Advertisment

Extramarital Affair: ସ୍ତ୍ରୀକୁ ମାରିଲା ପ୍ରେମିକ, ପ୍ରେମିକକୁ ମାରିଲେ ସ୍ୱାମୀ

ଶାଳିନୀଙ୍କ ମା’ ଶୈଳଙ୍କ ବୟାନ ଆଧାରରେ ପୁଲିସ ଏହି ଘଟଣାରେ ଏକ ହତ୍ୟା ଓ ହତ୍ୟା ପାଇଁ ଉଦ୍ୟମ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ଜାରି ରହିଛି।  ଶୈଳ କହିଛନ୍ତି ଯେ ଶାଳିନୀ ଓ ଆକାଶଙ୍କ ସଂପର୍କ କିଛି ବର୍ଷ ତଳୁ ଖରାପ ହେବା ଆରମ୍ଭ ହୋଇଥିଲା।

Mass

ଆଶୁ, ଶାଳିନୀ ଓ ଆକାଶ

Advertisment

ଜଣେ ଗର୍ଭବତୀଙ୍କୁ ତାଙ୍କ ପ୍ରେମିକ ଛୁରୀ ଭୁଷି ମାରିଦେଲେ। ଏହା ପରେ ତାଙ୍କ ସ୍ୱାମୀ ତାଙ୍କ ପ୍ରେମିକଙ୍କୁ ମାରି ଦେଲେ। ଘଟଣାଟି ଘଟିଛି ଦିଲ୍ଲୀର ରାମ ନଗର ଅଞ୍ଚଳରେ।
ମୃତ ମହିଳାଙ୍କ ନାଁ ଶାଳିନୀ (୨୨)। ତାଙ୍କର ଦୁଇଟି ଝିଅ ଅଛନ୍ତି। ସେ ପୁଣି ଥରେ ଗର୍ଭବତୀ ହୋଇଥିଲେ। ତାଙ୍କ ସ୍ୱାମୀ ଆକାଶ (୨୩) ଜଣେ ଇ-ରିକ୍ସା ଚାଳକ। ସେହିଭଳି ଶାଳିନୀଙ୍କ ପ୍ରେମିକଙ୍କ ନାଁ ଆଶୁ ଓରଫ ଶୈଳେନ୍ଦ୍ର (୩୪)। ସେ ଜଣେ ଅପରାଧୀ

Advertisment

ଶାଳିନୀ ଓ ଶୈଳେନ୍ଦ୍ରଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିଲା। ପୁଲିସ କହିଛି ଯେ ଶାଳିନୀ ତୃତୀୟ ଥର ପାଇଁ ଗର୍ଭବତୀ ହୋଇଥିବା ବେଳେ ସେହି ଛୁଆଟି ତା’ ଔରସରୁ ହୋଇଛି ବୋଲି ଦାବି କରିଆସୁଥିଲା ଆଶୁ ଓରଫ ଶୈଳେନ୍ଦ୍ର। ତେଣୁ ଶାଳିନୀଙ୍କୁ ସେ ନିଜ ପାଖରେ ରଖିବାକୁ ଚାହୁଁଥିଲା। କିନ୍ତୁ ତା’ର ଦାବିକୁ ଖଣ୍ଡନ କରିଥିଲେ ଶାଳିନୀ। ତାଙ୍କ ଗର୍ଭରେ ଥିବା ଛୁଆ ସ୍ୱାମୀ ଆକାଶଙ୍କର ବୋଲି ସେ କହିଥିଲେ। ଏହା ସହିତ ସେ ତାଙ୍କ ସ୍ୱାମୀ ଆକାଶଙ୍କୁ ଛାଡ଼ିବା ପାଇଁ ରାଜି ହୋଇନଥିଲେ। ଫଳରେ ଆଶୁ ଖୁବ୍ ରାଗି ଯାଇଥିଲା।

ଗତକାଲି ରାତିରେ ଆକାଶ ଓ ଶାଳିନୀ କୁତବ ରୋଡ୍‌କୁ ଯାଇଥିଲେ। ସେଠାରେ ଶାଳିନୀଙ୍କ ମା’ ରହନ୍ତି। ସେମାନେ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ସେମାନେ ସେଠାରେ ଥିବା ବେଳେ ହଠାତ୍ ଆଶୁ ପହଞ୍ଚି ଯାଇଥିଲା। ସେ ଏକ ଛୁରୀରେ ଆକାଶଙ୍କୁ ଆକ୍ରମଣ କରିଥିଲା। କିନ୍ତୁ ଆକାଶ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। 

