/odisha-reporter/media/media_files/2025/09/25/train-2025-09-25-15-31-53.jpg)
ଅଗ୍ନି ମିସାଇଲର ପରୀକ୍ଷଣ
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଳିଛି ଐତିହାସିକ ସଫଳତା। ଜଳ, ସ୍ଥଳ ଓ ଆକାଶ ପରେ ଟ୍ରେନରୁ ଲଞ୍ଚ ହୋଇଛି ଘାତକ ଅଗ୍ନି ମିସାଇଲ୍। ଡିଆରଡିଓ(DRDO) ପକ୍ଷରୁ ପ୍ରଥମଥର ପାଇଁ ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ ଟ୍ରେନରୁ କରାଯାଇଛି।
ଉତକ୍ଷେପଣ ହୋଇଥିବା ଏହି ଅଗ୍ନି ପ୍ରାଇମ ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୨ ହଜାର କିଲୋମିଟର। ଏହାକୁ ରେଳ ଭିତ୍ତିକ ମୋବାଇ ଲଂଚର ସିଷ୍ଟମରୁ ଲଞ୍ଚ କରାଯାଇଛି। ଏହା ସଫଳ ହୋଇଥିବାରୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତିକୁ ଆହୁରି ମଜବୁତ କରିଛି।
କାରଣ ଏବେ ଦେଶର ରେଳ ଟ୍ରାକରୁ ଶତ୍ରୁ ପକ୍ଷ ଉପରେ ମିସାଇଲ ମାଡ଼ କରିବାକୁ ଭାରତ ସକ୍ଷମ ହୋଇଯାଇଛି। ସେପ୍ଟେମ୍ବର ୨୪ ରାତି ସମୟରେ ଏପରି ପରୀକ୍ଷଣ କରାଯାଇଥିଲା। ଏହା ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ସୂଚନା ଦେଇଛନ୍ତି। ସେହିପରି ଟ୍ରେନ୍ର ମୋବାଇଲ ଲଞ୍ଚରରୁ ଅଗ୍ନି ପ୍ରାଇମ ମିସାଇଲର ଉତକ୍ଷେପଣ ବେଳର ଭିଡିଓକୁ ମଧ୍ୟ ସେ ଶେୟାର କରିଛନ୍ତି।
India has carried out the successful launch of Intermediate Range Agni-Prime Missile from a Rail based Mobile launcher system. This next generation missile is designed to cover a range up to 2000 km and is equipped with various advanced features.
— Rajnath Singh (@rajnathsingh) September 25, 2025
The first-of-its-kind launch… pic.twitter.com/00GpGSNOeE
ଡିଆରଡିଓ ପକ୍ଷରୁ ଏପରି ପଦକ୍ଷେପକୁ ଗେମ ଚେଞ୍ଜର ଭାବେ ଚିତ୍ରିତ କରାଯାଇଛି। ରୋଡ କମ ରେଳ ମିସାଇଲ ସିଷ୍ଟମ ଏବେ ଭାରତର ରଣନୀତିଗତ ପ୍ରତିରକ୍ଷା ଶକ୍ତିକୁ ଆହୁରି ବଳ ଯୋଗାଇବାରେ ସହାୟକ ହେବ। ତେବେ କୌଣସି ସାଧାରଣ ଟ୍ରେନରୁ ଅଗ୍ନି ମିସାଇଲର ଲଞ୍ଚ କରାଯାଇ ନାହିଁ। ମିସାଇଲ ଉତକ୍ଷେପଣ ପାଇଁ ଟ୍ରେନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ବୋଲି ଡିଆରଡିଓ କହିଛି।
ରେଳ ଆଧାରିତ ମୋବାଇଲ ଲଞ୍ଚର ଏମିତି ଏକ ମିସାଇଲ ଉତକ୍ଷେପଣ ପ୍ଲାଟଫର୍ମ ଯାହାକୁ ବିଶେଷ ରୂପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଟ୍ରେନରେ ଖଞ୍ଜା ଯାଇଥାଏ। ସ୍ଥିର ଟାୱାର ବଦଳରେ ଏହି ମୋବାଇଲ ଲଞ୍ଚର୍ରେ ମିସାଇଲକୁ ପରିବହନ କରାଯାଇ ପାରିବ, ଏହାକୁ ଖଞ୍ଜା ଯାଇ ପାରିବ ଓ ଏଥିରୁ ଦେଶର ଯେକୌଣଳି ରେଳ ନେଟୱର୍କରୁ ଲଞ୍ଚ କରାଯାଇ ପାରିବ।
ଏହି ଲଞ୍ଚର ଟ୍ରେନ ସହ ସମାନ୍ତର ଭାବେ ଗତି କରିପାରିବ। ଏହାଦ୍ୱାରା ସାଧାରଣ ରେଳ ଲାଇନରେ ଏହାକୁ ନେଇ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖି ମିସାଇଲକୁ ଲଞ୍ଚ କରିହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
