Advertisment

ହନିଟ୍ରାପ୍‌ରେ ଡିଆରଡିଓ ବୈଜ୍ଞାନିକ: ପାକିସ୍ତାନକୁ ଦେଇଥିଲେ ମିଜାଇଲ୍ ତିଆରି ତଥ୍ୟ, ଚାର୍ଜସିଟ୍ ଦାଖଲ

ଜାରା ୟୁକେର ଜଣେ ସପ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ପରିଚୟ ଦେଇ ପ୍ରଦୀପଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ତାଙ୍କ ମୋବାଇଲ୍‌କୁ ଆପତ୍ତିଜନକ ଏସ୍‌ଏମ୍‌ଏସ୍‌ ଓ ଭିଡିଓ ପଠାଇ ପ୍ରଦୀପଙ୍କୁ ଫସାଇଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
DRDO scientist Pradeep Kurulkar

DRDO scientist Pradeep Kurulkar

ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍‌ରେ ପଡ଼ି ଜଣେ ଡିଆରଡିଓ(ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଆର୍ଗାନାଇଜେସନ) ବୈଜ୍ଞାନିକ ୱାଟ୍‌ସ ଆପରେ ଦେଉଥିଲେ ମିଜାଇଲ୍‌ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଡିଆରଡିଓ ଲ୍ୟାବ୍‌ରେ ପ୍ରସ୍ତୁତ ଅସ୍ତ୍ର ସମେତ ସୁରକ୍ଷା ବିଭାଗର ପ୍ରୋଜେକ୍ଟ ବିଷୟରେ ମଧ୍ୟ ସେ ତଥ୍ୟ ଦେଉଥିଲେ। ମହାରାଷ୍ଟ୍ର ପୁଲିସର ଏଟିଏସ୍‌(ଆଣ୍ଟି ଟେରରିଜିମ୍ ସ୍କ୍ୱାଡ୍) ହାତରେ ଧରାପଡ଼ିଥିବା ଏହି ବୈଜ୍ଞାନିକ ହେଉଛନ୍ତି ପ୍ରଦୀପ କୁରୁଲକର। ତଦନ୍ତ ପରେ ତାଙ୍କ ବିରୋଧରେ ପୁଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରୁ ଏହା ଜଣାପଡ଼ିଛି।

Advertisment

ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଜାରା ଦାସଗୁପ୍ତା ନାକ ଜଣେ ମହିଳାଙ୍କ ସହ ୱାଟସ୍‌ ଆପ୍‌ରେ ଭାରତୀୟ ମିଜାଇଲ ସିଷ୍ଟମ୍‌ ବିଷୟରେ ଚାଟିଂ କରି ସୂଚନା ଦେଉଥିଲେ। ଏହାଛଡ଼ା ଭଏସ୍‌ ଓ ଭିଡିଓ କଲ୍‌ କରି ମଧ୍ୟ ସେ ଅନେକ ସୂଚନା ଦେଉଥିଲେ। ପ୍ରଦୀପ ପୁଣେ ସ୍ଥିତ ଡିଆରଡିଓ ଲ୍ୟାବର ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ଧରାପଡ଼ିବା ପରେ ପୁଲିସ ତାଙ୍କୁ ଗତ ସପ୍ତାହରେ କୋର୍ଟ ଚାଲାଣ କରିଥିଲା।

ତାଙ୍କୁ ଗୁପ୍ତଚର କାମ କରିବା ଅଭିଯୋଗରେ ମେ ୩ ତାରିଖରେ ଏଟିଏସ୍ ଗିରଫ କରାଯାଇଥିଲା। ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Advertisment

ଜାରା ୟୁକେର ଜଣେ ସପ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ପରିଚୟ ଦେଇ ପ୍ରଦୀପଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ତାଙ୍କ ମୋବାଇଲ୍‌କୁ ଆପତ୍ତିଜନକ ଏସ୍‌ଏମ୍‌ଏସ୍‌ ଓ ଭିଡିଓ ପଠାଇ ପ୍ରଦୀପଙ୍କୁ ଫସାଇଥିଲେ। ତଦନ୍ତ ବେଳେ ମହାରାଷ୍ଟ୍ର ଏଟିଏସ୍‌ ପ୍ରଦୀପଙ୍କୁ ଆଇପି ଆଡ୍ରେସ୍‌କୁ ଟ୍ରେସ୍‌ କରିବା ବେଳେ ଏହା ପାକିସ୍ତାନରୁ ଅପରେଟ ହେଉଥିବା ଜାଣିବାକୁ ପାଇଥିଲା। ସେହିପରି ଭାରତର ବ୍ରହ୍ମସ୍‌ ଲଞ୍ଚର, ଡ୍ରୋନ୍, ୟୁସିଭି, ଅଗ୍ନି ମିଶାଇଲ ଲଞ୍ଚର, ମିଲିଟାରୀ ସିଷ୍ଟମ ପ୍ରଭୃତି ବିଷୟରେ ପାକିସ୍ତାନ ଏଜେଣ୍ଟ ଜଣକ ପ୍ରଦୀପଙ୍କ ଠାରୁ ତଥ୍ୟ ଆଦାୟ କରିବାକୁ ଚେଷ୍ଟା ଜାରି ରଖିଥିଲେ।

ପ୍ରଦୀପ ଡିଆରଡିଓର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନିଜ ବ୍ୟକ୍ତିଗତ ମୋବାଇଲ୍‌କୁ ଟ୍ରାନ୍ସଫର କରି ଏହି ପାକିସ୍ତାନୀ ସୁନ୍ଦରୀକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲେ। ସେ ଭୂମୀରୁ ଆକାଶକୁ ଟାର୍ଗେଟ କରିପାରୁଥିବା ମିଶାଇଲ, ଡ୍ରୋନ୍, ବ୍ରହ୍ମୋସ୍ ଓ ଅଗ୍ନି ମିଶାଇ ଲଞ୍ଚର ସମେତ ୟୁସିଭି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚାଟିଂ କରି ପାକିସ୍ତାନୀ ଏହି ଏଜେଣ୍ଟଙ୍କୁ ଦେଇଥିଲେ। ଚାଟିଂ ରେକର୍ଡରୁ ଜଣାପଡ଼ିଛି ଯେ ପ୍ରଦୀପ ତାଙ୍କ ବ୍ୟକ୍ତିଗତ ଓ ଅଫିସ୍‌ କାର୍ଯ୍ୟ କରିବାର ବିବରଣୀ ସମେତ ସ୍ଥାନ ବିଷୟରେ ମଧ୍ୟ ବିଷଦ ବିବରଣୀ ଦେଇଥିଲେ। ଏହାକୁ ଅନ୍ୟ କାହାକୁ ନ ଦେବାକୁ ବାରଣ କରିଥିଲେ ବୋଲି ଚାର୍ଜସିଟ୍‌ରୁ ଜଣାପଡ଼ିଛି।

ଦୁହେଁ ୨୦୨୨ ଜୁନ୍‌ରୁ ୨୦୨୨ ଜୁନ୍‌ ଭିତରେ ପରସ୍ପର ସହ ଯୋଗାଯୋଗର ରହିଥିଲେ। ଯେତେବେଳେ କି ଫ୍ରେବୃଆରୀ ୨୦୨୩ରେ ଜାରାଙ୍କ ଠାରୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲେ ପ୍ରଦୀପ। ତୁରନ୍ତ ପରେ ତାଙ୍କୁ ଏକ ଭାରତୀୟ ଫୋନ୍‌ ନମ୍ୱରରେ ୱାଟସ୍‌ ଆପ୍‌ ଏସ୍‌ଏମ୍‌ଏସ୍‌ ଆସିଥିଲା। କାହିଁକି ସମ୍ପର୍କ ଚ୍ଛିନ୍ନ କଲ ବୋଲି ତରୁଣୀ ଜଣକ ପଚାରିଥିଲେ। ଯାହା ପରେ ପ୍ରଦୀପ ଏଟିଏସ୍‌ ଫାନ୍ଦରେ ପଡ଼ିଥିଲେ।

Pakistan DRDO DRDO Data Breach Case Honeytrap