Advertisment

ସେହି ସମୟରେ ଆଶୁର ନଜର ପଡ଼ିଥିଲା ଶାଳିନୀଙ୍କ ଉପରେ। ଶାଳିନୀ ଘରକୁ ଫେରିବା ଉଦ୍ଦେଶ୍ୟରେ ଇ-ରିକ୍ସାରେ ବସି ସାରିଥିଲେ। ଆଶୁ ତାଙ୍କ ପାଖକୁ ଦୌଡ଼ି ଯାଇ ଛୁରୀରେ ଏକାଧିକ ବାର ଭୁଷିଥିଲେ। 

ଆକାଶ ପତ୍ନୀ ଶାଳିନୀକୁ ବଞ୍ଚାଇବାକୁ ପ୍ରୟାସ କଲା ବେଳେ ଆଶୁ ତାଙ୍କୁ ପୁଣି ଆକ୍ରମଣ କରିଥିଲା। ଫଳରେ ଆକାଶ ଆହତ ହୋଇଥିଲେ। କିନ୍ତୁ ସେ ଆଶୁକୁ କାବୁ କରିବାରେ ସଫଳ ହୋଇଥିଲେ। ସେ ଆଶୁଠାରୁ ଛୁରୀ ଛଡ଼ାଇ ଆଣି ତାକୁ ଭୁଷି ଦେଇଥିଲେ। ଫଳରେ ତା’ର ମୃତ୍ୟୁ ଘଟିଥିଲା।

ଶାଳିନୀଙ୍କୁ ତାଙ୍କ ଭାଇ ରୋହିତ ତୁରନ୍ତ ଡାକ୍ତରଖାନା ନେଇଥିଲେ। ଆକାଶଙ୍କୁ ମଧ୍ୟ ସେ ମେଡିକାଲ ନେଇଥିଲେ। ପୁଲିସ ଆଶୁକୁ ନେଇ ଡାକ୍ତରଖାନା ଯାଇଥିଲା। ଡାକ୍ତରଖାନାରେ ଶାଳିନୀ ଓ ଆଶୁଙ୍କୁ ମୃତ ଘୋଷଣା କରାଯାଇଥିଲା। 

ଆଶୁର ଛୁରାମାଡ଼ରେ ଆକାଶଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଚିକିତ୍ସା ଜାରି ରହିଛି। 

ଶାଳିନୀଙ୍କ ମା’ ଶୈଳଙ୍କ ବୟାନ ଆଧାରରେ ପୁଲିସ ଏହି ଘଟଣାରେ ଏକ ହତ୍ୟା ଓ ହତ୍ୟା ପାଇଁ ଉଦ୍ୟମ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ଜାରି ରହିଛି। 
ଶୈଳ କହିଛନ୍ତି ଯେ ଶାଳିନୀ ଓ ଆକାଶଙ୍କ ସଂପର୍କ କିଛି ବର୍ଷ ତଳୁ ଖରାପ ହେବା ଆରମ୍ଭ ହୋଇଥିଲା। ଆଶୁ ସହିତ ଶାଳିନୀର ସଂପର୍କ ଥିବା ଜଣାପଡ଼ିବା ପରେ ଏହି ସ୍ଥିତି ଉତ୍ପନ୍ନ ହୋଇଥିଲା। ଏମିତିକି ଶାଳିନୀ ଓ ଆଶୁ କିଛି ଦିନ ଏକାଠି ରହିଥିଲେ। କିନ୍ତୁ ପରେ ଶାଳିନୀ ଓ ଆକାଶ ମଧ୍ୟରେ ବୁଝାମଣା ହୋଇଥିଲା ଓ ସେମାନେ ପୁଣି ସେମାନଙ୍କ ଦୁଇ ଛୁଆ ସହିତ ଏକାଠି ରହୁଥିଲେ। ସେଥିପାଇଁ ଆଶୁ ରାଗି ଯାଇଥିଲା। ଏହା ସହିତ ଗର୍ଭରେ ଥିବା ଛୁଆକୁ ଆଶୁ ତା‘ର ବୋଲି କହୁଥିବା ବେଳେ ଶାଳିନୀ ମନା କରି ଦେବାରୁ ତା’ର ରାଗ ଆହୁରି ବଢ଼ି ଯାଇଥିଲା। ସେଥିପାଇଁ ସେ ଏମିତି ଏକ କାଣ୍ଡ ଘଟାଇଛି।      
  
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe