Online
ଲୋକସଭାରେ ପାସ୍ ହୋଇଛି ଅନଲାଇନ୍ ଗେମିଂ ବିଲ୍-୨୦୨୫। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍ରେ Promotion and Regulation of Online Gaming Bill ପାରିତ ହୋଇଛି। ଲୋକସଭାରେ ଏହା ପାରିତ ହୋଇଥିବା ବେଳେ ରାଜ୍ୟସଭାର ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।
ଏହା ଆଇନରେ ପରିଣତ ହେଲେ ଟଙ୍କା ଲଗାଣକାରୀ Dream11ଓ My11Circle ଭଳି ଫ୍ୟାଣ୍ଟାସୀ ଆପ୍ ଭାରତରେ ବ୍ୟାନ ହୋଇଯିବ। ଅନଲାଇନ୍ ଗେମ୍ ଅନେକ ଲୋକଙ୍କ ଜୀବନ ନେଉଛି। ୩୧ ମାସରେ ୩୨ ଜଣ ଲୋକ ଅନ୍ଲାଇନ୍ ଗେମ୍ ଖେଳି ପ୍ରାଣ ହରାଇଛନ୍ତି। ଅନଲାଇନ୍ ଗେମ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ବିଲରେ କୁହାଯାଇଛି ଯେ ଯଦି କୌଣସି କମ୍ପାନୀ ରିୟଲ ମନି ଗେମ୍ସର ସୁବିଧା ଉପଲବ୍ଧ କରନ୍ତି, ତା’ହେଲେ ଏଥିପାଇଁ ୩ ବର୍ଷର ଜେଲ ଓ ୧ କୋଟି ଟଙ୍କାର ଜୋରିମାନା ଲାଗୁ ହେବ। ସେହିପରି ଏପରି ଗେମିଂ ଆପ୍ର ବିଜ୍ଞାପନ କଲେ ବା ପ୍ରଚାର ପ୍ରସାର କଲେ ୨ ବର୍ଷ ଯାଏ ଜେଲ ଓ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଲାଗୁ କରାଯିବ।
ଅନଲାଇମ ଗେମିଂ ବିଲ ବା ଅନଲାଇନରେ ବିଭିନ୍ନ ପ୍ରକାରର କ୍ରୀଡ଼ାକୁ ନେଇ ହେଉଥିବା ଜୁଆ ଉପରେ ରୋକ ଲାଗିବ। ସରକାରଙ୍କ ଏପରି ପଦକ୍ଷେପ ଇ-ସ୍ପୋର୍ଟସ ଶିଳ୍ପକୁ ଉତ୍ସାହିତ କରିଥିବା ବେଳେ ମଲ୍ଟି ବିଲିୟନର ରିୟଲ ମନି ଗେମିଂ ମାର୍କେଟରେ ଆତଙ୍କ ସୃଷ୍ଟି କରିଛି।
Promotion and Regulation of Online Gaming Bill ଆଇନରେ ପରିଣତ ହେବା ପରେ Dream 11 ଓ My11Circle ଭଳି ପ୍ଲାଟଫର୍ମ ବ୍ୟାନ ହେବ। କାରଣ ସମସ୍ତ ପ୍ରକାରର ଅର୍ଥ ଲଗାଣକାରୀ ପ୍ଲାଟଫର୍ମକୁ ଦେଶରେ ନିଷିଦ୍ଧ କରିବାକୁ ସରକାର ଏହି ବିଲ ଆଣିଛନ୍ତି। କେବଳ Dream 11 ଓ My11Circle ନୁହେଁ, MPL, Winzo, GamesKraft, 99Games, KheloFantasy, Games24x7, Pokerbaazi, Rummy, and Parimatch ମଧ୍ୟ ଦେଶରେ ବ୍ୟାନ ହୋଇଯିବ।
ବ୍ୟାନ ଦ୍ୱାରା ୪ ୦୦ କମ୍ପାନୀ, ୨ ଲକ୍ଷ ଚାକିରି, ୨୫ ହଜାର କୋଟିର ନିବେଶ ଓ ସରକାର ବାର୍ଷିକ ଜିଏସଟିରୁ ଆଦାୟ କରୁଥିବା ୨୦ ହଜାର କୋଟି ଟଙ୍କା ହରାଇବେ। ବର୍ତ୍ତମାନ ଦେଶରେ ଅନଲାଇନ ଗେମିଂ ମାର୍କେଟର ମୂଲ୍ୟ ୩.୭ ବିଲିୟନ ଡଲାର ରହିଛି। ଆକଳନ କରାଯାଉଥିଲା ଯେ ଏହା ୨୦୨୯ ସୁଦ୍ଧା ୯.୧ ବିଲିୟନ ଡଲାରରେ ପହଞ୍ଚିବ। ଆଜିକା ଦିନକରେ ଏଥିରୁ ମିଳୁଥିବା ମୋଟ ରାଜସ୍ୱର ୮୬% ଅଂଶ ରିୟଲ ମନି ଗେମିଂ ଆପରୁ ମିଳୁଛି।
