Advertisment

ହନିଟ୍ରାପ୍‌ରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ

ଏହି ବୈଜ୍ଞାନିକ ଜଣଙ୍କ ଭାରତରେ ରହିବା ସହ ଭାରତର ଖାଉଥିଲେ। କିନ୍ତୁ ଡିଆରଡିଓର କିଛି ଗୁପ୍ତ ତଥ୍ୟକୁ ସେ ଜଣେ ପାକସ୍ତାନ ଗୁଇନ୍ଦା ଏଜେଣ୍ଟକୁ ଦେଉଥିଲେ।

author-image
Hemant Lenka
DRDO

DRDO

ଶତ୍ରୁ ଦେଶ ପାକିସ୍ତାନ ବିଛାଥିବା ସୁନ୍ଦରୀ ଜାଲରେ ଫସି ଭାରତକୁ ଧୋକା ଦେଇଥିବା ଜଣେ ୫୯ ବର୍ଷୀୟ ବୈଜ୍ଞାନିକ କଳାକରାନାମା ସାମ୍ନାକୁ ଆସିଛି। ସେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ଏହି ବୈଜ୍ଞାନିକ ଜଣଙ୍କ ହେଲେ ପିଏମ କୁରୁଲକର। ସେ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ରେ କାମ କରୁଥିଲେ।

Advertisment

ତାଙ୍କୁ ମହାରାଷ୍ଟ୍ର ଆତଙ୍କବାନ ନିରୋଧ ସ୍କ୍ୱାଡ(ଏଟିଏସ୍‌) ପୁଣେରୁ ଗିରଫ କରିଛି। ଏହି ବୈଜ୍ଞାନିକ ଜଣଙ୍କ ଭାରତରେ ରହିବା ସହ ଭାରତର ଖାଉଥିଲେ। କିନ୍ତୁ ଡିଆରଡିଓର କିଛି ଗୁପ୍ତ ତଥ୍ୟକୁ ସେ ଜଣେ ପାକସ୍ତାନ ଗୁଇନ୍ଦା ଏଜେଣ୍ଟକୁ ଦେଉଥିଲେ। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ୍‌ଆର ନବାନ୍ଦେର ତାଙ୍କୁ ମେ’ ୯ ତାରିଖ ଯାଏ ଏଟିଏସ ରିମାଣ୍ଡରେ ପଠାଇ ଦେଇଛନ୍ତି। 

ବୁଧବାର ବିଳମ୍ବିତ ରାତିରେ ଏଟିଏସ୍‌ ଏହି ବୈଜ୍ଞାନିକଙ୍କୁ ଗିରଫ କରିଥିଲା। ଏହାକୁ ପୂର୍ବରୁ ତାଙ୍କ ନାଁରେ ଡିଆରଡିଓର ଭିଜିଲାନ୍ସ ଓ ସୁରକ୍ଷା ଅଫିର ଜଣେ ଅଧିକାରୀ ଗୁଇନ୍ଦାଗିରିର ଅଭିଯୋଗ ଆଣିଥିଲେ। ବୈଜ୍ଞାନିକ ପିଏମ କୁରୁଲକର ପାକିସ୍ତାନକୁ ଏଜେଣ୍ଟକୁ ଗୋଟିଏ ମିସାଇଲର ଫଟୋ ଓ ଏହାର ଲୋକେସନର ତଥ୍ୟ ପଠାଇଥିଲେ।

Advertisment

ଏଟିଏସ୍‌ କହିଛି ଯେ ବୈଜ୍ଞାନିକ ଜଣଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଏଜେଣ୍ଟ ସହ ହ୍ୱାଟସଆପ ଓ ଭିଡିଓ କଲ୍‌ ଦ୍ୱାରା ଯୋଗାଯୋଗରେ ରହିଥିଲେ। ସେ ହନିଟ୍ରାପରେ ଫସି ଗୁପ୍ତ ତଥ୍ୟ ପାକିସ୍ତାନ ଏଜେଣ୍ଟକୁ ଦେଉଥିଲେ। ଡିଆରଡିଓର ଗୋଟିଏ ଉଚ୍ଚ ପଦରେ ଏହି ବୈଜ୍ଞନିକ ଜଣକ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି।

