Advertisment

କ୍ଲିନିକ୍‌ ମୋତେ ଅପେକ୍ଷା କରିଛି...କହି ରାଜନୀତିରୁ ସନ୍ନ୍ୟାସ ନେଲେ ହର୍ଷବର୍ଦ୍ଧନ

ବିଜେପି ଏଥର ଲୋକସଭା ନିର୍ବାଚନରେ ତାଙ୍କ ଟିକେଟ୍‌ କାଟିବା ପରେ ସେ ଏଭଳି ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି।

author-image
Madhupriya Mistry
Harsh vardhan

Harsh vardhan

ରାଜନୀତିକୁ ଗୁଡ୍‌ବାଏ କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଡଃ. ହର୍ଷବର୍ଦ୍ଧନ। ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ଜଣାଇଛନ୍ତି। ବିଜେପି ଏଥର ଲୋକସଭା ନିର୍ବାଚନରେ ତାଙ୍କ ଟିକେଟ୍‌ କାଟିବା ପରେ ସେ ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତ କରିବା ପାଇଁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କୁ ନିବେଦନ କରିଛନ୍ତି।

Advertisment

ସେ ତାଙ୍କ ସୋଶାଲ ମିଡିଆର'X' ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, 'ଦୀର୍ଘ ୩୦ ବର୍ଷର ନିର୍ବାଚନୀ କ୍ୟାରିୟର ମଧ୍ୟରେ ୫ଥର ବିଧାନସଭା ଓ ୨ ଥର ଲୋକସଭା ନିର୍ବାଚନ ଲଢିବାର ସୁଯୋଗ ପାଇଛି। ସମସ୍ତ ନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଏହା ସହ ପାର୍ଟି ସଂଗଠନ ଓ କେନ୍ଦ୍ର ସରକାରରେ ବଡ ବଡ ପଦବୀରେ ରହି ଦାୟୀତ୍ୱ ନିର୍ବାହ କରିଛନ୍ତି। ଏଣୁ ଏବେ ରାଜନୀତି ନୁହେଁ ବରଂ ନିଜର ବ୍ୟକ୍ତିଗତ ପେଶାକୁ ଫେରିଯିବାକୁ ଚାହୁଁଛି। କୃଷ୍ଣାନଗରରେ ଥିବା ମୋ କ୍ଲିନିକ୍ ମୋତେ ଅପେକ୍ଷା କରିଛି। ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଉଛି। ଜୟ ହିନ୍ଦ।'

ପୂର୍ବତନ କେନ୍ଦ୍ର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀ ଚାନ୍ଦନୀ ଚୌକ ଲୋକସଭା ଆସନରୁ ବର୍ତ୍ତମାନ ସାଂସଦ ଅଛନ୍ତି। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ଆଉ ଟିକେଟ୍‌ ଦେଇନାହିଁ। ତାଙ୍କ ସ୍ଥାନର ଏଥର ଦଳ ପ୍ରବୀଣ ଖଣ୍ଡେଲଓ୍ୱାଲଙ୍କୁ ଚାନ୍ଦନୀ ଚୌକରୁ ପ୍ରାର୍ଥୀ କରିଛି। 

Advertisment

ସେହିପରି ବିଜେପି ଏଥର ଦିଲ୍ଲୀରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି। ଏଥର ଦଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଛିଅ ବାଂସୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀରୁ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସ୍ଥାନରେ ଟିକେଟ୍‌ ଦେଇଛି। ସେହିପରି ରାମବୀର ସିଂହ ବିଧୁରୀଙ୍କୁ ଦକ୍ଷିଣ ଦିଲ୍ଲୀର ରମେଶ ବିଧୁରୀଙ୍କ ସ୍ଥାନରେ, ପଶ୍ଚିମ ଦିଲ୍ଲୀରୁ ପ୍ରବେଶ ବର୍ମା ସ୍ଥାନରେ କମଲଜିତ ସେହରାୱତଙ୍କୁ ବିଜେପି ପ୍ରାର୍ଥୀ କରିଛି।

Bjp Harsh Vardhan Loksabha Election 2024