Advertisment

National Doctor's Day: କନ୍ୟା ସନ୍ତାନ ହେଲେ ଟଙ୍କାଟେ ଫିସ୍‌ ନିଅନ୍ତି ନି ଏହି ଡାକ୍ତର

ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର। ଜନ୍ମଠୁ ମୃତ୍ୟୁ ମଧ୍ୟରେ ଯନ୍ତ୍ରଣାରେ ଜର୍ଜରିତ ମଣିଷ ଡାକ୍ତରଙ୍କ ସେବା ଦ୍ୱାରା ହିଁ ସୁସ୍ଥ ହୋଇଥାଏ। ତେଣୁ ଦ୍ୱିତୀୟ ଭଗବାନଙ୍କୁ ସମ୍ମାନ ଜଣାଇବାକୁ ଆଜିର ଦିନକୁ ନ୍ୟାସନାଲ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି।

author-image
Niharika Rout
National Doctor’s Day

National Doctor’s Day

ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର। ଜନ୍ମଠୁ ମୃତ୍ୟୁ ମଧ୍ୟରେ ଯନ୍ତ୍ରଣାରେ ଜର୍ଜରିତ ମଣିଷ ଡାକ୍ତରଙ୍କ ସେବା ଦ୍ୱାରା ହିଁ ସୁସ୍ଥ ହୋଇଥାଏ। ତେଣୁ ଦ୍ୱିତୀୟ ଭଗବାନଙ୍କୁ ସମ୍ମାନ ଜଣାଇବାକୁ ଆଜିର ଦିନକୁ ନ୍ୟାସନାଲ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି। ପ୍ରସିଦ୍ଧ ଚିକିତ୍ସକ ଡା. ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇବାକୁ ୧୯୯୧ ମସିହାରୁ ଜୁଲାଇ ୧ ତାରିଖକୁ ରାଷ୍ଟ୍ରୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି।

Advertisment

ଚଳିତ ବର୍ଷ ନ୍ୟାସନାଲଡାକ୍ତର ଦିବସର ଥିମ୍‌ 'Celebrating Resilience and Healing Hands' ରହିଛି। ଛୁଆ ଜନ୍ମଠୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଡାକ୍ତରଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଆଜି ଆମେ ଜଣେ ଏପରି ଡାକ୍ତରଙ୍କ ବିଷୟରେ ଜାଣିବା ଯିଏ କି କନ୍ୟା ଭ୍ରୁଣ ହତ୍ୟା ରୋକିବାକୁ ନେଇଛନ୍ତି ଯୁଗାନ୍ତକାରୀ ପଦକ୍ଷେପ । ଏହି ଡାକ୍ତରଜଣକ ହେଉଛନ୍ତି ଡା. ସିପ୍ରା ଧୀର, ଯାହାଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ମୋଦି ବି ପ୍ରଶଂସାରେ ପୋତି ପକାଇଛନ୍ତି। 

ବନାରସ ହିନ୍ଦୁ ୟୁନିଭରସିଟିରୁ ଏମବିବିଏସ ଓ ଏମଡି ଡିଗ୍ରୀ ହାସଲ କରିଥିବା ଡା. ସିପ୍ରା ନିଜ ସ୍ୱାମୀଙ୍କ ସହ ମିଶି ବାରଣାସୀରେ ଏକ ନର୍ସିଂ ହୋମ ଚଳାନ୍ତି। ତାଙ୍କ ନର୍ସିଂହୋମରେ ଏଯାବତ ବହୁ ଶିଶୁ ଜନ୍ମ ହୋଇ ସାରିଥିବା ବେଳେ ଡା. ସିପ୍ରାଙ୍କ ର ଅଛି ଏକ ଭିନ୍ନ ନିୟମ । ତାଙ୍କ ନର୍ସିଂହୋମରେ କନ୍ୟା ସନ୍ତାନ ଜାତ ହେଲେ ତାଙ୍କ ପିତାମିତାଙ୍କଠାରୁ ଟଙ୍କାଟେ ବି ନେଇ ନ ଥାନ୍ତି ଡା. ସିପ୍ରା। ଏଥିନିମନ୍ତେ ହେଉଥିବା ସମସ୍ତ ଖର୍ଚ୍ଚ ତାଙ୍କ ନର୍ସିଂହୋମ ବହନ କରିଥାଏ।

Advertisment

ଦେଶରେ କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ସହ ସେମାନଙ୍କ ସଂଖ୍ୟା ବଢ଼ାଇବାକୁ ଏପରି ଯୁଗାନ୍ତକାରୀ ପଦକ୍ଷେପ ଉଠାଇଛନ୍ତି ଡା. ସିପ୍ରା। ତାଙ୍କର ଏପରି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରି ସାରିଛନ୍ତି। ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ବାରଣାସୀରେ ଡା. ସିପ୍ରାଙ୍କୁ ସମ୍ମାନିତ କରି ସାରିଛନ୍ତି।

ବାରଣାସୀର ଡା. ସିପ୍ରାଙ୍କ ପରି ପୁଣେର ଡା. ଗଣେଶ ବି କନ୍ୟା ସନ୍ତାନ ଜନ୍ମ ହେଲେ ଟଙ୍କାଟେ ନେଇ ନ ଥାନ୍ତି। କନ୍ୟା ଭ୍ରୁଣ ହତ୍ୟା ରୋକିବାକୁ ହେଉଥିବା ବିଭିନ୍ନ ଯୋଜନାରେ ସେ ସକ୍ରିୟ ଭାବେ ସାମିଲ ହୋଇଥାନ୍ତି। ଏନେଇ ସେ କହିଛନ୍ତି, ପୁଅଟେ ହେଲେ ପରିବାର ଲୋକେ ଖୁସି ଖୁସିରେ ନର୍ସିଂହୋମ ଟଙ୍କା ପଇଠ କରିଥାନ୍ତି । ମାତ୍ର ଝିଅଟେ ହେଲେ ତାକୁ ସେମାନେ ବୋଝ ଭାବି ଟଙ୍କା ପଇଠ କରିବାକୁ ପଛଘୁଞ୍ଚା ଦେଇଥାନ୍ତି। ତେଣୁ କନ୍ୟା ହେଲେ ବି ଅଭିଭାବକମାନେ ଯେପରି ଖୁସିରେ ଖୁସିରେ ଘରକୁ ଫେରିବେ ସେଥିନିମନ୍ତେ ତାଙ୍କ ନର୍ସିଂହୋମରେ ସମସ୍ତ ଦେୟ ଛାଡ଼ କରାଯାଇଛି।

Doctor Uttar Pradesh