନେଇ କିଛି ସୂଚନା ମିଳିନି। 

Advertisment

ନୂଆଦିଲ୍ଲୀର ଲୁଟିୟନ୍ସ ଜୋନ୍‌ର ଲୋକ କଲ୍ୟାଣ ମାର୍ଗସ୍ଥିତ ୭ ନଂ ବଙ୍ଗଳା ପ୍ରଧାନମନ୍ତ୍ରୀଙ୍କ ଆବାସ ଅଟେ।  ୧୨ ଏକର ପରିମିତ ଜାଗାରେ ୧୦୮୦ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଥିଲା । ୨୦୧୪ ମସିହାରୁ ପ୍ରଧାମନ୍ତ୍ରୀ ମୋଦି ସେଠାରେ ରହୁଛନ୍ତି। ଏହି ଆବାସର ନାଁ ‘ପଞ୍ଚବଟୀ’ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଯିବାକୁ ହେଲେ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରିକି ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ବି ଏହି ନିୟମ ଲାଗୁ ହୁଏ ।  ଏହାସତ୍ତ୍ୱେ କିପରି ଏକ ଡ୍ରୋନ ଉଡ଼ି ପାରିଲା ଓ ତତ୍‌କ୍ଷଣାତ କିଛି ପଦକ୍ଷେପ ନିଆଯାଇ ପାରିଲାନି ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

Delhi PM Modi