ବିଶେଷଜ୍ଞଙ୍କ ମତରେ ବିଲ ଆଇନରେ ପରିଣତ ହେବାର ଅର୍ଥ ଗେମିଂ ଇଣ୍ଡଷ୍ଟ୍ରୀର ମୃତ୍ୟୁ ହେବ। ସେମାନେ ଆୟ କରିବାର ପନ୍ଥା ହରାଇବାର ଆଶଙ୍କା ଥିବାରୁ ନିଜର ସେବାକୁ ବନ୍ଦ କରିବାକୁ ବାଧ୍ୟ ହେବେ। ବିଲ ଉପରେ ବିଚାର କରିବାକୁ ଅଲ ଇଣ୍ଡିଆ ଗେମିଂ ଫେଡେରେସନ, ଇ-ଗେମିଂ ଫେଡେରେସନ ଓ ଫେଡେରେସନ ଅଫ ଇଣ୍ଡିଆନ ଫାଣ୍ଟାସୀ ସ୍ପୋର୍ଟସ ପକ୍ଷରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଏହାର କୌଣସି ସୁଫଳ ମିଳିନାହିଁ।
ସେମାନଙ୍କ କହିବା କଥା ଘରୋଇ କ୍ରୀଡ଼ାର ପ୍ରାୟୋଜକ ସାଜିବାରେ ଫାଣ୍ଟାସୀ ଗେମିଂ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାଜ୍ୟ ଓ ସହର ସ୍ତରୀୟ ଟି-୨୦ ଲିଗଗୁଡ଼ିକ ପ୍ରାୟୋଜକଙ୍କ ଉପରେ ନିର୍ଭର କରନ୍ତି। ରିୟଲ ମନି ଗେମିଂ ସେକ୍ଟର ଏଥିପାଇଁ ପାଣ୍ଠି ଯୋଗାଇ ଥାଆନ୍ତି। ଯଦି ଏହି ସେକ୍ଟର ବନ୍ଦ ହୋଇଯିବ, ତା’ହେଲେ ଭାରତୀୟ କ୍ରିକେଟକୁ ଏହା କିଛି ମାତ୍ରାରେ ଦୁର୍ବଳ କରିବ।
ଭାରତୀୟ କ୍ରିକେଟର ପ୍ରାୟୋଜକ ଡ୍ରିମ ୧୧ ପ୍ରାୟ ୩୫୮ କୋଟି ଟଙ୍କା ଦେଉଛି। ସେହିପରି My11Circle ଆଇପିଏଲ ଫାଣ୍ଟାସୀ ଅଧିକାର ୫ ବର୍ଷ ପାଇଁ ୬୨୫ କୋଟି ଟଙ୍କାରେ ହାସଲ କରିଛି। ଏବେ କମ୍ପାନୀଗୁଡ଼ିକ କ’ଣ କରିବେ ବୋଲି ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ଅନଲାଇନ ଜୁଆ ଉପରେ ରୋଗ ଲଗାଇବାକୁ ସରକାର ଏହି ବିଲ ଆଣିଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ପ୍ରାୟ ୪୫ କୋଟି ଲୋକ ଏହି ଅନଲାଇନ ମନି ଗେମ୍ସର ଜାଲରେ ଫସି ୨୦ ହଜାର କୋଟିରୁ ଅଧିକ ଟଙ୍କା ହରାଉଛନ୍ତି। କେନ୍ଦ୍ର ସରକାର ଅନଲାଇନ ଗେମିଂ ଯୋଗୁ ଲୋକମାନଙ୍କୁ ହେଉଥିବା ଆର୍ଥିକ ଓ ସାମାଜିକ କ୍ଷତିକୁ ରୋକିବା ପାଇଁ ଏହି ବିଲ ଉପସ୍ଥାପନ କରିଛନ୍ତି।
ସରକାରୀ ଆକଳନ ଅନୁସାରେ, ପ୍ରତିବର୍ଷ ପ୍ରାୟ ୪୫ କୋଟି ଲୋକ ଅନଲାଇନ ମନି ଗେମ୍ସର ଜାଲରେ ଫସି କ୍ଷତି ସହୁଛନ୍ତି। ଏହି ଗେମ୍ସର ନିଶା କେବଳ ଆର୍ଥିକ କ୍ଷତି ନୁହେଁ, ବରଂ ଏକ ସାମାଜିକ ସଙ୍କଟ ସୃଷ୍ଟି କରିଛି। ଏହାର ନିଶା ଯୋଗୁ ଶହ ଶହ ପରିବାର ଆର୍ଥିକ ଦୃଷ୍ଟିରୁ ଧ୍ୱଂସ ହୋଇଯାଇଛନ୍ତି। ଅନେକେ ଆତ୍ମହତ୍ୟା ଓ ହିଂସା ଭଳି ଗମ୍ଭୀର ପଦକ୍ଷେପ ମଧ୍ୟ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Online_1755695330.jpg)