Advertisment

ରେସ୍କ୍ୟୁ ପାଇଁ ଗଲା ରୋବୋଟ୍‌, ଆଉ ୧୨ ମିଟର

ଗୁରୁବାର ସୁଦ୍ଧା ଟନେଲରୁ ବାହାରିବେ ୪୧ ଶ୍ରମିକ।

ଅଦ୍ୟତନ ହୋଇଛି
Rovers In Rescue Op For Workers Trapped In Tunnel

Rovers In Rescue Op For Workers Trapped In Tunnel

Advertisment

ଦୀର୍ଘ ୧୧ ଦିନ ହେବ ସୁଡ଼ଙ୍ଗ ତଳେ ଫସି ରହିଛନ୍ତି ୪୧ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡିଛି ପୂରା ପ୍ରଶାସନ। ଶ୍ରମିକଙ୍କ ମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଟନେଲ ଭିତରେ ଡ୍ରିଲିଂ କାର୍ଯ୍ୟ ଜାରି ରହିଛି। ଆଉ ମାତ୍ର ୧୨ ମିଟର ଡ୍ରିଲିଂ ବାକି ଅଛି। ମୋଟ ୩୯ ମିଟର ଡ୍ରିଲିଂ କାମ ସରିଛି। ଗୁରୁବାର ସକାଳ ସୁଦ୍ଧା ଡ୍ରିଲିଂ କାମ ପୂରା ହେବ ବୋଲି କୁହାଯାଉଛି। ଏହାରି ଭିତରେ ରେସ୍କ୍ୟୁ କାମରେ ଦୁଇଟି ରୋବୋଟ୍‌ ମଧ୍ୟ ସାମିଲ ହୋଇଛି।

Advertisment

ଡିଆର୍‌ଡିଓ ପକ୍ଷରୁ ରେସ୍କ୍ୟୁରେ ସହାୟତା କରିବା ପାଇଁ ଦୁଇଟି ରୋଭର୍‌ ବା ରୋବୋଟ୍‌ ପଠାଯାଇଛି। ପ୍ରଥମ ରୋଭର୍‌ର ନାଁ ହେଲା CONFINED SPACE ROV ଅର୍ଥାତ୍‌ ଦକ୍ଷ ମିନି ଓ ଦ୍ୱିତୀୟଟି ହେଲା SURVERILLANCE ROV ଅର୍ଥାତ୍‌ ଦକ୍ଷ ସ୍କାଉଟ୍‌।

ଏହି ରୋବଟ୍‌ର ବ୍ୟବହାର ଆଇଇଡିକୁ ହ୍ୟାଣ୍ଡେଲ୍‌ କରିବାକୁ କରାଯାଏ, ଯାହା ବ୍ୟାଟେରୀ ସହାୟତାରେ ୨ ଘଣ୍ଟା ଚାଲିପାରିବ। ଏହାର ରେଞ୍ଜ ୨୦୦ ମିଟର ରହିଛି। ରୋବଟ୍‌ ଦୁଇଟି ମ୍ୟାନିପୁଲେଟର୍‌ ଆର୍ମ ଜରିଆରେ ୨୦ କିଲୋଗ୍ରାମ ଯାଏ ଜିନିଷ ଉଠାଇପାରିବ। ଏଥିରେ ହାଇ ରିଜୋଲ୍ୟୁଶନ୍‌ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି। ଏହାକୁ ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କରାଯାଇପାରିବ।

Advertisment

ବୋମା ଡିଫ୍ୟୁଜ କରିବା ପାଇଁ ମଧ୍ୟ ଏହି ରୋବଟ୍‌ ଗୁଡିକୁ ବ୍ୟବହାର କରାଯାଏ। ଏହା ଯେକୌଣସି ପ୍ରକାରର ଭୂମିରେ ଚାଲିପାରିବ, ପାହାଚ ଚଢ଼ି ଓ ଓହ୍ଲାଇପାରିବ ମଧ୍ୟ। ଆଗ ଏବଂ ପଛକୁ ଦେଖିବା ପାଇଁ ଏଥିରେ କ୍ୟାମେରା ଖଞ୍ଜା ଯାଇଛି। ଦିନ ଓ ରାତିରେ ଯେକୌଣସି ସମୟରେ ଏହି କ୍ୟାମେରା କାମ କରିବ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏଜେନ୍ସିଙ୍କ ଡିମାଣ୍ଡ ପରେ ଡିଆର୍‌ଡିଓ ଏହି ଦୁଇଟି ରୋବୋଟ୍‌କୁ ପଠାଇଛି। ତେବେ ଏଜେନ୍ସି ଏହି ରୋବୋଟ୍‌କୁ କିଭଳି ବ୍ୟବହାର କରିବେ ସେ ନେଇ କୌଣସି ସୂଚନା ନାହିଁ। କମାଣ୍ଡ ଅନୁଯାୟୀ ଦୁଇଟି ରବୋଟ୍‌ କାମ କରେ ବୋଲି ଡିଆର୍‌ଡିଓ କହିଛି।

ପ୍ରୟ ୧୦ ଦିନ ପୂର୍ବେ ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ଭିତରେ ଭୂସ୍ଖଳନ ହୋଇଥିଲା। ଏହାପର ଠାରୁ ଏହି ଟନେଲ ଭିତରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି। ଏମାନଙ୍କ ବାହାରକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁବାର ସୁଦ୍ଧା ଡ୍ରିଲିଂ କାମ ପୂରା ହେବ ବୋଲି ଆଶା କରାଯାଉଛି। ଡ୍ରିଲିଂ କାମ ପୂରା ହେବା ପରେ ୩୨ ଇଞ୍ଚର ପାଇପ୍‌ ସୁଡଙ୍ଗ ଭିତରକୁ ଛଡ଼ା ଯିବ। ଏହା ଜରିଆରେ ଶ୍ରମିକମାନଙ୍କୁ ବାହାରକୁ ଅଣାଯିବ ବୋଲି ସୂଚନା ମିଳିଛି। 

DRDO Tunnel Collapses In Uttarakhand Rovers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe