ଦୁଇ ଝିଅ ଓ ଅରୁଣ (ଫାଇଲ ଫଟୋ)
ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅରୁଣ ଗାୱଲିଙ୍କୁ ଲାଗିଛି ଡବଲ ଝଟକା। ଚଳିତ ବ୍ରିହାନମୁମ୍ବାଇ ମହାନଗର ନିଗମ(Bmc) ନିର୍ବାଚନରେ ତାଙ୍କର ଦୁଇ ଝିଅ ଗୀତା ଓ ଯୋଗିତା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ୨ ଉଭଣୀ ପରାଜୟର ସ୍ୱାଦ ଚାଖିଛନ୍ତି। ବାପା ଅରୁଣ ଗାୱଲି ପ୍ରତିଷ୍ଠା କରିଥିବା ଅଖିଲ ଭାରତୀୟ ସେନାରୁ ଉଭୟ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ଲୋକମାନେ ଉଭୟଙ୍କୁ ଅଗ୍ରାହ୍ୟ କରିଛନ୍ତି।
ଗୀତା ଗାୱଲି ବାଉକୁଲ୍ଲାର ୱାର୍ଡ ନମ୍ବର ୨୧୨ରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ତାଙ୍କୁ ସମାଜବାଦୀ ପାର୍ଟିର ଅମୀର ଶେହଜାନ ଅବ୍ରାହାନି ପରାସ୍ତ କରିଛନ୍ତି। ସେହିପରି ଯୋଗିତା ୨୦୭ ନମ୍ବର ୱାର୍ଡରୁ ନିର୍ବାଚନ ଲଢ଼ି ବିଜେପିର ରୋହିଦାସ ଲୋଖାଣ୍ଡେଙ୍କ ଠାରୁ ହାରିଛନ୍ତି। ମୁମ୍ବାଇରେ ପୂର୍ବରୁ ଗାୱଲି ପରିବାରର ଦବଦବା ଥିଲା। କିନ୍ତୁ ଏବେ ଡବଲ ପରାସ୍ତ ଏହି ପରିବାରର ରାଜନୀତିକ ପତିଆରା ହ୍ରାସ ପାଇଥିବା ସଙ୍କେତ ଦେଇଛି।
ନିର୍ବାଚନ ବେଳେ ଗାୱଲି ଭଉଣୀ କହିଥିଲେ ଯେ ସେମାନଙ୍କୁ ଲୋକମାନେ କୌଣସି ଡନଙ୍କ ଝିଅ ଭାବେ ଦେଖୁ ନାହାନ୍ତି। ସମସ୍ତେ ଉଭୟଙ୍କୁ ଡାଡୀଙ୍କ ଝିଅ ଭାବେ ବିବେଚନା କରୁଛନ୍ତି। ସେମାନେ କହିଥିଲେ, “ଲୋକମାନେ ଆଶା ଓ ବିଶ୍ୱାସର ସହ ଡାଡୀଙ୍କୁ ଚାହୁଁଛନ୍ତି। ସେ ସେମାନଙ୍କର ଅନେକ ସମସ୍ୟାର ସମାଧାନ କରିଛନ୍ତି।”
ଅରୁଣ ଗାୱଲି ତାଙ୍କ ସମର୍ଥକଙ୍କ ମଧ୍ୟରେ ଡାଡୀ ଭାବେ ପରିଚିତ। ବାଉକୁଲ୍ଲାର ଡାଗଡ଼ି ଚାୱଲରେ ଡାଡୀ କହିଲେ ସମସ୍ତେ ଅରୁଣ ଗାୱଲିଙ୍କୁ ବୁଝନ୍ତି। ଅରୁଣ ଗାୱଲି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଥିଲେ। ସେ ୧୯୭୦ରେ ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ପାଦ ରଖିଥିଲେ। ସେ ଓ ତାଙ୍କ ଭାଇ କିଶୋ ‘ବାଇଗୁଲ୍ଲା କମ୍ପାନୀ’ର ଅଂଶ ବିଶେଷ ଭାବେ କେନ୍ଦ୍ରୀୟ ମୁମ୍ବାଇ ଅଞ୍ଚଳରେ କାମ କରୁଥିଲେ। ବାଇକୁଲ୍ଲା, ପାର୍ଲେ ଓ ସାତ ରାସ୍ତାରେ ଉଭୟ ବେଶ ସକ୍ରିୟ ରହିଥିଲେ।
୧୯୮୮ରେ ଅରୁଣ ଗ୍ୟାଙ୍ଗର କମାଣ ସମ୍ଭାଳିଥିଲେ। ଏହାପରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସହ ତାଙ୍କର କ୍ଷମତା ଯୁଦ୍ଧ ଆରମ୍ଭ ହୋଇଥିଲା। ୧୯୮୦ରେ ସେ ରାଜନୀତିରେ ପାଦ ରଖିଥିଲେ। ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ନୀତିକୁ ସେ ଅନୁସରଣ କରିଥିଲେ। କିନ୍ତୁ ତିକ୍ତତା କାରଣରୁ ସେ ୧୯୯୦ର ମଧ୍ୟ ଭାଗରେ ଶିବସେନାର ବାହାରି ଯାଇଥିଲେ।
ଏହାପରେ ନିଜସ୍ୱ ରାଜନୀତିକ ଦଳ ତିଆରି କରି ୨୦୦୪ରୁ ୨୦୦୯ ଯାଏ ଚିନଚପୋକଲିରୁ ବିଧାୟକ ହୋଇଥିଲେ। ୨୦୦୮ରେ ତାଙ୍କୁ ଶିବସେନାର ଜଣେ ମୁମ୍ବାଇ କର୍ପୋରେଟରଙ୍କୁ ହତ୍ୟା କରିବା ଘଟଣାରେ ଜେଲଦଣ୍ଡ ମିଳିଥିଲା। ୧୭ ବର୍ଷ ଜେଲରେ ରହିବା ପରେ ଗତବର୍ଷ ସେପ୍ଟେମ୍ବରରେ ସେ ଜାମିନ ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/16/arun-2026-01-16-17-05-25.jpg)