ବୈଜ୍ଞାନିକ ଜଣଙ୍କ ନିଜ ପଦବୀର ଅପବ୍ୟବହାର କରି ଓ ଅଫିସିଆଲ ସିକ୍ରେଟ୍ସ ଆକ୍ଟକୁ ଜାଣି ମଧ୍ୟ ଦେଶର ଗୁପ୍ତ ତଥ୍ୟକୁ ଶତ୍ରୁ ଦେଶକୁ ଦେଇଥିଲେ। ଏପରି କରି ସେ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ଏଟିଏସ କହିଛି। ବୈଜ୍ଞାନିକଙ୍କ ନାଁରେ ମୁମ୍ବାଇ ଏଟିଏସ୍‌ର କାଲାଚୌକି ୟୁନିଟ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ବୈଜ୍ଞାନିକଙ୍କ ଠାରୁ ଡିଆରଡିଓର ତଦନ୍ତରକାରୀ ଅଧିକାରୀ ଗୋଟିଏ ଲ୍ୟାପଟପ ଓ ଦୁଇଟି ମୋବାଇଲ ଫେବୃଆରୀ ୨୪ରେ ଜବତ କରିଥିଲେ। ଫରେନ୍ସିକ ଯାଞ୍ଚ ପରେ ସେ ପାକିସ୍ତାନ ଏଜେଣ୍ଟକୁ ହନିଟ୍ରାପରେ ଫସି ଗୁପ୍ତ ତଥ୍ୟ ଦେଇଥିବା ସ୍ପଷ୍ଟ ହୋଇଥିଲା। ଗିରଫ ବୈଜ୍ଞାନିକ ଜଣଙ୍କ ପ୍ରାୟ ୩ ଦଶନ୍ଧି ଧରି ଡିଆରଡିଓର ଅନେକ ବଡ଼ବଡ଼ ପ୍ରୋଜେକ୍ଟରେ କାମ କରିଥିଲେ। ଏଥିସହ ପ୍ରଖ୍ୟାତ ବୈଜ୍ଞାନିକ ଭାବେ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥିଲା। ହେଲେ ଏବେ ସେ ସୁନ୍ଦୀର ଜାଲରେ ଫସି ଦେଶ ସହ ଗର୍ଦ୍ଦାର କରିଛନ୍ତି। 

ଜଣେ ଏଟିଏସ୍‌ ଅଧିକାରୀ କହିଛନ୍ତି, ପାକିସ୍ତାନ ଏଜେଣ୍ଟ ଜଣେ ଯୁବତୀଙ୍କ ଦ୍ୱାରା ଗିରଫ ବୈଜ୍ଞାନିକଙ୍କୁ ସୋଶାଲ ମିଡିଆରେ ଯୋଗାଯୋଗ କରିଥିଲେ। ଯୁବତୀ ଜଣଙ୍କ ନିଜକୁ ଅମ୍ବାଲାର ଇଞ୍ଜିନିୟରିଂ ଛାତ୍ରୀ ଭାବେ ପରିଚୟ ଦେଇ ବୈଜ୍ଞାନିକଙ୍କ ସହ ବନ୍ଧୁତା କରିଥିଲେ। ଏହାପରେ ସେ ତାଙ୍କୁ ନିଜ ଜାଲରେ ଫସାଇ ଅଶ୍ଳୀଳ ଫଟୋ ଓ ଭିଡିଓ କଲ କରିଥିଲେ। ଏହାକୁ ପରବର୍ତ୍ତୀ ସମୟରେ ପାକିସ୍ତାନ ଏଜେଣ୍ଟ ବୈଜ୍ଞାନିକଙ୍କୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। 

ବୈଜ୍ଞାନିକ ଜଣଙ୍କ କୌଣସି ବେଆଇନ କାମରେ ଲିପ୍ତ ଥିବା ସନ୍ଦେହ ସୃଷ୍ଟି ହେବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲେ। ସେହିପରି ଗିରଫଦାରୀର ୨ ସପ୍ତାହ ପୂର୍ବରୁ ତାଙ୍କୁ ବରିଷ୍ଠ ବୈଜ୍ଞାନିକ ପଦବୀରୁ ମଧ୍ୟ ହଟାଇ ଦିଆଯାଇଥିଲା। 

Mumbai DRDO DRDO Data Breach Case